ଜୁଜୁମୁରା ବ୍ଲକରେ ଖାଦ୍ୟ କମିଶନ ବିଭିନ୍ନ ସ୍ଥାନରେ ସମୀକ୍ଷା
ସମ୍ବଲପୁର:ଆଜି ଓଡିଶା ସରକାରଙ୍କ ଖାଦ୍ୟ କମିଶନ ଅଧକ୍ଷ ଇ.ଶ୍ରୀ, ଅବନିକାନ୍ତ ସାହୁ ଜୁଜୁମୁରା ବ୍ଲକର ବିଭିନ୍ନ ସ୍ଥାନକୁ ଭ୍ରମଣ କରିଛନ୍ତି। ଏହି ଯାତ୍ରା ସମୟରେ ଜୟନ୍ତପୁର ଆଶ୍ରମ ସ୍କୁଲ, ଭବାନୀପାଲି ଅଙ୍ଗନବାଡ଼ି କେନ୍ଦ୍ର, ମହୁଲପାଲିର କେଜିଏମଏନ ହାଇ ସ୍କୁଲକୁ ସମୀକ୍ଷା ନିମନ୍ତେ ଗସ୍ତ କରିଥିଲେ। ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ଶିକ୍ଷା ସୁବିଧା, ପୋଷଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ବନ୍ଧରେ ସ୍ଥିତି ବୁଝିଥିଲେ। ଏହା ସହିତ ବିରସିଙ୍ଗଡ଼ ଓ କାଁସର ଗ୍ରାମ ପଞ୍ଚାୟତର ଜନବିତରଣ ପ୍ରଣାଳୀ (ପିଡିଏସ) […] The post ଜୁଜୁମୁରା ବ୍ଲକରେ ଖାଦ୍ୟ କମିଶନ ବିଭିନ୍ନ ସ୍ଥାନରେ ସମୀକ୍ଷା appeared first on Odisha.News.

ସମ୍ବଲପୁର:ଆଜି ଓଡିଶା ସରକାରଙ୍କ ଖାଦ୍ୟ କମିଶନ ଅଧକ୍ଷ ଇ.ଶ୍ରୀ, ଅବନିକାନ୍ତ ସାହୁ ଜୁଜୁମୁରା ବ୍ଲକର ବିଭିନ୍ନ ସ୍ଥାନକୁ ଭ୍ରମଣ କରିଛନ୍ତି। ଏହି ଯାତ୍ରା ସମୟରେ ଜୟନ୍ତପୁର ଆଶ୍ରମ ସ୍କୁଲ, ଭବାନୀପାଲି ଅଙ୍ଗନବାଡ଼ି କେନ୍ଦ୍ର, ମହୁଲପାଲିର କେଜିଏମଏନ ହାଇ ସ୍କୁଲକୁ ସମୀକ୍ଷା ନିମନ୍ତେ ଗସ୍ତ କରିଥିଲେ। ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ଶିକ୍ଷା ସୁବିଧା, ପୋଷଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ବନ୍ଧରେ ସ୍ଥିତି ବୁଝିଥିଲେ। ଏହା ସହିତ ବିରସିଙ୍ଗଡ଼ ଓ କାଁସର ଗ୍ରାମ ପଞ୍ଚାୟତର ଜନବିତରଣ ପ୍ରଣାଳୀ (ପିଡିଏସ) ବ୍ୟବସ୍ଥାର ତଥ୍ୟ ଯାଞ୍ଚ କରି ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ସ୍ଥାନୀୟ ବିକାଶର ନିମନ୍ତେ ଜନସାଧାରଣଙ୍କ ସହ ଆଲୋଚନା କରି ଏବଂ ସୁନ୍ଦର ବ୍ୟବସ୍ଥା ନିର୍ମାଣ ର ଉଦ୍ଦେଶ୍ୟ ସାଧନ କରାଯାଇଛି। ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମ ଅଞ୍ଚଳର ଖାଦ୍ୟ ଓ ଆର୍ଥିକ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ସ୍ଥିତି ସୁଧାର ନିମନ୍ତେ ପ୍ରୟାସ ଜାରି ରଖିବା।
The post ଜୁଜୁମୁରା ବ୍ଲକରେ ଖାଦ୍ୟ କମିଶନ ବିଭିନ୍ନ ସ୍ଥାନରେ ସମୀକ୍ଷା appeared first on Odisha.News.