ଓଡ଼ିଶାକୁ ଆସିବେ ୫ ବାଘୁଣୀ, ଯମୁନାର ସ୍ୱାସ୍ଥ୍ୟାବସ୍ଥା ଦେଖି ପରବର୍ତ୍ତୀ ନିଷ୍ପତ୍ତି
ଭୁବନେଶ୍ୱର/ ବାରିପଦା ୨୯/୧୦: ଓଡ଼ିଶାକୁ ଆସିବେ ୫ ବାଘୁଣୀ । ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବ ଆଉ ୫ ବାଘୁଣୀ ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡାଯାଇଛି । ଖୁବ୍ କମ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସୂଚନା ଥାଉକି, ମହାରାଷ୍ଟ୍ରର ତାଡୋବା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଶିମିଳିପାଳ ଏନକ୍ଲୋଜରରେ ସଫଳତାର ସହ ଛଡାଯାଇଛି । ଦୀପାବଳିର ସପ୍ତାହେ ପରେ ସେହି ପ୍ରକଳ୍ପରୁ ପୁଣି ଆଉ ଏକ ବାଘୁଣୀ ଆସିବ ଶିମିଳିପାଳ । ଯମୁନାର ସ୍ୱାସ୍ଥ୍ୟବସ୍ଥା ଦେଖି ନୂଆ ବାଘୁଣୀ ଆସିବାର ଧାର୍ଯ୍ୟ ହେବ ଦିନ । ତେବେ ଯମୁନାକୁ ଛଡାଯିବା ପରେ ସେ ସମ୍ପୂର୍ଣ ଭାବରେ ଖୁବ୍ ଫୁର୍ତ୍ତିର ସହ ଖେଳୁଛି ଓ ସୁସ୍ଥ ଅଛି ବୋଲି ସୂଚନା ମିଳିଛି । ଯମୁନା ଦେହରେ କଲର ଆଇଡି ଲାଗି ଥିବାରୁ ସବୁ ସମୟରେ ତାକୁ ଟ୍ରାକ୍ କରିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ୍ କରାଯାଇପାରିବ । ମହାରାଷ୍ଟ୍ର ଓ ଶିମିଳିପାଳର ଏକ ମିଳିତ ବିଶେଷଜ୍ଞ ଦଳ ବର୍ତ୍ତମାନ ଯମୁନା ଉପରେ ଦିନରାତି ନଜର ରଖିଛନ୍ତି । ନୂଆ ସ୍ଥାନ ଓ ଜଳବାୟୁ ସହିତ ଅଲଗା ପରିସ୍ଥିତିରେ ତାର ଗତିବିଧି ଏବଂ ସ୍ୱାସ୍ଥ୍ୟ କେମିତି ରହୁଛି ତା ଉପରେ ନଜର ରଖିଛି ବିଭାଗ । ୨୦୧୪ରୁ ଶିମିଳିପାଳରେ କେବଳ ଗୋଟିଏ ପୁରୁଷ ବାଘ ରହିଥିବାରୁ କେବଳ ତା ଠାରୁ ଜନ୍ମ ବା
ଭୁବନେଶ୍ୱର/ ବାରିପଦା ୨୯/୧୦: ଓଡ଼ିଶାକୁ ଆସିବେ ୫ ବାଘୁଣୀ । ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବ ଆଉ ୫ ବାଘୁଣୀ ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡାଯାଇଛି । ଖୁବ୍ କମ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ସୂଚନା ଥାଉକି, ମହାରାଷ୍ଟ୍ରର ତାଡୋବା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଶିମିଳିପାଳ ଏନକ୍ଲୋଜରରେ ସଫଳତାର ସହ ଛଡାଯାଇଛି । ଦୀପାବଳିର ସପ୍ତାହେ ପରେ ସେହି ପ୍ରକଳ୍ପରୁ ପୁଣି ଆଉ ଏକ ବାଘୁଣୀ ଆସିବ ଶିମିଳିପାଳ । ଯମୁନାର ସ୍ୱାସ୍ଥ୍ୟବସ୍ଥା ଦେଖି ନୂଆ ବାଘୁଣୀ ଆସିବାର ଧାର୍ଯ୍ୟ ହେବ ଦିନ । ତେବେ ଯମୁନାକୁ ଛଡାଯିବା ପରେ ସେ ସମ୍ପୂର୍ଣ ଭାବରେ ଖୁବ୍ ଫୁର୍ତ୍ତିର ସହ ଖେଳୁଛି ଓ ସୁସ୍ଥ ଅଛି ବୋଲି ସୂଚନା ମିଳିଛି ।
ଯମୁନା ଦେହରେ କଲର ଆଇଡି ଲାଗି ଥିବାରୁ ସବୁ ସମୟରେ ତାକୁ ଟ୍ରାକ୍ କରିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ୍ କରାଯାଇପାରିବ । ମହାରାଷ୍ଟ୍ର ଓ ଶିମିଳିପାଳର ଏକ ମିଳିତ ବିଶେଷଜ୍ଞ ଦଳ ବର୍ତ୍ତମାନ ଯମୁନା ଉପରେ ଦିନରାତି ନଜର ରଖିଛନ୍ତି । ନୂଆ ସ୍ଥାନ ଓ ଜଳବାୟୁ ସହିତ ଅଲଗା ପରିସ୍ଥିତିରେ ତାର ଗତିବିଧି ଏବଂ ସ୍ୱାସ୍ଥ୍ୟ କେମିତି ରହୁଛି ତା ଉପରେ ନଜର ରଖିଛି ବିଭାଗ ।
୨୦୧୪ରୁ ଶିମିଳିପାଳରେ କେବଳ ଗୋଟିଏ ପୁରୁଷ ବାଘ ରହିଥିବାରୁ କେବଳ ତା ଠାରୁ ଜନ୍ମ ବାଘ ମାନଙ୍କର ପୁଣି ବଂଶ ବିସ୍ତାର ହେବା ଫଳରେ ଏକ ଅନିୟନ୍ତ୍ରିତ ବଂଶ ବିସ୍ତାର ଫଳରେ ମିଲେନିଷ୍ଟିକ୍ ଟାଇଗର ବା କଳବାଘ ଭଳି ପ୍ରଜାତିର ଜନ୍ମ । ଏହି ସଂଖ୍ୟା ନିୟନ୍ତ୍ରଣ କରି ସୁସ୍ଥ ମହାବଳ ବାଘର ବଂଶ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି କହିଛନ୍ତି ଶିମିଳିପାଳର ମୁଖ୍ୟ ବନ ସଂରକ୍ଷକ।