ଜାତୀୟ ବିପର୍ଯ୍ୟୟ ମୁକାବିଲା ନେଇ ଏନ୍‌ଡିଆର୍‌ଏଫ୍‌ର କୌଶଳ

ବଲାଙ୍ଗୀର,୭ା୧୨(ସୁନୀଲ କୁମାର ମହାନ୍ତି): ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ, ୩ ବାଟାଲିୟନ କଟକ ମୁଣ୍ଡୁଳି ପକ୍ଷରୁ ସାଧାରଣ ଲୋକ ଓ ଛାତ୍ରୀଛାତ୍ରଙ୍କୁ ବନ୍ୟା, ବାତ୍ୟା ସମୟରେ କିପରି ଭାବେ ଏନ୍‌ଡିଆର୍‌ଏଫ୍‌ କାର୍ଯ୍ୟ କରିଥାଏ ତାହାର ଏ ପ୍ରୟୋଗ ସ୍ଥାନୀୟ ମହାରାଣୀ ସାଗର ବଲାଙ୍ଗୀରଠାରେ  ଶନିବାର ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ ମୁକାବିଲା କରିବା ପାଇଁ ଅଭ୍ୟାସ କୌଶଳ ଦେଖାଇଥିଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌। ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, […] The post ଜାତୀୟ ବିପର୍ଯ୍ୟୟ ମୁକାବିଲା ନେଇ ଏନ୍‌ଡିଆର୍‌ଏଫ୍‌ର କୌଶଳ appeared first on Dharitri Odia News.

ଜାତୀୟ ବିପର୍ଯ୍ୟୟ ମୁକାବିଲା ନେଇ ଏନ୍‌ଡିଆର୍‌ଏଫ୍‌ର କୌଶଳ

ବଲାଙ୍ଗୀର,୭ା୧୨(ସୁନୀଲ କୁମାର ମହାନ୍ତି): ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ, ୩ ବାଟାଲିୟନ କଟକ ମୁଣ୍ଡୁଳି ପକ୍ଷରୁ ସାଧାରଣ ଲୋକ ଓ ଛାତ୍ରୀଛାତ୍ରଙ୍କୁ ବନ୍ୟା, ବାତ୍ୟା ସମୟରେ କିପରି ଭାବେ ଏନ୍‌ଡିଆର୍‌ଏଫ୍‌ କାର୍ଯ୍ୟ କରିଥାଏ ତାହାର ଏ ପ୍ରୟୋଗ ସ୍ଥାନୀୟ ମହାରାଣୀ ସାଗର ବଲାଙ୍ଗୀରଠାରେ  ଶନିବାର ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ ମୁକାବିଲା କରିବା ପାଇଁ ଅଭ୍ୟାସ କୌଶଳ ଦେଖାଇଥିଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌। ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲାପାଳ ପବିତ୍ର ପ୍ରଧାନ,ଏନ୍‌ଡିଆରଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗୌରବ ଜେଙ୍ଗତେ, ନିର୍ବାହୀ ଅଧିକାରୀ, ବିଶ୍ବମ୍ବର ମିଶ୍ର, ଡିଏସ୍‌ପି, ବଲାଙ୍ଗୀର ଅଗ୍ନିଶମ ଅଧିକାରୀ, ଜିଲା ଜରୁରିକାଳୀନ ଅଧିକାରୀ ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସଚେତନତା ଅଭିଯାନରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ଜିଲା ଜରୁରିକାଳୀନ ବିଭାଗ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

The post ଜାତୀୟ ବିପର୍ଯ୍ୟୟ ମୁକାବିଲା ନେଇ ଏନ୍‌ଡିଆର୍‌ଏଫ୍‌ର କୌଶଳ appeared first on Dharitri Odia News.