ଅନ୍ଧାରରେ ବୁଲୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୫ା୧୧ (ଅରୁଣ ସାହୁ): ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ପରିଚିତ। ଏଠାରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଭାବେ ମିଡ଼ିୟୁବାନ୍ଦା ଜଳପ୍ରପାତ ସମେତ ଡୁଲୁରି ପାଇନବଣ, ୱାକିଙ୍ଗ ଟ୍ରେଲ, ଇନ୍ଦ୍ରଧନୁ ଜଳପ୍ରପାତ, ପାଙ୍ଗାଲି ଭିୟୁ ପଏଣ୍ଟ, ଶାନ୍ତି ଉପତ୍ୟକା, କଫି ବଗିଚା, ଲଭର୍ସ ପଏଣ୍ଟ, କିସୁବାଡ଼ି ଜଳପ୍ରପାତ, ହିଲଭିୟୁ ପାର୍କ, ପ୍ରକୃତି ଉଦ୍ୟାନ ହେଲେ ଏକାଧିକ ପର୍ଯ୍ୟଟନ କ୍ଷେତ୍ରକୁ ତଦାରଖର ଅଭାବ ହେଉ କି ଜିଲା ପ୍ରଶାସନର ଅଣଦେଖା ହେଉ ପର୍ଯ୍ୟଟନ କ୍ଷେତ୍ରଗୁଡିକ […] The post ଅନ୍ଧାରରେ ବୁଲୁଛନ୍ତି ପର୍ଯ୍ୟଟକ appeared first on Dharitri Odia News.

ଅନ୍ଧାରରେ ବୁଲୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୫ା୧୧ (ଅରୁଣ ସାହୁ): ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ପରିଚିତ। ଏଠାରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଭାବେ ମିଡ଼ିୟୁବାନ୍ଦା ଜଳପ୍ରପାତ ସମେତ ଡୁଲୁରି ପାଇନବଣ, ୱାକିଙ୍ଗ ଟ୍ରେଲ, ଇନ୍ଦ୍ରଧନୁ ଜଳପ୍ରପାତ, ପାଙ୍ଗାଲି ଭିୟୁ ପଏଣ୍ଟ, ଶାନ୍ତି ଉପତ୍ୟକା, କଫି ବଗିଚା, ଲଭର୍ସ ପଏଣ୍ଟ, କିସୁବାଡ଼ି ଜଳପ୍ରପାତ, ହିଲଭିୟୁ ପାର୍କ, ପ୍ରକୃତି ଉଦ୍ୟାନ ହେଲେ ଏକାଧିକ ପର୍ଯ୍ୟଟନ କ୍ଷେତ୍ରକୁ ତଦାରଖର ଅଭାବ ହେଉ କି ଜିଲା ପ୍ରଶାସନର ଅଣଦେଖା ହେଉ ପର୍ଯ୍ୟଟନ କ୍ଷେତ୍ରଗୁଡିକ ଅସ୍ତିତ୍ୱ ହରାଇ ବସୁଛି।
ବନ ଉପଖଣ୍ଡ ଅଧୀନରେ ରହିଥିବା ଦାରିଙ୍ଗବାଡ଼ି ପ୍ରକୃତି ଉଦ୍ୟାନ ଏବେ ତା’ର ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଛି। ଉକ୍ତ ଉଦ୍ୟାନ ପରିସରରେ ରହିଛି ଔଷଧୀୟ ବୃକ୍ଷ ସମେତ ଜନଜାତିଙ୍କ ଚଳଣି, ବଳିପ୍ରଥା ସମ୍ପର୍କରେ ପର୍ଯ୍ୟଟକଙ୍କ ଜାଣିବା ପାଇଁ ରହିଛି। ସେହିପରି ପ୍ରଜାପତି ଉଦ୍ୟାନ, ଜଳ ଫୁଆରା, ଶିଶୁଙ୍କ ପାଇଁ ବିଭିନ୍ନ ଖେଳକୁଦ ବ୍ୟବସ୍ଥା ରହିଛି। ଆୟୁର୍ବେଦିକର ସ୍ରଷ୍ଟା ଚରକ ଋଷିଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଥିବା ବେଳେ ଏବେ ଏହା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ପର୍ଯ୍ୟଟକ ଉଦ୍ୟାନ ବୁଲିବାକୁ ହେଲେ ଟିକେଟଟିଏ କିଣି ତା’ ଭିତରକୁ ଯାଇ ନିରାଶ ହେଉଛନ୍ତି। ଆଲୁଅ ବ୍ୟବସ୍ଥା ନ ଥିବା ପର୍ଯ୍ୟଟକଙ୍କୁ ଅନ୍ଧାରରେ ବୁଲିବାକୁ ପଡୁଛି। ପୂର୍ବରୁ ଯେଉଁ ଆଲୁଅ ବ୍ୟବସ୍ଥା କରାଯାଇଥିଲା ତାହା ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଜାପତିଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ବୃକ୍ଷ ନଷ୍ଟ କାରଣରୁ ପ୍ରଜାପତି ଆଉ ପୂର୍ବ ଭଳି ଉଡ଼ୁନାହାନ୍ତି। ଜଳ ଫୁୱାରାଗୁଡିକ ଅଚଳ ହୋଇପଡ଼ିବା ସହ ଔଷଧୀୟ ବୃକ୍ଷଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ଏନେଇ ବାଲୁଗୁଡ଼ା ଉପଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇନାହିଁ।

The post ଅନ୍ଧାରରେ ବୁଲୁଛନ୍ତି ପର୍ଯ୍ୟଟକ appeared first on Dharitri Odia News.