ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ୟୁସିସି

ଡେରାଡୁନ୍‌,୨୦।୧: ସମାନ ନାଗରିକ ସଂହିତା (ୟୁସିସି)ର ନିୟମାବଳୀଗୁଡ଼ିକୁ ଉତ୍ତରାଖଣ୍ଡ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଖୁବ୍‌ଶୀଘ୍ର ୟୁସିସି କାର୍ଯ୍ୟକାରୀ ହେବା ନେଇ ତାରିଖ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର କହିଛନ୍ତି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ତାଲିମ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବାରୁ ଯଥାଶୀଘ୍ର ସମ୍ଭବ ରାଜ୍ୟରେ ୟୁସିସି ଲାଗୁ ହେବ ବୋଲି ଧାମି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜାନୁଆରୀରେ ୟୁସିସି ଲାଗୁ ହେବ ବୋଲି ମାସକ […] The post ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ୟୁସିସି appeared first on Dharitri Odia News.

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ୟୁସିସି

ଡେରାଡୁନ୍‌,୨୦।୧: ସମାନ ନାଗରିକ ସଂହିତା (ୟୁସିସି)ର ନିୟମାବଳୀଗୁଡ଼ିକୁ ଉତ୍ତରାଖଣ୍ଡ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଖୁବ୍‌ଶୀଘ୍ର ୟୁସିସି କାର୍ଯ୍ୟକାରୀ ହେବା ନେଇ ତାରିଖ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର କହିଛନ୍ତି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ତାଲିମ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବାରୁ ଯଥାଶୀଘ୍ର ସମ୍ଭବ ରାଜ୍ୟରେ ୟୁସିସି ଲାଗୁ ହେବ ବୋଲି ଧାମି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଜାନୁଆରୀରେ ୟୁସିସି ଲାଗୁ ହେବ ବୋଲି ମାସକ ପୂର୍ବରୁ ଧାମି ଘୋଷଣା କରିଥିଲେ। ଜାନୁଆରୀ ୨୩ରେ ସେଠାରେ ପୌର ନିର୍ବାଚନ ଥିବାରୁ ସରକାର ସାଧାରଣତନ୍ତ୍ର ଦିବସରେ ୟୁସିସି କାର୍ଯ୍ୟକାରିତା ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଏହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବା ନେଇ ୨୦୨୨ ନିର୍ବାଚନ ପୂର୍ବରୁ ଭାଜପା ପ୍ରତିଶ୍ରୁତି ଦେଇଥିଲା। ବିଶେଷଜ୍ଞ କମିଟି ଚିଠା ନିୟମାବଳୀ ପ୍ରସ୍ତୁତ କରିବା ପରେ ବିଧାନସଭାରେ ବିଲ୍‌ ଗୃହୀତ ହୋଇଥିଲା। ରାଜ୍ୟପାଳ ଏବଂ ରାଷ୍ଟ୍ରପତି ବିଲ୍‌କୁ ଅନୁମୋଦନ କରିସାରିଥିବାରୁ ଏହା ଆଇନରେ ପରିଣତ ହୋଇଛି। ସମସ୍ତଙ୍କ ପାଇଁ ସମାନ ନାଗରିକ ସଂହିତା ଲାଗୁ କରିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବାକୁ ଯାଉଛି।

The post ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ୟୁସିସି appeared first on Dharitri Odia News.