ପଦ୍ମପୁର ସହରରେ ମାଡ଼ିଗଲେଣି ବାଂଲାଦେଶୀ

ପଦ୍ମପୁର, ୭।୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଏବେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି। ବିଭିନ୍ନ ବ୍ୟବସାୟ ସାଙ୍ଗକୁ ରଙ୍ଗ କାମ, ମିସ୍ତ୍ରୀ କାମ ଆଳରେ ସହରକୁ ରାଜ୍ୟ ବାହାର ଅଣଓଡ଼ିଆ ଆସି କାୟାବିସ୍ତାର କରିବାରେ ଲାଗିଥିବା ଦେଖାଯାଉଛି। ଅଞ୍ଚଳରେ ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ଏହି ଅଣଓଡିଆଙ୍କ କାୟାବିସ୍ତାର ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିବା ସହିତ ଆଗାମୀ ଦିନରେ ଏକ ଭୟଙ୍କର […] The post ପଦ୍ମପୁର ସହରରେ ମାଡ଼ିଗଲେଣି ବାଂଲାଦେଶୀ appeared first on Dharitri Odia News.

ପଦ୍ମପୁର ସହରରେ ମାଡ଼ିଗଲେଣି ବାଂଲାଦେଶୀ

ପଦ୍ମପୁର, ୭।୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଏବେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି। ବିଭିନ୍ନ ବ୍ୟବସାୟ ସାଙ୍ଗକୁ ରଙ୍ଗ କାମ, ମିସ୍ତ୍ରୀ କାମ ଆଳରେ ସହରକୁ ରାଜ୍ୟ ବାହାର ଅଣଓଡ଼ିଆ ଆସି କାୟାବିସ୍ତାର କରିବାରେ ଲାଗିଥିବା ଦେଖାଯାଉଛି। ଅଞ୍ଚଳରେ ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ଏହି ଅଣଓଡିଆଙ୍କ କାୟାବିସ୍ତାର ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିବା ସହିତ ଆଗାମୀ ଦିନରେ ଏକ ଭୟଙ୍କର ପରିସ୍ଥିତିକୁ ଆମନ୍ତ୍ରଣ କରୁଥିବା ନେଇ ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି। ସହରରେ ଅନେକ ମାତ୍ରାରେ ଅଣଓଡ଼ିଆ ଶ୍ରମିକ ରହୁଥିଲେ ମଧ୍ୟ ପୋଲିସ ନିକଟରେ ସେମାନଙ୍କ ପରିଚୟ ସମ୍ପର୍କିତ ସୂଚନା ନାହିଁ। ଏହି ଅଣଓଡିଆ ଶ୍ରମିକମାନେ ଦଳଦଳ ହୋଇ ବିଭିନ୍ନ ଅଞ୍ଚଳରେ ଭଡାରେ କିମ୍ବା ନିର୍ମାଣାଧିନ କୋଠା ଘରେ ରହି ନିର୍ମାଣ କାର୍ଯ୍ୟ କରୁଛନ୍ତି। ଆହୁରି କେତେକ ବେଲୁନ ବାଲା, ପ୍‌ଲାଷ୍ଠିକ ଚୌକି, ଡ୍ରମ ପଲିଥିନ ଜରି ଆଦି ବିକ୍ରୀ ବାହାନାରେ ଏଠି ଆସି ରହିଯାଉଛନ୍ତି। ଏପରିକି ଯେଉଁ ଘର ଏମାନେ ନିର୍ମାଣ କାର୍ଯ୍ୟ କରୁଛନ୍ତି ସେହି ଘର ମାଲିକ ଠାରେ ମଧ୍ୟ ସେମାନଙ୍କ ନାମ/ଠିକଣା ରହୁନାହିଁ। ତେଣୁ ପ୍ରଶାସନ ତ୍ୱରିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

The post ପଦ୍ମପୁର ସହରରେ ମାଡ଼ିଗଲେଣି ବାଂଲାଦେଶୀ appeared first on Dharitri Odia News.