ପୁରୀ-ବାଙ୍ଗିରିପୋଷୀ ଟ୍ରେନ୍‌ର ଇଞ୍ଜିନ୍ ଫେଲ୍, ଅଧାରାସ୍ତାରେ ଅଟକିଛି ଗାଡି

ଭଦ୍ରକ ୦୪।୦୯ : କନ୍ୟାକୁମାରୀ ସୁପର ଫାଷ୍ଟ ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି । ଅଧାରାସ୍ତାରେ ଅଟକିଛି ଅନେକ ଟ୍ରେନ୍‌ । ଭଦ୍ରକ ଜିଲ୍ଲାର ରାନ୍ଦିଆ ବାଉଦପୁର ଷ୍ଟେସନ୍‌ ନିକଟରେ ଅଟକିଛି ପୁରୀ-ବାଙ୍ଗିରିପୋଷୀ ଟ୍ରେନ୍‌ । ଖବର ଅନୁଯାୟୀ, ପୁରୀରୁ ବାଙ୍ଗିରିପୋଷୀ ଅଭିମୁଖେ ଯାଉଥିଲା ଏହି ସୁପରଫାଷ୍ଟ ଟ୍ରେନ୍‌ । ହେଲେ ବାଉଦପୁର ଷ୍ଟେସନ ନିକଟରେ ହଠାତ୍‌ ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯାହାଫଳରେ ଟ୍ରେନ୍‌ଟି ସେହି ସ୍ଥାନରେ ହିଁ ଅଟକାଯାଇଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରେନ୍‌ଟି ଅଟକି ରହିଛି । ତେବେ ଟ୍ରେନ୍‌ଟି ଅଧାବାଟରେ ଅଟକି ଥିବାରୁ ଭଦ୍ରକରୁ ଏକ ଇଞ୍ଜିନକୁ ପଠାଇଛି । ଅନ୍ୟପଟେ ସେହି ରୁଟ୍‌ରେ ଅନେକ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯିବା ସହ କିଛି ଟ୍ରେନ୍‌ ମଧ୍ୟ ଅଧାରାସ୍ତାରେ ଅଟକିଛି । 

ପୁରୀ-ବାଙ୍ଗିରିପୋଷୀ ଟ୍ରେନ୍‌ର ଇଞ୍ଜିନ୍ ଫେଲ୍, ଅଧାରାସ୍ତାରେ ଅଟକିଛି ଗାଡି

ଭଦ୍ରକ ୦୪।୦୯ : କନ୍ୟାକୁମାରୀ ସୁପର ଫାଷ୍ଟ ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି । ଅଧାରାସ୍ତାରେ ଅଟକିଛି ଅନେକ ଟ୍ରେନ୍‌ । ଭଦ୍ରକ ଜିଲ୍ଲାର ରାନ୍ଦିଆ ବାଉଦପୁର ଷ୍ଟେସନ୍‌ ନିକଟରେ ଅଟକିଛି ପୁରୀ-ବାଙ୍ଗିରିପୋଷୀ ଟ୍ରେନ୍‌ । 

ଖବର ଅନୁଯାୟୀ, ପୁରୀରୁ ବାଙ୍ଗିରିପୋଷୀ ଅଭିମୁଖେ ଯାଉଥିଲା ଏହି ସୁପରଫାଷ୍ଟ ଟ୍ରେନ୍‌ । ହେଲେ ବାଉଦପୁର ଷ୍ଟେସନ ନିକଟରେ ହଠାତ୍‌ ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯାହାଫଳରେ ଟ୍ରେନ୍‌ଟି ସେହି ସ୍ଥାନରେ ହିଁ ଅଟକାଯାଇଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରେନ୍‌ଟି ଅଟକି ରହିଛି । ତେବେ ଟ୍ରେନ୍‌ଟି ଅଧାବାଟରେ ଅଟକି ଥିବାରୁ ଭଦ୍ରକରୁ ଏକ ଇଞ୍ଜିନକୁ ପଠାଇଛି । ଅନ୍ୟପଟେ ସେହି ରୁଟ୍‌ରେ ଅନେକ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯିବା ସହ କିଛି ଟ୍ରେନ୍‌ ମଧ୍ୟ ଅଧାରାସ୍ତାରେ ଅଟକିଛି ।