ଗିରଫ ହେଲେ ପୂର୍ବତନ ସେନା କର୍ମଚାରୀ; ପୋଲିସକୁ ଅନେକ ଥର କରିଥିଲେ ଆକ୍ରମଣ...

ପୋଲିସକୁ ଦୁଇ ଦୁଇ ଥର ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ପୋଲିସ । କଟକ ଗ୍ରାମାଞ୍ଚଳ ପୋଲିସ ଓ ବାଙ୍କି ପୋଲିସର ନିଦ ହଜେଇ ଦେଇଥିଲେ । 

ଗିରଫ ହେଲେ ପୂର୍ବତନ ସେନା କର୍ମଚାରୀ; ପୋଲିସକୁ ଅନେକ ଥର କରିଥିଲେ ଆକ୍ରମଣ...

ଗିରଫ ହେଲେ ପୂର୍ବତନ ସେନା କର୍ମଚାରୀ । ପୋଲିସକୁ ଅନେକ ଥର କରିଥିଲେ ଆକ୍ରମଣ । ପୋଲିସକୁ ଦୁଇ ଦୁଇ ଥର ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ପୋଲିସ । କଟକ ଗ୍ରାମାଞ୍ଚଳ ପୋଲିସ ଓ ବାଙ୍କି ପୋଲିସର ନିଦ ହଜେଇ ଦେଇଥିଲେ । ବିଚ୍ ରାସ୍ତାରେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରିବା ସହିତ ଆକ୍ରମଣ କରିଥିଲେ । 

ଅନେକ ଦିନ ହେଲାଣି ପୋଲିସକୁ ଚକମା ଦେଖାଇ ବୁଲୁଥିଲେ। କେତେବେଳେ କେଉଁ ଜାଗାରେ ଲୁଚୁଥିଲେ ଯେ, ପୋଲିସ ଟେର ପାଉ ନଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ଗତକାଲି ବିଳମ୍ବିତ ରାତିରେ ବାଙ୍କୀ ଥାନା ଶବରସାହିରେ ଲୁଚିଥିବା ସରୋଜକୁ ଗିରଫ କରିଛି ପୋଲିସ। 

ପୂର୍ବରୁ ସରୋଜ ବାଙ୍କୀ ବଜାରରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ । ପୋଲିସ ବାରଣ କରିବାରୁ ଜଣେ ସବ ଇନ୍ସପେକ୍ଟରଙ୍କୁ ଜୀବନରୁ ମାରି ଦେବାକୁ ଗୋଡାଇଥିଲା । ପରେ ଗତବର୍ଷ ସେପ୍ଟେମ୍ବରରେ ହରିରାଜପୁର ପଡ଼ିଆରେ ସଭା କରୁଥିବା ବେଳେ ତାକୁ ଧରିବାକୁ ଯାଇଥିବା ମହିଳା ସବ ଇନ୍ସପେକ୍ଟର ମଧୁସ୍ମିତା ବେହେରାଙ୍କୁ ଆକ୍ରମଣ କରିଥିଲା । ପରେ ଅକ୍ଟୋବରରେ ସବଇନ୍ସପେକ୍ଟର ସମ୍ବିତ ବିଶ୍ବାଳ ଓ କନଷ୍ଟେବଳ ରଜତ କରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଲହୁ ଲୁହାଣ କରିଥିଲା ।