ଜିରୋ ନାଇଟ ପାଇଁ ଜିରୋ ଟଲେରାନ୍ସ । ମଦ ପିଇ ଉତ୍ପାତ କଲେ ବନ୍ଧା ହେବେ ।

କନକ ବ୍ୟୁରୋ: ଲୁଚି ଛପି ମଦ ବିକୁଥିବା ବେପାରୀଙ୍କ ବିରୋଧରେ ଶୁନ୍ୟ ସହଳଶୀଳ ନୀତି ଗ୍ରହଣ କରାଯିବ । ଗାଁରୁ ସହର ବୁଲି ବୁଲି ଚୋରା ମଦ ମାଫିଆଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ ହେବ । ସବୁ ଛକ, ଗଳି, କନ୍ଦି ବୁଲି ବୁଲି ବେଆଇନ ମଦ ଦୋକାନ ଉପରେ ଚଢାଉ କରାଯିବ । ଦୋଷୀ ବିରୋଧରେ କଡା କାର୍ୟାନୁଷ୍ଠାନ ଗ୍ରହଣ କରିବା ସହ, ଦୋକାନକୁ ସିଲ୍ କରି ତାଲା ପକାଇବାର ବ୍ୟବସ୍ଥା କରାଯିବ। ରାଜ୍ୟରେ ମଦମୃତ୍ୟୁ ପରେ, ନୁଆ ବର୍ଷରୁ ଏହିପରି କଠୋର ଆକ୍ସନ ନେବାକୁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ ଏକ୍ସସାଇଜ ପଲିସି ଉଲ୍ଲଙ୍ଘନ କରୁଥିବା ମଦ ଦୋକାନୀ କିମ୍ବା ବାର ବିରୋଧରେ କଠୋର କାର୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ। ଏହାସହିତ ଜିରୋ ନାଇଟ୍ ସେଲିବ୍ରେସନ ବେଳେ, ମଦ ପିଇ ବିଶୃଂଖଳିତ ହେଉଥିବା ଏବଂ ଚୋରା ମଦ ମାଫିଆଙ୍କ ବିରୋଧରେ କଡା କାର୍ୟାନୁଷ୍ଠାନ ନିଆଯିବାକୁ ନିର୍ଦେଶ ଦିଆଯାଇଛି।     ସ୍ୱତନ୍ତ୍ର ସ୍କ୍ୱାଡ ନଜରରେ ଭାଙ୍ଗ, ଗଞ୍ଜେଇ ଓ ମଦ ସରକାରଙ୍କ ନଜର, ଗାଁ ଠୁ ସହର   ସେପଟେ କେବଳ ମଦ କାରବାର ନୁହେଁ ବରଂ ଭାଙ୍ଗ, ଗଞ୍ଜେଇ ଚୋରା ଚାଲାଣ ଉପରେ ବି ନଜର ରହିଛି। ନୂଆ ବର୍ଷ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ପାଇଁ ବିଭିନ୍ନ ଜିଲ୍ଲାର ଏସପି, କଲେକ୍ଟରଙ୍କ ସହ ମିଟିଂ ସରିଛି। ଅବକାରୀ ବିଭାଗର ଏବଂ ଏସଟିଏଫକୁ ନେଇ ଏକ ଜଏଣ୍ଟ ରେଡ୍ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ବି ଗଠନ କରାଯାଇଛି। ଏନେଇ ଗାଁ ଠୁ

ଜିରୋ ନାଇଟ ପାଇଁ ଜିରୋ ଟଲେରାନ୍ସ । ମଦ ପିଇ ଉତ୍ପାତ କଲେ ବନ୍ଧା ହେବେ ।

କନକ ବ୍ୟୁରୋ: ଲୁଚି ଛପି ମଦ ବିକୁଥିବା ବେପାରୀଙ୍କ ବିରୋଧରେ ଶୁନ୍ୟ ସହଳଶୀଳ ନୀତି ଗ୍ରହଣ କରାଯିବ । ଗାଁରୁ ସହର ବୁଲି ବୁଲି ଚୋରା ମଦ ମାଫିଆଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ ହେବ । ସବୁ ଛକ, ଗଳି, କନ୍ଦି ବୁଲି ବୁଲି ବେଆଇନ ମଦ ଦୋକାନ ଉପରେ ଚଢାଉ କରାଯିବ । ଦୋଷୀ ବିରୋଧରେ କଡା କାର୍ୟାନୁଷ୍ଠାନ ଗ୍ରହଣ କରିବା ସହ, ଦୋକାନକୁ ସିଲ୍ କରି ତାଲା ପକାଇବାର ବ୍ୟବସ୍ଥା କରାଯିବ। ରାଜ୍ୟରେ ମଦମୃତ୍ୟୁ ପରେ, ନୁଆ ବର୍ଷରୁ ଏହିପରି କଠୋର ଆକ୍ସନ ନେବାକୁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ ଏକ୍ସସାଇଜ ପଲିସି ଉଲ୍ଲଙ୍ଘନ କରୁଥିବା ମଦ ଦୋକାନୀ କିମ୍ବା ବାର ବିରୋଧରେ କଠୋର କାର୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ। ଏହାସହିତ ଜିରୋ ନାଇଟ୍ ସେଲିବ୍ରେସନ ବେଳେ, ମଦ ପିଇ ବିଶୃଂଖଳିତ ହେଉଥିବା ଏବଂ ଚୋରା ମଦ ମାଫିଆଙ୍କ ବିରୋଧରେ କଡା କାର୍ୟାନୁଷ୍ଠାନ ନିଆଯିବାକୁ ନିର୍ଦେଶ ଦିଆଯାଇଛି।    

ସ୍ୱତନ୍ତ୍ର ସ୍କ୍ୱାଡ ନଜରରେ ଭାଙ୍ଗ, ଗଞ୍ଜେଇ ଓ ମଦ 
ସରକାରଙ୍କ ନଜର, ଗାଁ ଠୁ ସହର  

ସେପଟେ କେବଳ ମଦ କାରବାର ନୁହେଁ ବରଂ ଭାଙ୍ଗ, ଗଞ୍ଜେଇ ଚୋରା ଚାଲାଣ ଉପରେ ବି ନଜର ରହିଛି। ନୂଆ ବର୍ଷ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ପାଇଁ ବିଭିନ୍ନ ଜିଲ୍ଲାର ଏସପି, କଲେକ୍ଟରଙ୍କ ସହ ମିଟିଂ ସରିଛି। ଅବକାରୀ ବିଭାଗର ଏବଂ ଏସଟିଏଫକୁ ନେଇ ଏକ ଜଏଣ୍ଟ ରେଡ୍ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ବି ଗଠନ କରାଯାଇଛି। ଏନେଇ ଗାଁ ଠୁ ସହର ସବୁ ସ୍ଥାନରେ ବିକ୍ରି ହେଉଥିବା ଚୋରା କାରବାର ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। 
 

ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ। ଏହାର ଫାଇଦା ନେଇ କିଛି ମାଫିଆ ମାନେ ବିଭିନ୍ନ ସ୍ଥାନରେ ଚୋରା ମଦ, ଗଞ୍ଜେଇ, ଭାଙ୍ଗ ଚାଲାଣର ନଜିର ରହିଛି । ଜେଲ ଯାଇ ପୁଣି ବେଲରେ ଆସି ମାଫିଆ ମାନେ ପୁଣି ଥରେ ଏହି କାର୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ତେବେ ଏହା ଉପରେ ରୋକ୍ ଲଗାଇବା ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।