ସୁରେଶ, ବାଲକ୍ରିଷ୍ଣନଙ୍କ ପରେ ଆଇଟି ସଚିବ ପଦରୁ ଇସ୍ତଫା ଦେଲେ ମନୋଜ ମିଶ୍ର

ଭୁବନେଶ୍ୱର,୬।୬: ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର। ଇଲେକ୍ଟ୍ରୋନିକ ଓ ଆଇଟି ପ୍ରମୁଖ ସଚିବ ପଦରୁ ଗୁରୁବାର ମନୋଜ ମିଶ୍ର ଇସ୍ତଫା ଦେଇଛନ୍ତି। ଇସ୍ତଫା ଗୃହିତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ସିଏମଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର ଏବଂ ସ୍ପେଶାଲ ଇନିସିଏଟିଭ ଉପଦେଷ୍ଟା ପଦରୁ ଆର୍‌ ବାଲକ୍ରିଷ୍ଣନ ଇସ୍ତଫା ଦେଇଥିଲେ। ମନୋଜ ମିଶ୍ର ୨୦୨୨ ଡିସେମ୍ବର ୨୮ ତାରିଖରେ ସର୍ବଭାରତୀୟ ରେଳବାଇ ଟ୍ରାଫିକ […] The post ସୁରେଶ, ବାଲକ୍ରିଷ୍ଣନଙ୍କ ପରେ ଆଇଟି ସଚିବ ପଦରୁ ଇସ୍ତଫା ଦେଲେ ମନୋଜ ମିଶ୍ର appeared first on Dharitri Odia News.

ସୁରେଶ, ବାଲକ୍ରିଷ୍ଣନଙ୍କ ପରେ ଆଇଟି ସଚିବ ପଦରୁ ଇସ୍ତଫା ଦେଲେ ମନୋଜ ମିଶ୍ର

ଭୁବନେଶ୍ୱର,୬।୬: ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର। ଇଲେକ୍ଟ୍ରୋନିକ ଓ ଆଇଟି ପ୍ରମୁଖ ସଚିବ ପଦରୁ ଗୁରୁବାର ମନୋଜ ମିଶ୍ର ଇସ୍ତଫା ଦେଇଛନ୍ତି। ଇସ୍ତଫା ଗୃହିତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ସିଏମଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର ଏବଂ ସ୍ପେଶାଲ ଇନିସିଏଟିଭ ଉପଦେଷ୍ଟା ପଦରୁ ଆର୍‌ ବାଲକ୍ରିଷ୍ଣନ ଇସ୍ତଫା ଦେଇଥିଲେ।

ମନୋଜ ମିଶ୍ର ୨୦୨୨ ଡିସେମ୍ବର ୨୮ ତାରିଖରେ ସର୍ବଭାରତୀୟ ରେଳବାଇ ଟ୍ରାଫିକ ସେବା(ଆଇଆରଟିଏସ) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ଓ ସେବେଠୁ ଓଡ଼ିଶା ସରକାର ତାଙ୍କୁ ପ୍ରମୁଖ ସଚିବ ପାହ୍ୟାରେ ଆଇଟି ବିଭାଗରେ ଅବସ୍ଥାପିତ କରିଥିଲେ । ମନୋଜ ମିଶ୍ର ଓଡ଼ିଶା ପ୍ରଥମ ଆଉଟସୋର୍ସିଂ ପ୍ରମୁଖ ସଚିବ ଆଉ ପାଣ୍ଡିଆନ୍‌ଙ୍କ ଘନିଷ୍ଠ ବନ୍ଧୁ ଭାବେ ମଧ୍ୟ ପରିଚିତ ।

The post ସୁରେଶ, ବାଲକ୍ରିଷ୍ଣନଙ୍କ ପରେ ଆଇଟି ସଚିବ ପଦରୁ ଇସ୍ତଫା ଦେଲେ ମନୋଜ ମିଶ୍ର appeared first on Dharitri Odia News.