ଅନଲାଇନ୍ ବେଟିଂରେ ହରାଇଲେ ଟଙ୍କା...ଋଣ ପରିଶୋଧ କରିନପାରି ଝୁଲି ପଡ଼ିଲେ ଇଂଜିନିୟରିଂ ଛାତ୍ର

ସେ ସାଙ୍ଗମାନଙ୍କଠାରୁ ଧାର ମଧ୍ୟ ଆଣିଥିଲେ। ପ୍ରାୟ ୩ଲକ୍ଷ ଟଙ୍କା ଋଣ କରିଥିଲେ। ଏହି ବିଷୟରେ ଜଣାପଡିବା ପରେ ପରିବାର ଲୋକ ଋଣ ପରିଶୋଧ କରିଥିଲେ।

ଅନଲାଇନ୍ ବେଟିଂରେ ହରାଇଲେ ଟଙ୍କା...ଋଣ ପରିଶୋଧ କରିନପାରି ଝୁଲି ପଡ଼ିଲେ ଇଂଜିନିୟରିଂ ଛାତ୍ର

ଯୁବବର୍ଗଙ୍କୁ କବଳିତ କରିଛି ଅନଲାଇନ୍ ବେଟିଂ। ମରିଚିକା ପଛରେ ଧାଇଁଲା ଭଳି ସେମାନେ ଏହା ପଛରେ ଧାଇଁଛନ୍ତି। ଏଥିରେ ସମୟ ଓ ଟଙ୍କା ଅପଚୟ କରି ଋଣଭାର ମୁଣ୍ଡାଉଛନ୍ତି। ଆଉ ଋଣ ସୁଝିନପାରି ଶେଷରେ ହାରୁଛନ୍ତି ଜୀବନ। ପ୍ରାୟ ପ୍ରତିଦିନ ଏଭଳି ଘଟଣା ସାମନାକୁ ଆସୁଛି। ଅନଲାଇନ୍ ବେଟିଂରେ ଟଙ୍କା ହାରିବା ପରେ ନିଜ ଜୀବନ ହାରିଛନ୍ତି ଜଣେ ବିଟେକ୍ ଛାତ୍ର।

ତେଲେଙ୍ଗାନାର ହାଇଦ୍ରାବାଦରେ ଏଭଳି ଘଟଣା ଘଟିଛି। ଅନଲାଇନ୍ ବେଟିଂରେ ଟଙ୍କା ହାରିବା ପରେ ଜଣେ ୨୦ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରଙ୍କ ବାପାଙ୍କ କହିବାନୁସାରେ, ସେ ଘରୋଇ କଲେଜରେ ବିଟେକ୍ ଏରୋନେଟିକାଲ୍ ଇଞ୍ଜିନିୟରିଂ ପଢୁଥିଲେ। ଅନଲାଇନ୍ ବେଟିଂ ୱାନ ୱିନରେ ଅଭ୍ୟସ୍ତ ହୋଇଯାଇଥିଲେ। ବାରମ୍ୱାର ଟଙ୍କା ଲଗାଇବା ପରେ ମଧ୍ୟ ସେ କ୍ଷତି ସହୁଥିଲେ।

ଏଥିପାଇଁ ସେ ସାଙ୍ଗମାନଙ୍କଠାରୁ ଧାର ମଧ୍ୟ ଆଣିଥିଲେ। ପ୍ରାୟ ୩ଲକ୍ଷ ଟଙ୍କା ଋଣ କରିଥିଲେ। ଏହି ବିଷୟରେ ଜଣାପଡିବା ପରେ ପରିବାର ଲୋକ ଋଣ ପରିଶୋଧ କରିଥିଲେ। ହେଲେ ସେ ମାନସିକ ଚାପରେ ଥିଲେ। ମାନଚିକ ଚାପ ଯୋଗୁଁ ସେ ଗୁଡିମାଲକପୁର ଅଂଚଳରେ ଥିବା ଘରେ ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବାଦ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।