ଛାତ୍ରୀଙ୍କୁ ବଳାତ୍କାର କରି ଶିକ୍ଷକ ଗିରଫ
ଲାଞ୍ଜିଗଡ଼,୨୦।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ଏକ ହାଇସ୍କୁଲରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ ଓ ବଳାତ୍କାର କରିବା ଅଭିଯୋଗରେ ଉକ୍ତ ସ୍କୁଲର ଶିକ୍ଷକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଅମ୍ବାଦଳା ପୋଲିସ। ଅଭିଯୁକ୍ତ ହେଲେ ଶେଷଦେବ ପାତ୍ର। ଏନେଇ ଅମ୍ବାଦଳା ଥାନାରେ ଏକ ମାମଲା (ନଂ. ୯୮/୨୫) ରୁଜୁ ହୋଇଥିବା ଥାନାଧିକାରୀ କଳ୍ପନା ବେହେରା ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, […] The post ଛାତ୍ରୀଙ୍କୁ ବଳାତ୍କାର କରି ଶିକ୍ଷକ ଗିରଫ appeared first on Dharitri Odia News.
ଲାଞ୍ଜିଗଡ଼,୨୦।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ଏକ ହାଇସ୍କୁଲରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ ଓ ବଳାତ୍କାର କରିବା ଅଭିଯୋଗରେ ଉକ୍ତ ସ୍କୁଲର ଶିକ୍ଷକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଅମ୍ବାଦଳା ପୋଲିସ। ଅଭିଯୁକ୍ତ ହେଲେ ଶେଷଦେବ ପାତ୍ର। ଏନେଇ ଅମ୍ବାଦଳା ଥାନାରେ ଏକ ମାମଲା (ନଂ. ୯୮/୨୫) ରୁଜୁ ହୋଇଥିବା ଥାନାଧିକାରୀ କଳ୍ପନା ବେହେରା ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲା ଅମ୍ବାଦଳା ଥାନାଞ୍ଚଳର ଜଣେ ନାବାଳିକା ଛାତ୍ରୀ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଏକ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ। ତେବେ ଉକ୍ତ ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷକ ଶେଷଦେବ ସମ୍ପୃକ୍ତ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ୧୫ଦିନ ତଳେ ଅପହରଣ କରିନେଇ ବଳାତ୍କାର କରିଥିଲେ। ଶିକ୍ଷକଙ୍କ ପରିବାର ଲୋକେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିବାବେଳେ ପୀଡିତା ଜଣକ ନିଜ ପ୍ରଚେଷ୍ଟାରେ ଭୁବନେଶ୍ବର ଯାଇ ମହିଳା କମିଶନର ଦ୍ବାରସ୍ଥ ହୋଇଥିଲେ। ମହିଳା କମିଶନଙ୍କ ହସ୍ତକ୍ଷେପ ପରେ ଭୁବନେଶ୍ବର ମହିଳା ଥାନାରେ ଜିରୋ ଏଫ୍ଆଇଆର ରୁଜୁ ହୋଇଥିଲା। ପରେ ମାମଲାଟି ଅମ୍ବାଦଳା ପୋଲିସ ଥାନାକୁ ସ୍ଥାନାନ୍ତର ହେବା ପରେ ଏହାକୁ ଗୁରୁତ୍ବର ସହିତ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଫେରାର ଥିବା ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ପରେ ସିଡବ୍ଲ୍ୟୁସି ନିକଟରେ ହାଜର କରାଯାଇଛି। ଅପରପକ୍ଷରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ପରିବାରର ବୟାନ ରେକର୍ଡ କରାଯାଇଛି।
The post ଛାତ୍ରୀଙ୍କୁ ବଳାତ୍କାର କରି ଶିକ୍ଷକ ଗିରଫ appeared first on Dharitri Odia News.