ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା
ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି। ଗତ ୨୨ ତାରିଖରେ ଚାର୍ଟାର୍ଡ ବିମାନ ଭଡ଼ାକରି ସେମାନଙ୍କୁ ସ୍ବଦେଶ ପଠାଇ ଦିଆଯାଇଥିବା ଆମେରିକାର ହୋମ୍ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଭାରତ ସରକାରଙ୍କ ସହ ସମନ୍ବୟ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଥିଲା। କାଗଜପତ୍ର ନ ଥାଇ ଆମେରିକାରେ ରହିଥିବା ଭାରତୀୟମାନଙ୍କୁ ତୁରନ୍ତ ବିଦା କରିବାକୁ ହେବ। ଏଠାରେ […] The post ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା appeared first on Dharitri Odia News.
ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି। ଗତ ୨୨ ତାରିଖରେ ଚାର୍ଟାର୍ଡ ବିମାନ ଭଡ଼ାକରି ସେମାନଙ୍କୁ ସ୍ବଦେଶ ପଠାଇ ଦିଆଯାଇଥିବା ଆମେରିକାର ହୋମ୍ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଭାରତ ସରକାରଙ୍କ ସହ ସମନ୍ବୟ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଥିଲା।
କାଗଜପତ୍ର ନ ଥାଇ ଆମେରିକାରେ ରହିଥିବା ଭାରତୀୟମାନଙ୍କୁ ତୁରନ୍ତ ବିଦା କରିବାକୁ ହେବ। ଏଠାରେ କୌଣସି ବେଆଇନ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ପୃକ୍ତ କରା ନ ଯାଉ ବୋଲି ଆମେରିକା ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ କ୍ରିଷ୍ଟି ଏ. କାନେଗାଲୋ କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ହୋମ୍ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ବେଆଇନ ଭାବେ ରହିଥିବା ୧.୬ ଲକ୍ଷ ଲୋକଙ୍କୁ ବହିଷ୍କାର କରିଥିଲା ବା ସ୍ବଦେଶକୁ ଫେରାଇ ଦେଇଥିଲା। ଭାରତ ସମେତ ୧୪୫ରୁ ଊର୍ଦ୍ଧ୍ୱ ଦେଶକୁ ଏହି ଲୋକମାନଙ୍କୁ ପଠାଇବା ପାଇଁ ୪୯୫ଟି ବିମାନ ବ୍ୟବହାର କରିବାକୁ ପଡ଼ିଥିଲା।
ସୂଚନାଯୋଗ୍ୟ, ଆମେରିକା ଜୀବନଶୈଳୀ ଦ୍ୱାରା ପ୍ରଲୋଭିତ ହୋଇ ବହୁସଂଖ୍ୟାରେ ଭାରତୀୟଙ୍କ ସମେତ ବିଭିନ୍ନ ଦେଶର ଲୋକେ ବେଆଇନ ଭାବେ ଉକ୍ତ ଦେଶରେ ଅନୁପ୍ରବେଶ ଉଦ୍ୟମ କରିଥାନ୍ତି। ଗତବର୍ଷ ଅକ୍ଟୋବର ୧ରୁ ଚଳିତବର୍ଷ ସେପ୍ଟେମ୍ବର ୩୦ ମଧ୍ୟରେ ମେକ୍ସିକୋ ଏବଂ କାନାଡା ଦେଇ ଆମେରିକାରେ ବେଆଇନ ପ୍ରବେଶ ଉଦ୍ୟମ ବେଳେ ୨୯ ଲକ୍ଷ ପ୍ରବାସୀ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୯୦,୪୧୫ ବୋଲି ଆମେରିକା ସୀମାଶୁଳ୍କ ଏବଂ ସୀମା ସୁରକ୍ଷା ତଥ୍ୟରୁ ଜଣାପଡ଼ିଛି। ଅର୍ଥାତ୍ ପ୍ରତି ଘଣ୍ଟାରେ ୧୦ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ ଉଦ୍ୟମ କରୁଥିବା କୁହାଯାଇଛି।
The post ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା appeared first on Dharitri Odia News.