କାନାଡ଼ା ପାଇଁ ଭାରତ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ

ଅଟାଓ୍ବା, ୭।୬: କାନାଡ଼ାର ଏକ ଉଚ୍ଚସ୍ତରୀୟ ସଂସଦୀୟ ସମିତି ରିପୋର୍ଟ ଗୁରୁବାର ଭାରତକୁ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ ହୋଇଥିବା ଦର୍ଶାଇଛି। ଏହି ତାଲିକାରେ ଚାଇନାକୁ ପ୍ରଥମ ସ୍ଥାନରେ ରଖାଯାଇଛି। କାନାଡ଼ାର ଜାତୀୟ ସୁରକ୍ଷା ଏବଂ ଗୋଇନ୍ଦା ସଂସଦୀୟ କମିଟି(ଏନ୍‌ଏସ୍‌ଆଇସିଓପି) ଗୁରୁବାର ଜାରି କରିଥିବା ନିଜ ରିପୋର୍ଟରେ କହିଛି, ରୁଷିଆକୁ ହଟାଇ ଭାରତ କାନାଡ଼ାର ଗଣତାନ୍ତ୍ରିକ ଅନୁଷ୍ଠାନ ତଥା ପ୍ରକ୍ରିୟା ପାଇଁ ଚାଇନା ପରେ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ ଭାବେ ଉଭା ହୋଇଛି। […] The post କାନାଡ଼ା ପାଇଁ ଭାରତ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ appeared first on Dharitri Odia News.

କାନାଡ଼ା ପାଇଁ ଭାରତ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ

ଅଟାଓ୍ବା, ୭।୬: କାନାଡ଼ାର ଏକ ଉଚ୍ଚସ୍ତରୀୟ ସଂସଦୀୟ ସମିତି ରିପୋର୍ଟ ଗୁରୁବାର ଭାରତକୁ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ ହୋଇଥିବା ଦର୍ଶାଇଛି। ଏହି ତାଲିକାରେ ଚାଇନାକୁ ପ୍ରଥମ ସ୍ଥାନରେ ରଖାଯାଇଛି। କାନାଡ଼ାର ଜାତୀୟ ସୁରକ୍ଷା ଏବଂ ଗୋଇନ୍ଦା ସଂସଦୀୟ କମିଟି(ଏନ୍‌ଏସ୍‌ଆଇସିଓପି) ଗୁରୁବାର ଜାରି କରିଥିବା ନିଜ ରିପୋର୍ଟରେ କହିଛି, ରୁଷିଆକୁ ହଟାଇ ଭାରତ କାନାଡ଼ାର ଗଣତାନ୍ତ୍ରିକ ଅନୁଷ୍ଠାନ ତଥା ପ୍ରକ୍ରିୟା ପାଇଁ ଚାଇନା ପରେ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ ଭାବେ ଉଭା ହୋଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତ ସମ୍ପର୍କ ଲାଗିରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତୀୟ ସରକାରୀ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୂର୍ବରୁ ଅଭିଯୋଗ ଆଣିଥିଲେ। ଭାରତ ପକ୍ଷରୁ ଟ୍ରୁଡୋଙ୍କ ଏହି ଅଭିଯୋଗ ଭିତ୍ତିହୀନ ହୋଇଥିବା କୁହାଯାଇଥିଲା।

The post କାନାଡ଼ା ପାଇଁ ଭାରତ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ appeared first on Dharitri Odia News.