ଟିକେଟ୍ କଳି: କଂଗ୍ରେସ ଭବନରେ ଧାରଣା ଦେଲେ ଆଶାୟୀ ପ୍ରାର୍ଥୀ
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ମଙ୍ଗଳବାର ବିଧାନସଭା ଆସନ ପାଇଁ ୪୭ ପ୍ରାର୍ଥୀ ତାଲିକା କଂଗ୍ରେସ ଘୋଷଣା କରିଛି। ପ୍ରାର୍ଥୀ ତାଲିକାରେ କିଛି ପୁରୁଣା ନେତାଙ୍କ ସହ କିଛି ନୂଆ ଚେହେରାଙ୍କୁ ମଧ୍ୟ କଂଗ୍ରେସ ସୁଯୋଗ ଦେଇଥିବା ବେଳେ ଟିକେଟ୍ ଆଶାୟୀରେ ଥିବା ନେତା ଏଥିରୁ ବାଦ୍ ପଡିଛନ୍ତି। ଏହି ସମୟରେ ମଙ୍ଗଳବାର କଂଗ୍ରେସ ଭବନରେ ଟିକେଟ୍ ପାଇଁ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ । ଜଳେଶ୍ୱର ବିଧାନସଭା ଆସନ ପାଇଁ ଟିକେଟ୍ ଆଶାୟୀ ଥିବା […] The post ଟିକେଟ୍ କଳି: କଂଗ୍ରେସ ଭବନରେ ଧାରଣା ଦେଲେ ଆଶାୟୀ ପ୍ରାର୍ଥୀ appeared first on Dharitri Odia News.
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ମଙ୍ଗଳବାର ବିଧାନସଭା ଆସନ ପାଇଁ ୪୭ ପ୍ରାର୍ଥୀ ତାଲିକା କଂଗ୍ରେସ ଘୋଷଣା କରିଛି। ପ୍ରାର୍ଥୀ ତାଲିକାରେ କିଛି ପୁରୁଣା ନେତାଙ୍କ ସହ କିଛି ନୂଆ ଚେହେରାଙ୍କୁ ମଧ୍ୟ କଂଗ୍ରେସ ସୁଯୋଗ ଦେଇଥିବା ବେଳେ ଟିକେଟ୍ ଆଶାୟୀରେ ଥିବା ନେତା ଏଥିରୁ ବାଦ୍ ପଡିଛନ୍ତି। ଏହି ସମୟରେ ମଙ୍ଗଳବାର କଂଗ୍ରେସ ଭବନରେ ଟିକେଟ୍ ପାଇଁ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ । ଜଳେଶ୍ୱର ବିଧାନସଭା ଆସନ ପାଇଁ ଟିକେଟ୍ ଆଶାୟୀ ଥିବା ସୁଦର୍ଶନ ଦାସଙ୍କ ଶହ ଶହ ସମର୍ଥନ ଧାରଣାରେ ବସିଥିଲେ। ଯଦିଓ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜଳେଶ୍ୱର ଆସନ ପାଇଁ କିଏ ପ୍ରାର୍ଥୀ ହେବେ ଘୋଷଣା ହୋଇନି, ତଥାପି ସୁଦର୍ଶନ ଦାସଙ୍କ ଟିକେଟ୍ କଟିଯାଉଥିବା ଆଶଙ୍କା କରି ପ୍ରତିବାଦ କରିଥିବା ଜଣାପଡିଛି।
The post ଟିକେଟ୍ କଳି: କଂଗ୍ରେସ ଭବନରେ ଧାରଣା ଦେଲେ ଆଶାୟୀ ପ୍ରାର୍ଥୀ appeared first on Dharitri Odia News.