ପୂର୍ବତନ କ୍ରିକେଟରଙ୍କ ଭବିଷ୍ୟବାଣୀ; ଚାମ୍ପିଅନ୍‌ ଟ୍ରଫି ହେବ ଶେଷ ଟୁର୍ଣ୍ଣାମେଣ୍ଟ, ଅବସର ନେବେ ୩ ଦୁର୍ଦ୍ଦଶ

ନୂଆଦିଲ୍ଲୀ ୧୬।୦୨: ଆରମ୍ଭ ହୋଇଛି ଚାମ୍ପିଅନ୍ସ ଟ୍ରଫି ଫିଭର ।  ଟ୍ରଫି ହାତେଇବା ପାଇଁ ସବୁ ଟିମ୍‌ କରୁଛନ୍ତି ଜୋରଦାର ପ୍ରସ୍ତୁତି । ଆଉ ଏଥିପାଇଁ ବି ପ୍ରସ୍ତୁତି ଚଳାଇଛି ଭାରତ । ଚଳିତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି ପାକିସ୍ତାନ । କିନ୍ତୁ ଭାରତ ଏହାର ସବୁ ମ୍ୟାଚ୍‌ ଦୁବାଇରେ ଖେଳିବ । ଏଥିପାଇଁ ଦୁବାଇ ଅଭିମୁଖେ ବାହାରି ସାରିଛି ଟିମ୍‌ ଇଣ୍ଡିଆ ।  ଚାମ୍ପିଅନ ଟ୍ରଫିର ପ୍ରଥମ ମ୍ୟାଚ୍‌ ୧୯ ଫେବୃଆରୀରେ ଖେଳାଯିବ ।କିନ୍ତୁ ଟିମ୍‌ ଇଣ୍ଡିଆ ଏହାର ଅଭିଯାନ ୨୦ ଫେବୃଆରୀରୁ ଆରମ୍ଭ କରିବ । ତେବେ ଚାମ୍ପିଅନ୍‌ ଟ୍ରଫିକୁ ଆଉ ମାତ୍ର ୩ଦିନ କିଛି ବାକି ରହିଛି । ଏହାରି ଭିତରେ ଟିମ୍ ଇଣ୍ଡିଆକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଭବିଷ୍ୟବାଣୀ । ୩ ଦିଗ୍ଗଜଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି ପୂର୍ବ କ୍ରିକେଟର ତଥା ବର୍ତ୍ତମାନର କମେଣ୍ଟେଟେର ଆକାଶ ଚୋପ୍ରା। ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ରୋହିତ, କୋହଲି ଏବଂ ଜାଡେଜାଙ୍କ ପାଇଁ ଶେଷ ଆଇସିସି ଇଭେଣ୍ଟ ହୋଇପାରେ । ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଆକାଶ ଚୋପ୍ରା କହିଛନ୍ତି ଯେ ୨୦୨୭ ବିଶ୍ୱକପ୍ ଏବେ ବି ବହୁତ ଦୂରରେ ଅଛି । କିନ୍ତୁ ଖେଳାଳିମାନେ ନିଜେ ବିଶ୍ୱାସ କରନ୍ତି ଯେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆମର ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ । ସେ କହିଛନ୍ତି ଯେ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କ ପାଇଁ ଏହା ଶେଷ ବଡ଼ ଟୁ

ପୂର୍ବତନ କ୍ରିକେଟରଙ୍କ ଭବିଷ୍ୟବାଣୀ; ଚାମ୍ପିଅନ୍‌ ଟ୍ରଫି ହେବ ଶେଷ ଟୁର୍ଣ୍ଣାମେଣ୍ଟ, ଅବସର ନେବେ ୩ ଦୁର୍ଦ୍ଦଶ

ନୂଆଦିଲ୍ଲୀ ୧୬।୦୨: ଆରମ୍ଭ ହୋଇଛି ଚାମ୍ପିଅନ୍ସ ଟ୍ରଫି ଫିଭର ।  ଟ୍ରଫି ହାତେଇବା ପାଇଁ ସବୁ ଟିମ୍‌ କରୁଛନ୍ତି ଜୋରଦାର ପ୍ରସ୍ତୁତି । ଆଉ ଏଥିପାଇଁ ବି ପ୍ରସ୍ତୁତି ଚଳାଇଛି ଭାରତ । ଚଳିତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି ପାକିସ୍ତାନ । କିନ୍ତୁ ଭାରତ ଏହାର ସବୁ ମ୍ୟାଚ୍‌ ଦୁବାଇରେ ଖେଳିବ । ଏଥିପାଇଁ ଦୁବାଇ ଅଭିମୁଖେ ବାହାରି ସାରିଛି ଟିମ୍‌ ଇଣ୍ଡିଆ ।  ଚାମ୍ପିଅନ ଟ୍ରଫିର ପ୍ରଥମ ମ୍ୟାଚ୍‌ ୧୯ ଫେବୃଆରୀରେ ଖେଳାଯିବ ।

କିନ୍ତୁ ଟିମ୍‌ ଇଣ୍ଡିଆ ଏହାର ଅଭିଯାନ ୨୦ ଫେବୃଆରୀରୁ ଆରମ୍ଭ କରିବ । ତେବେ ଚାମ୍ପିଅନ୍‌ ଟ୍ରଫିକୁ ଆଉ ମାତ୍ର ୩ଦିନ କିଛି ବାକି ରହିଛି । ଏହାରି ଭିତରେ ଟିମ୍ ଇଣ୍ଡିଆକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଭବିଷ୍ୟବାଣୀ । ୩ ଦିଗ୍ଗଜଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି ପୂର୍ବ କ୍ରିକେଟର ତଥା ବର୍ତ୍ତମାନର କମେଣ୍ଟେଟେର ଆକାଶ ଚୋପ୍ରା। ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ରୋହିତ, କୋହଲି ଏବଂ ଜାଡେଜାଙ୍କ ପାଇଁ ଶେଷ ଆଇସିସି ଇଭେଣ୍ଟ ହୋଇପାରେ । 

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଆକାଶ ଚୋପ୍ରା କହିଛନ୍ତି ଯେ ୨୦୨୭ ବିଶ୍ୱକପ୍ ଏବେ ବି ବହୁତ ଦୂରରେ ଅଛି । କିନ୍ତୁ ଖେଳାଳିମାନେ ନିଜେ ବିଶ୍ୱାସ କରନ୍ତି ଯେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆମର ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ । ସେ କହିଛନ୍ତି ଯେ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କ ପାଇଁ ଏହା ଶେଷ ବଡ଼ ଟୁର୍ଣ୍ଣାମେଣ୍ଟ ହେବାର ସମ୍ଭାବନା ରହିଛି।  ତେଣୁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ।  

ଆକାଶ ଚୋପ୍ରା ଆହୁରି କହିଛନ୍ତି ଯେ ପ୍ଲେୟର ମାନେ ୨୦୨୭ରେ ଖେଳିପାରିବେନି । କିନ୍ତୁ ଏବେ ପ୍ରଶ୍ନ ଆସୁଛି ଏହି ୩ ଜଣଙ୍କ ବିନା ଭାରତୀୟ କ୍ରିକେଟ୍ ଟିମ୍‌ କିପରି ହେବ ? ସେ ବ୍ୟାଖ୍ୟା କରିଥିଲେ ଯେ ଜଣେ ଖେଳାଳିଙ୍କ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଦଳକୁ କେତେ ସମୟ ପାଇଁ ତାଙ୍କ ସେବା ଆବଶ୍ୟକ ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ। 

ଚୋପ୍ରା ଆହୁରି କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ କୋହଲି ଏବଂ ଜାଡେଜା ଦୁଇଜଣ ସବୁଠାରୁ ଫିଟ୍ ଭାରତୀୟ କ୍ରିକେଟର । ସେ ଆଉ କିଛି ବର୍ଷ ଖେଳିପାରିବେ। ପ୍ରଶ୍ନ ହେଉଛି ଭାରତକୁ ଏହି ଖେଳାଳିମାନଙ୍କର ଆବଶ୍ୟକତା ଅଛି କି ନାହିଁ ତାହା ହେଉଛି ସବୁଠାରୁ ବଡ କଥା । 

୨୦୨୪ ଟି-୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ପରେ, ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ଟି-୨୦ ଫର୍ମାଟକୁ ଅଲବିଦା କରିଥିଲେ । ଏବେ ଏହି ୩ଜଣ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଏବେ ପ୍ରଶ୍ନ ଉଠୁଛି କି ଚାମ୍ପିଅନ୍ସ ଟ୍ରଫି ପରେ ଏହି ୩ପ୍ଲେୟର ODI କ୍ରିକେଟରୁ ଅବସର ନେବେ କି ?