ଭୂକମ୍ପରେ ଥରିଲା ଆଫଗାନିସ୍ଥାନ, ଉତ୍ତର-ଭାରତ ଯାଏଁ ହେଲା ଅନୁଭୂତ
ମୁମ୍ଵାଇ ୨୯।୦୮: ଗୁରୁବାର ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୭ ମ୍ୟାଗ୍ନିଚ୍ୟୁଡର ଥିଲା। ଏହାର ଝଟକା ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନର କିଛି ଅଞ୍ଚଳରେ ଭୂକମ୍ପ ଲୋକଙ୍କୁ ଭୟଭୀତ କରିଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଗୁରୁବାର ଦିନ ୧୧:୨୬ ରେ କାବୁଲର ୨୭୭ କିଲୋମିଟର ଉତ୍ତର-ପୂର୍ବରେ ୨୫୫ କିଲୋମିଟର ଗଭୀରତାରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଛି।ଗୁରୁବାର ସକାଳେ ଆଫଗାନିସ୍ତାନରେ ହୋଇଥିବା ଏହି ଭୂକମ୍ପ ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ପକାଇଥିଲା। ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନର କେତେକ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥି ସହିତ ଇସଲାମାବାଦ, ପେଶୱାର, ରାୱଲପିଣ୍ଡି, ସରଗୋଡା, ଫୈସଲାବାଦ ଏବଂ ପାକିସ୍ତାନର ଆଖପାଖ ଅଞ୍ଚଳରେ ଥରିବାକୁ ଲାଗିଲା। ପାକିସ୍ତାନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୪ ବୋଲି ଆକଳନ କରାଯାଇଛି। ପଞ୍ଜାବର କିଛି ଅଂଶ ଏବଂ ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଭୂକମ୍ପ ଅନୁଭୂତ ହୋଇଛି।ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୁତ ହୋଇଥିଲା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ ୧୧:୨୬ ରେ କାବୁଲର ଉତ୍ତର-ପୂର୍ବରେ ୨୫୫ କିଲୋମିଟର ୨୭୭ କିଲୋମିଟର ଗଭୀରତାରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହାର ପ୍ରଭାବ ଦିଲ୍ଲ
ମୁମ୍ଵାଇ ୨୯।୦୮: ଗୁରୁବାର ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୭ ମ୍ୟାଗ୍ନିଚ୍ୟୁଡର ଥିଲା। ଏହାର ଝଟକା ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନର କିଛି ଅଞ୍ଚଳରେ ଭୂକମ୍ପ ଲୋକଙ୍କୁ ଭୟଭୀତ କରିଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଗୁରୁବାର ଦିନ ୧୧:୨୬ ରେ କାବୁଲର ୨୭୭ କିଲୋମିଟର ଉତ୍ତର-ପୂର୍ବରେ ୨୫୫ କିଲୋମିଟର ଗଭୀରତାରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଛି।
ଗୁରୁବାର ସକାଳେ ଆଫଗାନିସ୍ତାନରେ ହୋଇଥିବା ଏହି ଭୂକମ୍ପ ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ପକାଇଥିଲା। ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନର କେତେକ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥି ସହିତ ଇସଲାମାବାଦ, ପେଶୱାର, ରାୱଲପିଣ୍ଡି, ସରଗୋଡା, ଫୈସଲାବାଦ ଏବଂ ପାକିସ୍ତାନର ଆଖପାଖ ଅଞ୍ଚଳରେ ଥରିବାକୁ ଲାଗିଲା। ପାକିସ୍ତାନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୪ ବୋଲି ଆକଳନ କରାଯାଇଛି। ପଞ୍ଜାବର କିଛି ଅଂଶ ଏବଂ ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଭୂକମ୍ପ ଅନୁଭୂତ ହୋଇଛି।
ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୁତ ହୋଇଥିଲା
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ ୧୧:୨୬ ରେ କାବୁଲର ଉତ୍ତର-ପୂର୍ବରେ ୨୫୫ କିଲୋମିଟର ୨୭୭ କିଲୋମିଟର ଗଭୀରତାରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହାର ପ୍ରଭାବ ଦିଲ୍ଲୀ ଏନସିଆରରେ ମଧ୍ୟ ଅନୁଭୂତ ହୋଇଥିଲା। ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଥିଲା।