ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…
ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା ଏହାର ନାମ ବଦଳି ନ ଥାଏ। ଏହା ୫ ଅକ୍ଷର ବିଶିଷ୍ଟ। ଏହାକୁ ଆଗରୁ ପଢ଼ନ୍ତୁ ନଚେତ ପଛରୁ , ଏହାର ନାମ ବଦଳି ନ ଥାଏ, ଅର୍ଥାତ ଉଚ୍ଚାରଣ ବଦଳି ନ ଥାଏ। କୁହନ୍ତୁ ତ… ଚାଲନ୍ତୁ ଆମେ ଆପଣଙ୍କୁ ଏହାର ଉତ୍ତର କ’ଣ କହିଦେଉଛୁ। ଏହାର ଉତ୍ତର […] The post ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ… appeared first on Dharitri Odia News.
ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା ଏହାର ନାମ ବଦଳି ନ ଥାଏ। ଏହା ୫ ଅକ୍ଷର ବିଶିଷ୍ଟ। ଏହାକୁ ଆଗରୁ ପଢ଼ନ୍ତୁ ନଚେତ ପଛରୁ , ଏହାର ନାମ ବଦଳି ନ ଥାଏ, ଅର୍ଥାତ ଉଚ୍ଚାରଣ ବଦଳି ନ ଥାଏ। କୁହନ୍ତୁ ତ…
ଚାଲନ୍ତୁ ଆମେ ଆପଣଙ୍କୁ ଏହାର ଉତ୍ତର କ’ଣ କହିଦେଉଛୁ। ଏହାର ଉତ୍ତର ହେଉଛି ‘ମଲୟାଲମ’। ତାମିଲ ଭଳି ମଲୟାଲମକୁ ମଧ୍ୟ ଭାରତରେ ଶାସ୍ତ୍ରୀୟ ଭାଷା ଭାବେ ବ୍ୟବହାର କରାଯାଏ।
ଏହା ଭାରତର କେରଳ ରାଜ୍ୟରେ କୁହାଯାଉଥିବା ପ୍ରମୁଖ ଭାଷା। ଏହା ଦ୍ରାବିଡ ଭାଷାରୁ ଆସିଛି। କେରଳ ବ୍ୟତିତ ତାମିଲନାଡ଼ୁର କନ୍ୟାକୁମାରୀ ତଥା ଉତ୍ତରରେ କର୍ନାଟକର ଦକ୍ଷିଣ କର୍ନଡ ଜିଲା, ଲାକ୍ଷାଦ୍ୱିପରେ ଏହି ଭାଷାକୁ କୁହାଯାଇଥାଏ।
ମଲୟାଲମ ଦୁଇଟି ଶବ୍ଦରୁ ସୃଷ୍ଟ, ଯାହାର ଅର୍ଥ ମାଲା(ପର୍ବତ) ଏବଂ ଆଲମ୍(ସ୍ଥାନ)।
The post ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ… appeared first on Dharitri Odia News.