ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କହିଲେ ଏକୀକୃତ ବୀମା ଯୋଜନାରେ..
ଭୁବନେଶ୍ୱର,୧୯ା୩: ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ସମ୍ପ୍ରତି ଆବେଦନ କରିଥିବା ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରା ନ ଯିବା ନେଇ ଚିନ୍ତାର ସମାଧାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସେମାନଙ୍କୁ ଏକୀକୃତ ବୀମା ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି। ଓଡ଼ିଶା ବିଧାନସଭାରେ ବ୍ରହ୍ମଗିରିର ଭାଜପା ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମ୍ବାଦିକମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଗୋପବନ୍ଧୁ ଜନ ଆରୋଗ୍ୟ […] The post ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କହିଲେ ଏକୀକୃତ ବୀମା ଯୋଜନାରେ.. appeared first on Dharitri Odia News.
ଭୁବନେଶ୍ୱର,୧୯ା୩: ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ସମ୍ପ୍ରତି ଆବେଦନ କରିଥିବା ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରା ନ ଯିବା ନେଇ ଚିନ୍ତାର ସମାଧାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସେମାନଙ୍କୁ ଏକୀକୃତ ବୀମା ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି।
ଓଡ଼ିଶା ବିଧାନସଭାରେ ବ୍ରହ୍ମଗିରିର ଭାଜପା ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମ୍ବାଦିକମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଡାଟାବେସ୍ ସହିତ କ୍ରସ୍-ଭେରିଫାଏ କରାଯାଉଛି। ସେହି ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଜୁନ୍ ୨୦୨୪ରୁ ଫେବୃଆରୀ ୨୦୨୫ ମଧ୍ୟରେ ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ପଞ୍ଜୀକରଣ ପାଇଁ ୮୦୪ ଜଣ ସାମ୍ବାଦିକ ଆବେଦନ କରିଛନ୍ତି।
ମହାପାତ୍ର ଏହି ଆବେଦନକାରୀଙ୍କ ସ୍ଥିତି ବିଷୟରେ ମଧ୍ୟ ପଚାରି ବୁଝିଥିଲେ ଏବଂ ସେମାନଙ୍କ ଆବେଦନ ପ୍ରତ୍ୟାଖ୍ୟାନର କାରଣ ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ।
The post ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କହିଲେ ଏକୀକୃତ ବୀମା ଯୋଜନାରେ.. appeared first on Dharitri Odia News.