ବିଜାପୁରରେ IED ବୋମା ଡିଫ୍ୟୁଜ କଲେ ସୁରକ୍ଷାକର୍ମୀ
ରାୟପୁର : ଛତିଶଗଡ଼ ବିଜାପୁରରେ IED ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ। ରାସ୍ତାରେ ବୋମା ଖଞ୍ଜାଯାଇଥିବା ନେଇ ସୂଚନା ପରେ... The post ବିଜାପୁରରେ IED ବୋମା ଡିଫ୍ୟୁଜ କଲେ ସୁରକ୍ଷାକର୍ମୀ appeared first on .
ରାୟପୁର : ଛତିଶଗଡ଼ ବିଜାପୁରରେ IED ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ। ରାସ୍ତାରେ ବୋମା ଖଞ୍ଜାଯାଇଥିବା ନେଇ ସୂଚନା ପରେ ଶକ୍ତିଶାଳୀ ବୋମାକୁ କରାଗଲା ଡିଫ୍ୟୁଜ। ୫୦ କେଜି ଓଜନର ଏହି ବୋମା ଥିବା ଜଣାପଡିଛି। ବିଜାପୁର ଅଂଚଳରେ ମୁତୟନ ସିଆପିଏଫଙ୍କ ଟିମ ଏହି ବୋମାକୁ ନିଷ୍କ୍ରିୟ କରିଛି। ବିଜାପୁର ଲ୍ଯାଣ୍ଡମାଇନ ବିସ୍ଫୋରଣ ଭଳି ପୁଣି ଏକ ଅଘଟଣ ଘଟିବା ପୂର୍ବରୁ ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ। ବାସାଗୁଡ଼ା-ଆବାପଲ୍ଲ ରାସ୍ତାରେ ଲଗାଇଥିଲେ ଏହି IED। ରାସ୍ତାର ତିମ୍ମାପୁର ନିକଟରେ ଏହି ଉଚ୍ଚଶକ୍ତି ସମ୍ପନ୍ନ ବୋମା ଲଗାଇଥିଲେ ନକ୍ସଲ। ସର୍ଚ୍ଚ ଅପରେସନରେ ଏହି ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ କରାଯାଇଛି। ରିମୋଟ କଣ୍ଟ୍ରୋଲ ସାହାଯ୍ଯରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ମାଓବାଦୀ। ସିଆରପିଏଫ ୧୬୮ ବାଟାଲିୟନର ଯବାନ ଏହି ବୋମା ଖଂଜାଯାଇଥିବା ସୂଚନା ପାଇଥିଲେ। ରାସ୍ତାରେ ଏକ ବ୍ରିଜ ତଳେ ପଥର ହଟାଇ ଏହି ବୋମା ଖଂଜିଥିଲେ ନକ୍ସଲ। ଯାହାକୁ ଖୋଜି ବାହାର କରି ନାକାମ କରିଥିଲେ ସୁରକ୍ଷାକର୍ମୀ।
The post ବିଜାପୁରରେ IED ବୋମା ଡିଫ୍ୟୁଜ କଲେ ସୁରକ୍ଷାକର୍ମୀ appeared first on .