ଡୁଲୁରୀ ପାଇନ୍‌ ବଣରେ ଭୋଜି କରି ଗ୍ରୀଷ୍ମଛୁଟିର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): ପରିବାର ହୁଅନ୍ତୁ ବା ସାଙ୍ଗସାଥୀ ବନ୍ଧୁ ପରିଜନ ସେମାନଙ୍କ ସହ ସମୟ ବିତାଇବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ବଣଭୋଜିର ଆସର। ଆଉ ଏହା କରିବା ପାଇଁ କେଉଁ ଭଲ ସ୍ଥାନ ଠିକ୍‌ ତାକୁ ଚୟନ କରବା ମଧ୍ୟ ଗୋଟିଏ ଗୁରୁତ୍ୱ ବହନ କରୁଛି। ଏହି ପ୍ରରିପ୍ରେକ୍ଷୀରେ ଘଞ୍ଚ ଜଙ୍ଗଲ ସହ ନଦୀର କୂଳୁକୂଳୁ ଶବ୍ଦ ଆଉ ଶାନ୍ତ ପରିବେଶ ରହିଥିବା ସ୍ଥାନ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକମାନେ ଅଧିକ ପସନ୍ଦ କରନ୍ତି। […] The post ଡୁଲୁରୀ ପାଇନ୍‌ ବଣରେ ଭୋଜି କରି ଗ୍ରୀଷ୍ମଛୁଟିର ମଜା ନେଉଛନ୍ତି ପର୍ଯ୍ୟଟକ appeared first on Dharitri Odia News.

ଡୁଲୁରୀ ପାଇନ୍‌ ବଣରେ ଭୋଜି କରି ଗ୍ରୀଷ୍ମଛୁଟିର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): ପରିବାର ହୁଅନ୍ତୁ ବା ସାଙ୍ଗସାଥୀ ବନ୍ଧୁ ପରିଜନ ସେମାନଙ୍କ ସହ ସମୟ ବିତାଇବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ବଣଭୋଜିର ଆସର। ଆଉ ଏହା କରିବା ପାଇଁ କେଉଁ ଭଲ ସ୍ଥାନ ଠିକ୍‌ ତାକୁ ଚୟନ କରବା ମଧ୍ୟ ଗୋଟିଏ ଗୁରୁତ୍ୱ ବହନ କରୁଛି। ଏହି ପ୍ରରିପ୍ରେକ୍ଷୀରେ ଘଞ୍ଚ ଜଙ୍ଗଲ ସହ ନଦୀର କୂଳୁକୂଳୁ ଶବ୍ଦ ଆଉ ଶାନ୍ତ ପରିବେଶ ରହିଥିବା ସ୍ଥାନ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକମାନେ ଅଧିକ ପସନ୍ଦ କରନ୍ତି। ଦାରିଙ୍ଗବାଡ଼ିରେ କଫି ବଗିଚା ସମେତ କିସୁବାଡ଼ି, ମିଡିୟୁାନ୍ଦା, ଲଭର୍ସ ପଏଣ୍ଟ ଜଳପ୍ରପାତ ସମେତ ବଣ ଭୋଜି କରିବା ପାଇଁ ଡୁଲୁରୀ ପାଇନ ବଣ ହେଉଛି ସବୁଠାରୁ ସୁନ୍ଦର ପରିବେଶ। ପର୍ଯ୍ୟଟକଙ୍କ ପାଇଁ କଟେଜ, ଶିଶୁ ଉଦ୍ୟାନ ସମେତ ବଡ଼ ବଡ଼ ପାଇନ ଗଛର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବଣ ଭୋଜି କରିବା ପାଇଁ ଭଲ ଲାଗେ। ଏବେ ବିଦ୍ୟାଳୟ ମହାବିଦ୍ୟାଳୟ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଛୁଟି ରହିଥିବା ବେଳେ ପରିବାର ସହ ଦାରିଙ୍ଗବାଡ଼ି ବୁଲିବାକୁ ପର୍ଯ୍ୟଟକ ଅଧିକ ପସନ୍ଦ କରୁଛନ୍ତି ଏବେ ଡୁଲୁରୀ ପାଇନ ବଣରେ ବଣଭୋଜି ସହ ପରିବାର ସହ ଶିଶୁମାନେ ଛୁଟିର ମଜା ଉଠାଉଛନ୍ତି।

The post ଡୁଲୁରୀ ପାଇନ୍‌ ବଣରେ ଭୋଜି କରି ଗ୍ରୀଷ୍ମଛୁଟିର ମଜା ନେଉଛନ୍ତି ପର୍ଯ୍ୟଟକ appeared first on Dharitri Odia News.