ଦୁଷ୍କର୍ମ ଅଭିଯୁକ୍ତକୁ କଙ୍ଗାରୁ କୋର୍ଟ, ମୁହଁରେ କାଳି ଲଗାଇ ଗାଁ ଦାଣ୍ଡରେ ବୁଲାଇଲେ
ତେଲକୋଇ ୨୭।୧୧ : ଦୁଷ୍କର୍ମ ଅଭିଯୁକ୍ତକୁ କଙ୍ଗାରୁ କୋର୍ଟ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଗାଁରେ ଜଣେ ଯୁବକଙ୍କ ମୁହଁରେ କାଳି ଲଗାଇ ଗାଁ ବୁଲାଇଛନ୍ତି । ଅଣ୍ଟାରେ ଦଉଡି ବାନ୍ଧି ଏବଂ ନାଗା ବଜାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି ଗ୍ରାମବାସୀ । ଖବର ଅନୁଯାୟୀ, ସୋମବାର ଅପରାହ୍ନ ୫ଟା ସମୟରେ ଜଣେ ନାବାଳିକା ଶୌଚ ହେବା ପାଇଁ ଯାଇଥିଲେ । ତାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ଜଣକ ନାବାଳିକା ପାଟି ବନ୍ଦ କରି ଦୁଇ ହାତକୁ ବାନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଏହାପରେ ନାବାଳିକାଙ୍କ ପରିବାର ଏବଂ ଗ୍ରାମବାସୀ ଏକାଠି ହୋଇ ସଂପୃକ୍ତ ଯୁବକଙ୍କ ଘରେ ପହଞ୍ଚିଥିଲେ ।ଯୁବକଙ୍କ ଗାଁ ଦାଣ୍ଡକୁ ନେଇଥିଲେ । ପରେ ନାବାଳିକା ଜଣକ ଅଭିଯୁକ୍ତଙ୍କ ମୁହଁରେ କାଳି ବୋଳିବା ସହ ବେକରେ ଜୋତା ମାଳ ପକାଇଥିଲେ । ଅଭିଯୁକ୍ତ କାଳେ କୁଆଡେ ପଳାଇଯିବ । ସେଥିପାଇଁ ଗ୍ରାମବାସୀମାନେ ଅଭିଯୁକ୍ତ ଅଣ୍ଟାରେ ଦଉଡି ବାନ୍ଧିବା ସହ ବେକରେ ନାଗରା ଝୁଲାଇଥିଲେ ।ଆଉ ପୁରା ଗାଁ ଦାଣ୍ଡରେ ବୁଲାଇଥିଲେ । ଶେଷରେ ପୋଲିସ ଏହି ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।
ତେଲକୋଇ ୨୭।୧୧ : ଦୁଷ୍କର୍ମ ଅଭିଯୁକ୍ତକୁ କଙ୍ଗାରୁ କୋର୍ଟ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଗାଁରେ ଜଣେ ଯୁବକଙ୍କ ମୁହଁରେ କାଳି ଲଗାଇ ଗାଁ ବୁଲାଇଛନ୍ତି । ଅଣ୍ଟାରେ ଦଉଡି ବାନ୍ଧି ଏବଂ ନାଗା ବଜାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି ଗ୍ରାମବାସୀ ।
ଖବର ଅନୁଯାୟୀ, ସୋମବାର ଅପରାହ୍ନ ୫ଟା ସମୟରେ ଜଣେ ନାବାଳିକା ଶୌଚ ହେବା ପାଇଁ ଯାଇଥିଲେ । ତାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ଜଣକ ନାବାଳିକା ପାଟି ବନ୍ଦ କରି ଦୁଇ ହାତକୁ ବାନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଏହାପରେ ନାବାଳିକାଙ୍କ ପରିବାର ଏବଂ ଗ୍ରାମବାସୀ ଏକାଠି ହୋଇ ସଂପୃକ୍ତ ଯୁବକଙ୍କ ଘରେ ପହଞ୍ଚିଥିଲେ ।ଯୁବକଙ୍କ ଗାଁ ଦାଣ୍ଡକୁ ନେଇଥିଲେ । ପରେ ନାବାଳିକା ଜଣକ ଅଭିଯୁକ୍ତଙ୍କ ମୁହଁରେ କାଳି ବୋଳିବା ସହ ବେକରେ ଜୋତା ମାଳ ପକାଇଥିଲେ । ଅଭିଯୁକ୍ତ କାଳେ କୁଆଡେ ପଳାଇଯିବ । ସେଥିପାଇଁ ଗ୍ରାମବାସୀମାନେ ଅଭିଯୁକ୍ତ ଅଣ୍ଟାରେ ଦଉଡି ବାନ୍ଧିବା ସହ ବେକରେ ନାଗରା ଝୁଲାଇଥିଲେ ।ଆଉ ପୁରା ଗାଁ ଦାଣ୍ଡରେ ବୁଲାଇଥିଲେ । ଶେଷରେ ପୋଲିସ ଏହି ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।