ମହାରାଷ୍ଟ୍ରରେ ଯୁବତୀଙ୍କୁ ଗଣବଳାତ୍କାର
ପୁଣେ,୪ା୧୦: ମହାରାଷ୍ଟ୍ରର ପୁଣେରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଯୁବତୀ ଜଣକ ତାଙ୍କର ବନ୍ଧୁଙ୍କ ସହ ବୋପଦେବ ଘାଟ ଅଞ୍ଚଳକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଜବରଦସ୍ତ କାର୍ରେ ନେଇଯାଇଥିଲେ। ପରେ ସେମାନେ ଯୁବତୀଙ୍କୁ ଗଣବଳାତ୍କାର କରିବା ସହ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିଥିଲେ। ପୋଲିସ କୋନ୍ଧଓ୍ବା ଅଞ୍ଚଳରୁ ଜଣେ ୩୬ ବର୍ଷୀୟ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପୋଲିସ କହିବା ଅନୁଯାୟୀ ଜଣେ ଅଭିଯୁକ୍ତ କାର୍ରେ ଆସି ନିଜକୁ ଜଣେ […] The post ମହାରାଷ୍ଟ୍ରରେ ଯୁବତୀଙ୍କୁ ଗଣବଳାତ୍କାର appeared first on Dharitri Odia News.
ପୁଣେ,୪ା୧୦: ମହାରାଷ୍ଟ୍ରର ପୁଣେରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଯୁବତୀ ଜଣକ ତାଙ୍କର ବନ୍ଧୁଙ୍କ ସହ ବୋପଦେବ ଘାଟ ଅଞ୍ଚଳକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଜବରଦସ୍ତ କାର୍ରେ ନେଇଯାଇଥିଲେ। ପରେ ସେମାନେ ଯୁବତୀଙ୍କୁ ଗଣବଳାତ୍କାର କରିବା ସହ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିଥିଲେ। ପୋଲିସ କୋନ୍ଧଓ୍ବା ଅଞ୍ଚଳରୁ ଜଣେ ୩୬ ବର୍ଷୀୟ ସନ୍ଦିଗ୍ଧଙ୍କୁ ଗିରଫ କରିଛି।
ପୋଲିସ କହିବା ଅନୁଯାୟୀ ଜଣେ ଅଭିଯୁକ୍ତ କାର୍ରେ ଆସି ନିଜକୁ ଜଣେ ଆକ୍ଟିଭିଷ୍ଟ ବୋଲି ପରିଚୟ ଦେଇଥିଲେ। ଉକ୍ତ ଅଞ୍ଚଳରେ ଯୋଡ଼ିଙ୍କୁ ଯିବା ପାଇଁ ଅନୁମତି ନାହିଁ ବୋଲି କହିଥିଲେ। ଏହା ପରେ ଅଭିଯୁକ୍ତମାନେ ମହିଳାଙ୍କୁ ଧମକ ଦେଇ ଜବରଦସ୍ତ କାର୍ରେ ଉଠାଇନେଇଥିଲେ। ଏକ ଫାଙ୍କା ରାସ୍ତାରେ ସେମାନେ ଯୁବତୀଙ୍କୁ ବଳାତ୍କାର କରିବା ପରେ ଆହତ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଶୁକ୍ରବାର ସକାଳେ କୋନ୍ଧଓ୍ବା ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।
The post ମହାରାଷ୍ଟ୍ରରେ ଯୁବତୀଙ୍କୁ ଗଣବଳାତ୍କାର appeared first on Dharitri Odia News.