କଂଗ୍ରେସର ୯୯ ଆସନକୁ ନେଇ ସଂସଦରେ ଗପ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କହିଲେ କ'ଣ?

ନୂଆଦିଲ୍ଲୀ ୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ନିର୍ବାଚନରେ କଂଗ୍ରେସର ୯୯ ଆସନ ଓ ସୋଲେ ଫିଲ୍ମର ମାଉସୀଙ୍କ କାହାଣୀ ଶୁଣାଇଛନ୍ତି। ଭାଷଣରେ ମୋଦି କାହାର ନାମ ନ ନେଇ ରାହୁଲ ଗାନ୍ଧିଙ୍କୁ ବାଳକ ବୁଦ୍ଧିର ଲୋକ ବୋଲି କହିଛନ୍ତି। ନେରେନ୍ଦ୍ର ମୋଦି ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ କଂଗ୍ରେସ ଲାଗି ଦେଶର ଜନତାଙ୍କ ଜନାଦେଶ ବୋଲି କହିଛନ୍ତି। ମୋଦି କହିଛନ୍ତି ଯେ ତମ ଲାଗି ଦେଶର ଜନାଦେଶ ଏହା ଯେ ତୁମେ ବିପକ୍ଷରେ ବସ ଓ ତର୍କ ସମାପ୍ତ ହେବା ପରେ ହାଲା ଚିଲ୍ଲା କର। କଂଗ୍ରେସର ଇତିହାସରେ ଏହା ତୃତୀୟ ସବୁଠୁ ବଡ଼ ପରାଜୟ। ତୃତୀୟ ସବୁଠୁ ଖରାପ ପ୍ରଦର୍ଶନ। ଭଲ ହୁଅନ୍ତା ଯଦି କଂଗ୍ରେସ ନିଜର ପରାଜୟ ସ୍ୱୀକାର କରନ୍ତା। ଜନତାଙ୍କ ଆଦେଶକୁ ମନରେ ରଖନ୍ତା ଓ ଆତ୍ମ ମନ୍ଥନ କରନ୍ତା। ହେଲେ ଏମାନେ ତ ଶିର୍ଷାସନ କରିବାରେ ବ୍ୟସ୍ତ। ମୋଦି କହିଛନ୍ତି ଯେ କଂଗ୍ରେସ ଓ ତାଙ୍କ ଇକୋ ସିଷ୍ଟମ ଦିନ ରାତି ବିଜୁଳି ଜଳାଇ ଦେଶର ନାଗରିକଙ୍କ ମନରେ ଏହା ସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ଆମକୁ ହରାଇ ଦେଇଛନ୍ତି। ଆଦରଣୀୟ ସଭାପତି ଏପରି କାହିଁକି ହେଉଛି? ମୁଁ ଟିକେ ମୋ ସାଧାରଣ ଜୀବନର ଅନୁଭବରୁ କହୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି କୌଣସି ଛୋଟ ପିଲା ସାଇକେଲ ନେଇ ବାହାରେ ଓ ସେ ପଡିଯାଏ କି ଢଳିଯାଏ ସେ କାନ୍ଦିବାକୁ ଲାଗେ। ଏଥିର

କଂଗ୍ରେସର ୯୯ ଆସନକୁ ନେଇ ସଂସଦରେ ଗପ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କହିଲେ କ'ଣ?

ନୂଆଦିଲ୍ଲୀ ୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ନିର୍ବାଚନରେ କଂଗ୍ରେସର ୯୯ ଆସନ ଓ ସୋଲେ ଫିଲ୍ମର ମାଉସୀଙ୍କ କାହାଣୀ ଶୁଣାଇଛନ୍ତି। ଭାଷଣରେ ମୋଦି କାହାର ନାମ ନ ନେଇ ରାହୁଲ ଗାନ୍ଧିଙ୍କୁ ବାଳକ ବୁଦ୍ଧିର ଲୋକ ବୋଲି କହିଛନ୍ତି। ନେରେନ୍ଦ୍ର ମୋଦି ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ କଂଗ୍ରେସ ଲାଗି ଦେଶର ଜନତାଙ୍କ ଜନାଦେଶ ବୋଲି କହିଛନ୍ତି। 

ମୋଦି କହିଛନ୍ତି ଯେ ତମ ଲାଗି ଦେଶର ଜନାଦେଶ ଏହା ଯେ ତୁମେ ବିପକ୍ଷରେ ବସ ଓ ତର୍କ ସମାପ୍ତ ହେବା ପରେ ହାଲା ଚିଲ୍ଲା କର। କଂଗ୍ରେସର ଇତିହାସରେ ଏହା ତୃତୀୟ ସବୁଠୁ ବଡ଼ ପରାଜୟ। ତୃତୀୟ ସବୁଠୁ ଖରାପ ପ୍ରଦର୍ଶନ। ଭଲ ହୁଅନ୍ତା ଯଦି କଂଗ୍ରେସ ନିଜର ପରାଜୟ ସ୍ୱୀକାର କରନ୍ତା। ଜନତାଙ୍କ ଆଦେଶକୁ ମନରେ ରଖନ୍ତା ଓ ଆତ୍ମ ମନ୍ଥନ କରନ୍ତା। ହେଲେ ଏମାନେ ତ ଶିର୍ଷାସନ କରିବାରେ ବ୍ୟସ୍ତ। 

ମୋଦି କହିଛନ୍ତି ଯେ କଂଗ୍ରେସ ଓ ତାଙ୍କ ଇକୋ ସିଷ୍ଟମ ଦିନ ରାତି ବିଜୁଳି ଜଳାଇ ଦେଶର ନାଗରିକଙ୍କ ମନରେ ଏହା ସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ଆମକୁ ହରାଇ ଦେଇଛନ୍ତି। ଆଦରଣୀୟ ସଭାପତି ଏପରି କାହିଁକି ହେଉଛି? ମୁଁ ଟିକେ ମୋ ସାଧାରଣ ଜୀବନର ଅନୁଭବରୁ କହୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି କୌଣସି ଛୋଟ ପିଲା ସାଇକେଲ ନେଇ ବାହାରେ ଓ ସେ ପଡିଯାଏ କି ଢଳିଯାଏ ସେ କାନ୍ଦିବାକୁ ଲାଗେ। ଏଥିରେ କୌଣସି ବୟଷ୍କ ବ୍ୟକ୍ତି ଯଦି ଏହା ଦେଖନ୍ତି ପାଖକୁ ଆସି କହନ୍ତି ଦେଖ ପିମ୍ପୁଡି ମରିଗଲା, ଚଢେଇ ଉଡିଗଲା, ଆରେ ଦେଖ ତୁମେତ ବଢିଆ ସାଇକେଲ ଚଳାଉଛ ଏହା ଏଥି ପାଇଁ କହିଥାନ୍ତି ଯେ ତାର ମନ ଭୁଲି ଯାଉ। ଆଜି କାଲି ପିଲାର ମନ ଭୁଲେଇବା କାମ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ ପାର୍ଟିର ନେତାଙ୍କ ବୟାନବାଜି ଏବେ ସୋଲେ ଫିଲ୍ମକୁ ବି ପଛରେ ପକାଇ ଦେଇଛି। 


ଆପଣ ସମସ୍ତଙ୍କୁ ସୋଲେ ଫିଲ୍ମର ମାଉସୀ ମନେ ଥିବେ। ତୃତୀୟବାର ତ ହାରିଛନ୍ତି କିନ୍ତୁ ମାଉସୀ ଏହା ମୋରାଲ ଭିକ୍ଟ୍ରି ନା? ଆରେ ମାଉସୀ ୧୩ ରାଜ୍ୟରେ ଶୁନ ସିଟ୍ ମିଳିଛି କିନ୍ତୁ ହିରୋ ତ ନା? ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ କଂଗ୍ରେସ ପାର୍ଟିକୁ କୁହୁଛି ଜନାଦେଶକୁ ମିଛ ବିଜୟର ଉତ୍ସବରେ ଦବାଅନି।  ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆଜିକାଲି ସହାନୁଭୂତି ପାଇବାକୁ ଏକ ନୂଆ ଡ୍ରାମା ଆରମ୍ଭ ହୋଇଯାଇଛି। 


ମୁଁ ଏକ କାହାଣୀ କହୁଛି ଗୋଟିଏ ପିଲା ସ୍କୁଲରୁ ଆସିଲା ଓ ଜୋର ଜୋରରେ କାନ୍ଦିବାକୁ ଲାଗିଲା। ଏଥିରେ ତାର ମା ବି ଡରିଗଲା ପିଲାର କ’ଣ ହେଲା? ପିଲା କହିଲା ମା ମୋତେ ଆଜି ସ୍କୁଲରେ ମରାଗଲା। ଆଜି ସ୍କୁଲରେ ମୋତେ ସିଏ ମାରିଲା ମୋତେ ସିଏ ମାରିଲା। ମୋତେ ଏଠିକୁ ମାରିଲେ ମତୋ ଏଠାକୁ ମାରିଲେ। ଏଥିରେ ମା ପଚାରିଲେ କଥା କଣ ଥିଲା, ହେଲେ ସେ କିଛି ନ କହି ଜୋର ଜୋରରେ କାନ୍ଦୁଥିଲା ଓ କହୁଥିଲେ ମୋତେ ମାରିଲେ, ମୋତେ ମାରିଲେ। 


ପ୍ରଧାନମନ୍ତ୍ରୀ କହିଲେ ଯେ ପିଲା ଏ କଥା କହୁ ନଥିଲା କୋଉ ପିଲାର ମାକୁ ଗାଳି ଦେଇଥିଲା, କୋଉ ପିଲାର ବହି ଚିରିଥିଲା, ଶିକ୍ଷକକୁ ଚୋର କହିଥିଲା। ମୁଁ ସଂସଦରେ ଗତକାଲି ପିଲାଳିଆ ବାଚଳାମୀ ଦେଖିଥିଲି, କାଲି ଏଠାରେ ବାଳକ ବୁଦ୍ଧିର ଖେଳ ଚାଲିଥିଲା। ମୋତେ ମରା ଯାଇଛି, ମୋତେ ସେ ମାରିଲା, ମୋତେ ସେ ମାରିଲା। ସହାନୁଭୂତି ହାସଲ ପାଇଁ ଏହି ନୂଆ ଡ୍ରାମା କରାଯାଉଛି। 


ସେ ହଜାର ହଜାର କୋଟି ଟଙ୍କା ହେରଫେର ମାମଲାରେ ଜାମିନରେ ବାହାରକୁ ଆସିଛନ୍ତି, ତାଙ୍କୁ ଓବିସି ବର୍ଗର ଲୋକଙ୍କୁ ଚୋର କହିବାରୁ ଦଣ୍ଡ ମିଳିଛି, ତାଙ୍କୁ ଦେଶର ସୁପ୍ରିମକୋର୍ଟରେ ଦାୟିତ୍ୱହୀନ ବୟାନ ଦେବା ପରେ କ୍ଷମା ମାଗିବାକୁ ପଡିଛି। ତାଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମୀ ବୀର ସାଭରକରଙ୍କୁ ଅପମାନ ଲାଗି ମୋକଦ୍ଦମା ଚାଲିଛି। ତାଙ୍କ ଉପରେ ଦେଶର ସବୁଠୁ ବଡ ପାର୍ଟିର ଅଧ୍ୟକ୍ଷଙ୍କୁ ହତ୍ୟାକାରୀ କରିବାର ମକଦ୍ଦମା ଚାଲିଛି। ତାଙ୍କ ଉପରେ ମିଛ କହିବାର ମଧ୍ୟ ଗୁରୁତର ଅଭିଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।