୧ ଡଲାର=୮୬.୭୦ ଟଙ୍କା
ମୁମ୍ବାଇ,୧୪।୧: ପ୍ରାୟ ୨ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଘଟିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬ ପଇସା ହ୍ରାସ ପାଇ ୮୬ ଟଙ୍କା ୭୦ ପଇସାରେ ପହଞ୍ଚିଛି। ଡଲାରର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଅଶୋଧିତ ତୈଳ ଦର ବଢ଼ିବା କାରଣରୁ ଭାରତୀୟ ମୁଦ୍ରା ନିମ୍ନଗାମୀ ହୋଇଛି। ଆନ୍ତଃବ୍ୟାଙ୍କ ଫରେନ୍ ଏକ୍ସଚେଞ୍ଜରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୬.୧୨ରୁ ଆରମ୍ଭ ହୋଇ ପରେ ୮୬.୧୧ରେ ରହିବା ପରେ କାରବାର ଶେଷ […] The post ୧ ଡଲାର=୮୬.୭୦ ଟଙ୍କା appeared first on Dharitri Odia News.
ମୁମ୍ବାଇ,୧୪।୧: ପ୍ରାୟ ୨ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଘଟିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬ ପଇସା ହ୍ରାସ ପାଇ ୮୬ ଟଙ୍କା ୭୦ ପଇସାରେ ପହଞ୍ଚିଛି। ଡଲାରର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଅଶୋଧିତ ତୈଳ ଦର ବଢ଼ିବା କାରଣରୁ ଭାରତୀୟ ମୁଦ୍ରା ନିମ୍ନଗାମୀ ହୋଇଛି। ଆନ୍ତଃବ୍ୟାଙ୍କ ଫରେନ୍ ଏକ୍ସଚେଞ୍ଜରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୬.୧୨ରୁ ଆରମ୍ଭ ହୋଇ ପରେ ୮୬.୧୧ରେ ରହିବା ପରେ କାରବାର ଶେଷ ବେଳକୁ ୬୬ ପଇସା ଖସି ୮୬.୭୦ ହୋଇଥିଲା। ଗୋଟିଏ ଦିନରେ ଟଙ୍କା ମୂଲ୍ୟ ୬୬ ପଇସା କମିବା ପାଖାପାଖି ୨ ବର୍ଷ ମଧ୍ୟରେ ସର୍ବାଧିକ। ୨୦୨୩ ଫେବୃଆରୀ ୬ରେ ଟଙ୍କା
ମୂଲ୍ୟ ସର୍ବାଧିକ ୬୮ ପଇସା ହ୍ରାସ ପାଇଥିଲା। ସୂଚନାଯୋଗ୍ୟ, ଗତ କିଛି ମାସ ହେଲା ଡଲାର ତୁଳନାରେ ଟଙ୍କା ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ଗତ ଡିସେମ୍ବର ୧୯ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୫ ଥିବାବେଳେ ଡିସେମ୍ବର ୩୦ରେ ୮୫.୫୨କୁ ଖସିଥିଲା। ଗତ ଶୁକ୍ରବାର ମୂଲ୍ୟ ଆହୁରି ହ୍ରାସ ପାଇ ୮୬.୦୪ ରହିଥିଲା।
The post ୧ ଡଲାର=୮୬.୭୦ ଟଙ୍କା appeared first on Dharitri Odia News.