ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ

ବଲାଙ୍ଗୀର,୨୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କଂସାବାହାଲ ଛକ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହି ଏକ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଜଣେ ଅଟୋ ଚାଳକ ବାଲଖମାରରୁ ଜଣେ ଯାତ୍ରୀଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିଲେ। ସେତିକିବେଳେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ଏକ ଗଛ ଭାଙ୍ଗି ଅଟୋ ଉପରେ ପଡିଥିଲା। ଫଳରେ ଯାତ୍ରୀଙ୍କ […] The post ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ appeared first on Dharitri Odia News.

ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ

ବଲାଙ୍ଗୀର,୨୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କଂସାବାହାଲ ଛକ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହି ଏକ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଜଣେ ଅଟୋ ଚାଳକ ବାଲଖମାରରୁ ଜଣେ ଯାତ୍ରୀଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିଲେ। ସେତିକିବେଳେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ଏକ ଗଛ ଭାଙ୍ଗି ଅଟୋ ଉପରେ ପଡିଥିଲା। ଫଳରେ ଯାତ୍ରୀଙ୍କ ସହ ଅଟୋ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଖବର ପାଇଁ ପୁଇଁତଲା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ ପଠାଇଥିଲେ। ମୃତ ଯାତ୍ରୀ ଜଣକ ତଣ୍ଡାମୁଣ୍ଡା ଗ୍ରାମର ବୋଲି ଜଣାପଡିଥିବା ବେଳେ ଡ୍ରାଇଭର ଜଣଙ୍କ ବାଲଖମର ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଗ୍ନିଶମ କର୍ମଚାରୀ ଗଛ କଟା କାର୍ଯ୍ୟ ଆରମ୍ଭ କରିଛନ୍ତି।

The post ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ appeared first on Dharitri Odia News.