ଧରାପଡିଲା ଭାରତୀୟ ବ୍ୟାଟରଙ୍କ ଦୁର୍ବଳତା, କୋଚ୍ କହିଲେ ଏମିତି...

ନୂଆଦିଲ୍ଲୀ ୨୨/୦୮: ଟିମ୍ ଇଣ୍ଡିଆରେ ଏକରୁ ଆରକେ ବ୍ୟାଟର । ପାଖରେ ଅଛନ୍ତି ଧୂଆଁଧାର ବ୍ୟାଟ୍ସମ୍ୟାନ୍ । ଦଳରେ ରୋହିତ ଶର୍ମା, ବିରାଟ କୋହଲି, ଶୁଭମନ ଗିଲଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ ଟେକ୍ନିକାଲି ବହୁତ ଶକ୍ତିଶାଳୀ । ତେବେ ଟିମ୍ ଇଣ୍ଡିଆର ନୂତନ ସହକାରୀ ପ୍ରଶିକ୍ଷକ ଏମିତି କିଛି ଖୁଲାସା କରିଛନ୍ତି ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ । କୋଚ୍ କହିଛନ୍ତି ଖେଳାଳିମାନେ ସ୍ପିନ୍‌କୁ ଭଲଭାବେ ମୁକାବିଲା କରିପାରୁନହାଁନ୍ତି । ସ୍ପିନ୍ ବିରୋଧରେ ମୈଦାନରେ ସଂଘର୍ଷ କରୁଛନ୍ତି । ଆଜ୍ଞା ହଁ ଆମେ କହୁଛୁ ଟେନ ଡେସ୍କାଟଙ୍କ ବିଷୟରେ । ଯିଏକି ନିକଟରେ ସହକାରୀ ପ୍ରଶିକ୍ଷକ ହୋଇପାରିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ଟିମ୍ ଇଣ୍ଡିଆ ଖେଳାଳିମାନେ ସ୍ପିନରଙ୍କ ବିପକ୍ଷରେ ପୂର୍ବ ଅପେକ୍ଷା ଅଧିକ ସଂଘର୍ଷ କରନ୍ତି । ଟେନ୍ କହିଛନ୍ତି ଯେ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟର ଏକଦା ଶକ୍ତିଶାଳୀ ଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କର ପ୍ରଦର୍ଶନ କମିଛି । ଟେନ୍ କହିଛନ୍ତି ଯେ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ କୌଣସି ବୈଷୟିକ ଜ୍ଞାନର ଆବଶ୍ୟକତା ନାହିଁ । ସେ କେବଳ ଖେଳାଳୀମାନଙ୍କୁ ସମାନ ମାନସିକତା ସହିତ ଖେଳିବାକୁ ପରାମର୍ଶ ଦେବେ । ଟେନ୍ ଟିମ୍ ଇଣ୍ଡିଆ ଖେଳାଳିମାନେ ସ୍ପିନରଙ୍କ ବିପକ୍ଷରେ ଚିନ୍ତିତ ଥିବା ଜଣାପଡିଛି । ଖାସ୍ କରି ବିରାଟ କୋହଲି ମଧ୍ୟ ସ୍ପିନ୍ ବିରୋଧରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମ

ଧରାପଡିଲା ଭାରତୀୟ ବ୍ୟାଟରଙ୍କ ଦୁର୍ବଳତା, କୋଚ୍ କହିଲେ ଏମିତି...

ନୂଆଦିଲ୍ଲୀ ୨୨/୦୮: ଟିମ୍ ଇଣ୍ଡିଆରେ ଏକରୁ ଆରକେ ବ୍ୟାଟର । ପାଖରେ ଅଛନ୍ତି ଧୂଆଁଧାର ବ୍ୟାଟ୍ସମ୍ୟାନ୍ । ଦଳରେ ରୋହିତ ଶର୍ମା, ବିରାଟ କୋହଲି, ଶୁଭମନ ଗିଲଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ ଟେକ୍ନିକାଲି ବହୁତ ଶକ୍ତିଶାଳୀ । ତେବେ ଟିମ୍ ଇଣ୍ଡିଆର ନୂତନ ସହକାରୀ ପ୍ରଶିକ୍ଷକ ଏମିତି କିଛି ଖୁଲାସା କରିଛନ୍ତି ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ । 

କୋଚ୍ କହିଛନ୍ତି ଖେଳାଳିମାନେ ସ୍ପିନ୍‌କୁ ଭଲଭାବେ ମୁକାବିଲା କରିପାରୁନହାଁନ୍ତି । ସ୍ପିନ୍ ବିରୋଧରେ ମୈଦାନରେ ସଂଘର୍ଷ କରୁଛନ୍ତି । ଆଜ୍ଞା ହଁ ଆମେ କହୁଛୁ ଟେନ ଡେସ୍କାଟଙ୍କ ବିଷୟରେ । ଯିଏକି ନିକଟରେ ସହକାରୀ ପ୍ରଶିକ୍ଷକ ହୋଇପାରିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ଟିମ୍ ଇଣ୍ଡିଆ ଖେଳାଳିମାନେ ସ୍ପିନରଙ୍କ ବିପକ୍ଷରେ ପୂର୍ବ ଅପେକ୍ଷା ଅଧିକ ସଂଘର୍ଷ କରନ୍ତି । 

ଟେନ୍ କହିଛନ୍ତି ଯେ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟର ଏକଦା ଶକ୍ତିଶାଳୀ ଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କର ପ୍ରଦର୍ଶନ କମିଛି । ଟେନ୍ କହିଛନ୍ତି ଯେ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ କୌଣସି ବୈଷୟିକ ଜ୍ଞାନର ଆବଶ୍ୟକତା ନାହିଁ । ସେ କେବଳ ଖେଳାଳୀମାନଙ୍କୁ ସମାନ ମାନସିକତା ସହିତ ଖେଳିବାକୁ ପରାମର୍ଶ ଦେବେ । 

ଟେନ୍ ଟିମ୍ ଇଣ୍ଡିଆ ଖେଳାଳିମାନେ ସ୍ପିନରଙ୍କ ବିପକ୍ଷରେ ଚିନ୍ତିତ ଥିବା ଜଣାପଡିଛି । ଖାସ୍ କରି ବିରାଟ କୋହଲି ମଧ୍ୟ ସ୍ପିନ୍ ବିରୋଧରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ପରବର୍ତ୍ତୀ ଟେଷ୍ଟ ସିରିଜରେ ବାଂଲାଦେଶର ସାମ୍ନା କରିବାକୁ ପଡିବ ଯାହାର ସ୍ପିନରମାନେ ଭାରତୀୟ ମାଟିରେ ସ୍ପିନ୍ ଫ୍ରେଣ୍ଡଲି ପିଚ୍ ର ଲାଭ ଉଠାଇ ପାରିବେ ।