ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି
ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହା ସହିତ ଉଭୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ମଧ୍ୟ ପ୍ରକାଶ ପାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଦଳ ମଧ୍ୟ ସର୍ଚ୍ଚ ଅପରେସନ କରୁଛନ୍ତି। ସୂଚନାଯୋଗ୍ୟ, ଶନିବାର ସାରେ ଆତଙ୍କବାଦୀମାନେ ପୁଞ୍ଚ ଜିଲାର ଶାହସିତାର ନିକଟରେ ଏକ ଭାରତୀୟ ବାୟୁସେନା କନଭେନ […] The post ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି appeared first on Dharitri Odia News.
ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହା ସହିତ ଉଭୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ମଧ୍ୟ ପ୍ରକାଶ ପାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଦଳ ମଧ୍ୟ ସର୍ଚ୍ଚ ଅପରେସନ କରୁଛନ୍ତି।
ସୂଚନାଯୋଗ୍ୟ, ଶନିବାର ସାରେ ଆତଙ୍କବାଦୀମାନେ ପୁଞ୍ଚ ଜିଲାର ଶାହସିତାର ନିକଟରେ ଏକ ଭାରତୀୟ ବାୟୁସେନା କନଭେନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସେନା ଯବାନ ବିକି ପାହାଡେ ଚିକିତ୍ସା ସମୟରେ ଶହୀଦ ହୋଇଥିଲେ ଏବଂ ଅନ୍ୟ ଚାରିଜଣ ସେନା କର୍ମଚାରୀ ଆହତ ହୋଇଥିଲେ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ଆକ୍ରମଣ ପରେ ସଶସ୍ତ୍ର ବାହିନୀର କର୍ମଚାରୀମାନେ ଶାହସିତାର ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି। ଆତଙ୍କବାଦୀଙ୍କୁ ଟ୍ରାକ କରିବା ପାଇଁ ସେମାନେ ସଶସ୍ତ୍ର ବୁଲେଟ ପ୍ରୁଫ ଗାଡି ଏବଂ କୁକୁର ସ୍କ୍ବାଡ ନିୟୋଜିତ କରିଛନ୍ତି। ଏହାପୂର୍ବରୁ ରବିବାର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
The post ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି appeared first on Dharitri Odia News.