ନୀଳ ବିପ୍ଳବର ସାରଥି ସୁରେଶନ
ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ତାଙ୍କୁ ଦକ୍ଷିଣ ଓଡିଶାରେ ନୀଳ ବିପ୍ଳବର ସାରଥି ଭାବେ ପରିଚିତ କରାଇଛି। ଗତବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ଚାଷୀ ମେଳାରେ ସୁରେଶନ ମିଲିଓନିୟର ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି। ସୁରେଶନଙ୍କ ଯୋଗୁ ମାଛ ଚାଷୀ ଯାଆଁଳ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର ନ […] The post ନୀଳ ବିପ୍ଳବର ସାରଥି ସୁରେଶନ appeared first on Dharitri Odia News.
ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ତାଙ୍କୁ ଦକ୍ଷିଣ ଓଡିଶାରେ ନୀଳ ବିପ୍ଳବର ସାରଥି ଭାବେ ପରିଚିତ କରାଇଛି। ଗତବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ଚାଷୀ ମେଳାରେ ସୁରେଶନ ମିଲିଓନିୟର ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି। ସୁରେଶନଙ୍କ ଯୋଗୁ ମାଛ ଚାଷୀ ଯାଆଁଳ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର ନ କରି ବର୍ତ୍ତମାନ ଗୋଟିଏ ସ୍ଥାନରେ ଉଚିତ ମୂଲ୍ୟରେ ପାଇ ପାରୁଥିବାରୁ ତାଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।
ସୁରେଶନ ପାଠ ଛାଡିବା ପରେ ନିଜ ଗାଁର ବିଭିନ୍ନ ପୋଖରୀରୁ ମାଛଧରି ବିକ୍ରି ଆରମ୍ଭ କରିଥିଲେ। ସେଥିରେ ଲାଭ ନ ମିଳିବା ଓ ପରିବାରରେ ସମସ୍ୟା କାରଣରୁ ପରେ ରାଜମିସ୍ତ୍ରି କାମ ସହ ଓ ଚାଷବାସ କରିଥିଲେ। ଏଥିରେ ବି ନିରାଶ ହେବାରୁ ପୁଣି ପରିବାରର କାୈଳିକ ବୃତ୍ତକୁ ଫେରିଥିଲେ। ସେ ଆଖପାଖ ଗ୍ରାମର ପୋଖରୀଗୁଡିକୁ ଲିଜ ଆକାରରେ ନେଇ ୨୦୦୮ରୁ ମାଛ ଯାଅଁାଳ ଉତ୍ପାଦନ ଆରମ୍ଭ କଲେ। ଏହାପରେ ହୁମୁରୀ ଅଞ୍ଚଳରେ ବ୍ୟବହାର ହେଉ ନ ଥିବା ୩୧ ଏକରର ମାଛ ପୋଖରୀକୁ ୨୦୧୪ରୁ ସତ୍ତ୍ୱାଧିକାରୀ ରୂପେ ଗ୍ରହଣ କରିଥିଲେ। ଏହାକୁ ସେ ଏକ ବିରାଟ ମାଛ ଯାଅଁଳ ଉପତ୍ାଦନ କେନ୍ଦ୍ର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ବର୍ତ୍ତମାନ ସେଠାରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, ଏପରିକି ନୟାଗଡ ଓ ପୁରୀ ଜିଲା ଏବଂ ପଡ଼ୋଣୀ ରାଜ୍ୟ ଆନ୍ଧ୍ରକୁ ମଧ୍ୟ ସୁରେଶନ ମାଛ ଯାଆଁଳ ଯୋଗାଉଛନ୍ତି। ଆନ୍ଧ୍ରର ଶ୍ରୀକାକୁଲମ ଅଞ୍ଚଳକୁ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଅଧିକ ପରିମାଣର ରପ୍ତାନୀ ହେଉଥିବା ସେ କହିଛନ୍ତି। ରୋହି, ଭାକୁର, ମିରିକାଳୀ, ଦଳଖିଆ, ଅମୁର କପ, ସିଲଭର କପ, ଜଳଙ୍ଗ, ସେରେଣା, ରୁପଚାନ୍ଦି, ବ୍ଲାକ କପ, ମାଗୁର ଏବଂ କଉ ଭଳି ୩୦ରୁ ୪୦ ପ୍ରଜାତିର ମାଛ ଯାଆଁଳ ତାଙ୍କ ଫାର୍ମରେ ଉତ୍ପାଦନ ହେଉଛିି। ଯାହାର ମୂଲ୍ୟ ୧ଟଙ୍କାରୁ ଆରମ୍ଭ ହୋଇ ୨୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୩୧ ଏକର ଜାଗାରେ ୪୧ଟି ପୋଖରୀରେ ସୁରେଶନ ଏସବୁ ପ୍ରଜାତିର ମାଛ ଯାଆଁଳ ରଖିଛନ୍ତି। ଯାଆଁଳକୁ ସେ ଗଞ୍ଜାମ ଜିଲା ସମେତ ମତ୍ସ୍ୟ ବିଭାଗ ନିକଟରୁ ଆଣୁଥିବା କହିଛନ୍ତି। ଗତବର୍ଷ ପ୍ରାୟ ୩୦ ଲକ୍ଷ ଟଙ୍କାର ଯାଆଁଳ ଆଣି ୨ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଥିବା କହିଛନ୍ତି। କେବଳ ଯାଆଁଳ ନୁହେଁ ମାଛଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ, ଔଷଧ, ମାଛ ଧରିବା ଜାଲ, ମାଛଧରା ଡଙ୍ଗା ଓ ବୋଟ ମଧ୍ୟ ବିକ୍ରି ପାଇଁ ରଖିଛନ୍ତି।
ସୁରେଶନ କୁହନ୍ତି ଯେ, ବୈଜ୍ଞାନିକ ଜ୍ଞାନକାୈଶଳରେ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ପୋଖରୀ ଜଳ ଓ ମାଟି ପରିଚାଳନା, ରୋଗ ନିୟନ୍ତ୍ରଣ ପାଇଁ ବୈଷୟିକ ସାହାଯ୍ୟ ନେବା ଆବଶ୍ୟକ। ସାଧାରଣ ଗ୍ରାମୀଣ ପୁରୁଷ, ମହିଳା ଓ ଯୁବତୀ ଯୁବକଙ୍କୁ ମାଛ ଚାଷକୁ ଉତ୍ସାହିତ କରିିବା ପାଇଁ ୨୦୧୮ରୁ ତାଙ୍କ ଫାର୍ମରେ ଏକ ୱାନ ଷ୍ଟପ ଆକ୍ୱାସପ ଖୋଲିଛନ୍ତି। ଏଠାରେ ମାଛ ଚାଷ ନିମନ୍ତେ ଉତ୍ସାହୀ ଯୁବତୀ ଯୁୁବକ ପ୍ରେରଣା ସହ ପ୍ରଶିକ୍ଷଣ ନେଉଛନ୍ତି। ବର୍ତ୍ତମାନ ତାଙ୍କ ବ୍ୟବସାୟରେ ୨୦ଟି ପରିିବାର ରୋଜଗାର ପାଇଛନ୍ତି। ଆଗାମୀ ଦିନରେ ଜିଲାରେ ଏଭଳି ଅବ୍ୟବହୃତ ହୋଇ ପଡିଥିବା ପୋଖରୀକୁ କାର୍ଯ୍ୟରେ ଲଗାଇବା ପାଇଁ ଲକ୍ଷ୍ୟ ରଖିଥିବା ସୁରେଶନ କହିଛନ୍ତି। ଏଭଳି ମାଛ ଯାଆଁଳ ଉପତ୍ାଦନ କରି ରାଜ୍ୟକୁ ଯାଆଁଳ ଉପତ୍ାଦନରେ ସ୍ବାବଲମ୍ବୀ କରାଇବାରେ ଯୁବକଙ୍କ ଆବଶ୍ୟକତା ରହିଥିବା ବ୍ରହ୍ମପୁର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ ସୁଜିତ କୁମାର ନାଥ କହିଛନ୍ତି।
The post ନୀଳ ବିପ୍ଳବର ସାରଥି ସୁରେଶନ appeared first on Dharitri Odia News.