୫ ବର୍ଷରେ ୨୭୫ ହାଜତ ବଳାତ୍କାର ମାମଲା

ନୂଆଦିଲ୍ଲୀ,୨୬।୨:(ପି.ଟି.): ୨୦୧୭ରୁ ୨୦୨୨ ଗତ ୫ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଜତରେ ୨୭୦ରୁ ଊର୍ଦ୍ଧ୍ୱ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଏହା ଜଣାପଡ଼ିଛି। ଆଇନ ପ୍ରଣୟନ ବ୍ୟବସ୍ଥାରେ ସମ୍ବେଦନଶୀଳତା ଓ ଉତ୍ତରଦାୟିତ୍ୱର ଅଭାବରୁ ଏଭଳି ଘଟଣା ଘଟୁଥିବା ମାନବାଧିକାର କର୍ମୀମାନେ ବିଶ୍ୱାସ କରୁଛନ୍ତି। ଅପରାଧୀଙ୍କ ମଧ୍ୟରେ ପୋଲିସ କର୍ମଚାରୀ, ସରକାରୀ କର୍ମଚାରୀ, ସଶସ୍ତ୍ର ବଳର ସଦସ୍ୟ, ଜେଲ୍‌ କର୍ମଚାରୀ ରହିଛନ୍ତି। ହାଜତ, ରିମାଣ୍ଡ ହୋମ୍‌, ହସ୍ପିଟାଲ ଆଦି […] The post ୫ ବର୍ଷରେ ୨୭୫ ହାଜତ ବଳାତ୍କାର ମାମଲା appeared first on Dharitri Odia News.

୫ ବର୍ଷରେ ୨୭୫ ହାଜତ ବଳାତ୍କାର ମାମଲା

ନୂଆଦିଲ୍ଲୀ,୨୬।୨:(ପି.ଟି.): ୨୦୧୭ରୁ ୨୦୨୨ ଗତ ୫ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଜତରେ ୨୭୦ରୁ ଊର୍ଦ୍ଧ୍ୱ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଏହା ଜଣାପଡ଼ିଛି। ଆଇନ ପ୍ରଣୟନ ବ୍ୟବସ୍ଥାରେ ସମ୍ବେଦନଶୀଳତା ଓ ଉତ୍ତରଦାୟିତ୍ୱର ଅଭାବରୁ ଏଭଳି ଘଟଣା ଘଟୁଥିବା ମାନବାଧିକାର କର୍ମୀମାନେ ବିଶ୍ୱାସ କରୁଛନ୍ତି।

ଅପରାଧୀଙ୍କ ମଧ୍ୟରେ ପୋଲିସ କର୍ମଚାରୀ, ସରକାରୀ କର୍ମଚାରୀ, ସଶସ୍ତ୍ର ବଳର ସଦସ୍ୟ, ଜେଲ୍‌ କର୍ମଚାରୀ ରହିଛନ୍ତି। ହାଜତ, ରିମାଣ୍ଡ ହୋମ୍‌, ହସ୍ପିଟାଲ ଆଦି ସ୍ଥାନରେ ମହିଳା କଏଦୀଙ୍କୁ ବଳାତ୍କାର କରାଯାଉଥିବା ଏନ୍‌ସିଆର୍‌ବି ରିପୋର୍ଟରେ କୁହାଯାଇଛି। ୨୦୧୭ରେ ୮୯ଟି ହାଜତ ବଳାତ୍କାର ଘଟଣା ଘଟିଥିବାବେଳେ ୨୦୧୮ରେ ୬୦, ୨୦୧୯ରେ ୪୭, ୨୦୨୦ରେ ୨୯, ୨୦୨୧ରେ ୨୬ ଏବଂ ୨୦୨୨ରେ ୨୪ଟି ମାମଲା ଘଟିଛି।

The post ୫ ବର୍ଷରେ ୨୭୫ ହାଜତ ବଳାତ୍କାର ମାମଲା appeared first on Dharitri Odia News.