ବଢିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ: ୬ ମାସ ବଢାଇବେ ମୋହନ ସରକାର!

କନକ ବ୍ୟୁରୋ: ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ ବଢ଼ିବ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ଏହି ଅଧିକାରୀଙ୍କ କାର୍ଯ୍ୟକାଳ ୬ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତାଙ୍କ କାର୍ଯ୍ୟକାଳ ବଢ଼ାଯିବ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏକଦମ ବିଶ୍ୱସ୍ତ ଅଫିସର ହେଉଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ଜୁଲାଇ ୧ରେ ଓଡିଶାର ପ୍ରଶାସନିକ ମୁଖିଆ ଭାବେ ଦାୟିତ୍ୱ ନେଇଥିଲେ । ହେଲେ,  ଡିସେମ୍ୱର ୩୧ରେ ସରୁଛି  ମୋନଜ ଆହୁଜାଙ୍କ ୩୪ ବର୍ଷର ଚାକିରୀ କାର୍ଯ୍ୟକାଳ । ପାଓ୍ୱାର କରିଡରର ବିଶ୍ୱସ୍ତ ମହଲରୁ ମିଳିଥିବା ସୂଚନା ଅନୁସାରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ପ୍ରାଥମିକ  ପର୍ଯ୍ୟାୟରେ ୬ ମାସ ବୃଦ୍ଧି କରିବେ ମୋହନ ସରକାର । କାହିଁକି ମନୋଜ ଉପର ମୋହନଙ୍କ ଭରସା୧-   ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ମନୋଜଙ୍କ ସୁ ସଂପର୍କ ରହିଛି୨-   ମନୋଜଙ୍କ ନେତୃତ୍ୱରେ ଇନପୁଟ ସବସିଡି, ସୁଭଦ୍ରା ଭଳି ଲୋକାଭିମୁଖି ଯୋଜନାର କ୍ରିୟାନ୍ୱୟନ୩-  ଓଡିଶାକୁ ଶିଳ୍ପ କରିଡର ପ୍ରତିଷ୍ଛା ପାଇଁ ବାହାର ରାଜ୍ୟରେ ରୋଡ ଶୋ କରି ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା୪-  ଜାନୁୟାରୀ ୭ ଓ ୮ ତାରିଖରେ ପ୍ରବାସୀ ଓଡିଶା କାର୍ଯ୍ୟକ୍ରମ କେମିତି ସଫଳତାର ସହ ହେବ ତାର ନେତୃତ୍ୱ ନ

ବଢିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ: ୬ ମାସ ବଢାଇବେ ମୋହନ ସରକାର!

କନକ ବ୍ୟୁରୋ: ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ ବଢ଼ିବ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ଏହି ଅଧିକାରୀଙ୍କ କାର୍ଯ୍ୟକାଳ ୬ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତାଙ୍କ କାର୍ଯ୍ୟକାଳ ବଢ଼ାଯିବ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏକଦମ ବିଶ୍ୱସ୍ତ ଅଫିସର ହେଉଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ଜୁଲାଇ ୧ରେ ଓଡିଶାର ପ୍ରଶାସନିକ ମୁଖିଆ ଭାବେ ଦାୟିତ୍ୱ ନେଇଥିଲେ । ହେଲେ,  ଡିସେମ୍ୱର ୩୧ରେ ସରୁଛି  ମୋନଜ ଆହୁଜାଙ୍କ ୩୪ ବର୍ଷର ଚାକିରୀ କାର୍ଯ୍ୟକାଳ । ପାଓ୍ୱାର କରିଡରର ବିଶ୍ୱସ୍ତ ମହଲରୁ ମିଳିଥିବା ସୂଚନା ଅନୁସାରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ପ୍ରାଥମିକ  ପର୍ଯ୍ୟାୟରେ ୬ ମାସ ବୃଦ୍ଧି କରିବେ ମୋହନ ସରକାର ।

କାହିଁକି ମନୋଜ ଉପର ମୋହନଙ୍କ ଭରସା
୧-   ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ମନୋଜଙ୍କ ସୁ ସଂପର୍କ ରହିଛି
୨-   ମନୋଜଙ୍କ ନେତୃତ୍ୱରେ ଇନପୁଟ ସବସିଡି, ସୁଭଦ୍ରା ଭଳି ଲୋକାଭିମୁଖି ଯୋଜନାର କ୍ରିୟାନ୍ୱୟନ
୩-  ଓଡିଶାକୁ ଶିଳ୍ପ କରିଡର ପ୍ରତିଷ୍ଛା ପାଇଁ ବାହାର ରାଜ୍ୟରେ ରୋଡ ଶୋ କରି ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା
୪-  ଜାନୁୟାରୀ ୭ ଓ ୮ ତାରିଖରେ ପ୍ରବାସୀ ଓଡିଶା କାର୍ଯ୍ୟକ୍ରମ କେମିତି ସଫଳତାର ସହ ହେବ ତାର ନେତୃତ୍ୱ ନେଉଛନ୍ତି ମନୋଜ
୫- ଜାନୁୟାରୀ ଶେଷ ସପ୍ତାହରେ ଉତ୍କର୍ଷ ଓଡିଶା  ମେଗା ଇଭେଂଟ  ଅନୁଷ୍ଠିତ ହେବାକୁ ଯାଉଛି

ଏହି ସବୁ କାରଣ ସୂଚାଉଛି ମନୋଜ ଆହୁଜାଙ୍କ ଉପରେ ମୋହନ ସରକାରଙ୍କ ଅକୁଣ୍ଠ ବିଶ୍ୱାସ ରହିଛି । ଖାଲି ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ନୁହେଁ, ଖୁବଶୀଘ୍ର ଆଇଏଏସ ସ୍ତରରେ ବଡ ପରିବର୍ତନ ହେବାକୁ ଯାଉଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ମୋନଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ମିଳିପାରେ  ବୋଲି ପାୱାରକରିଡରରେ ଚର୍ଚ୍ଚା ହେଉଛି।