ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ସେ ଘଟଗଁାସ୍ଥିତ ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଯିବା ବାଟରେ ୨୦ନଂ. ଜାତୀୟ ରାଜପଥର ଜରଦା, ରାମଚନ୍ଦ୍ରପୁର, ବଡ଼ ପଦନା, ସୁଅଁାପଦା, ଖଲଣା, ସାଇଁକୁଳ, ହସନପୁର ଏବଂ ଘଷିପୁରା ସହ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଘସିପୁରା ବିଧାନସଭା ଆସନରୁ ସେ ଭାଜପା […] The post ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା appeared first on Dharitri Odia News.

ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ସେ ଘଟଗଁାସ୍ଥିତ ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଯିବା ବାଟରେ ୨୦ନଂ. ଜାତୀୟ ରାଜପଥର ଜରଦା, ରାମଚନ୍ଦ୍ରପୁର, ବଡ଼ ପଦନା, ସୁଅଁାପଦା, ଖଲଣା, ସାଇଁକୁଳ, ହସନପୁର ଏବଂ ଘଷିପୁରା ସହ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଘସିପୁରା ବିଧାନସଭା ଆସନରୁ ସେ ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ଘଷିପୁରା ତାଙ୍କ ଜନ୍ମ ମାଟି, ଏଠାରୁ ପ୍ରାର୍ଥୀ ହେବା ପାଇଁ ନିର୍ବାଚନମଣ୍ଡଳୀବାସୀ ଚାପ ପକାଉଛନ୍ତି। ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଛି। ୨ ଦିନ ଭିତରେ ନିଷ୍ପତ୍ତି ଜଣାଇବେ ବୋଲି ସେ କହିଛନ୍ତି।

The post ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା appeared first on Dharitri Odia News.