ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କଲେ ମନମୋହନ: କହିଲେ…
ଭୁବନେଶ୍ୱର,୨।୭: ସୋମବାର ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ଭାଜପା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ଶିଷ୍ଟାଚାର ଭୁଲି ଯାଇଛି। ଆତ୍ମଗର୍ବ, ଅହଂକାର ପାଇଁ କଂଗ୍ରେସର ଅବସ୍ଥା ଆଜି ଏମିତି ହୋଇଛି ବୋଲି ମନମୋହନ ପ୍ରକାଶ କରିଛନ୍ତି। ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ଶହେ ଛୁଇଁ ପାରି ନାହିଁ। ଦେଶବାସୀ କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। କଂଗ୍ରେସ ଆତ୍ମସମୀକ୍ଷା କରିବା ସହ ଆତ୍ମବିଶ୍ଳେଷଣ କରିବାକୁ ମନମୋହନ କହିଛନ୍ତି। The post ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କଲେ ମନମୋହନ: କହିଲେ… appeared first on Dharitri Odia News.
ଭୁବନେଶ୍ୱର,୨।୭: ସୋମବାର ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ଭାଜପା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ଶିଷ୍ଟାଚାର ଭୁଲି ଯାଇଛି। ଆତ୍ମଗର୍ବ, ଅହଂକାର ପାଇଁ କଂଗ୍ରେସର ଅବସ୍ଥା ଆଜି ଏମିତି ହୋଇଛି ବୋଲି ମନମୋହନ ପ୍ରକାଶ କରିଛନ୍ତି। ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ଶହେ ଛୁଇଁ ପାରି ନାହିଁ। ଦେଶବାସୀ କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। କଂଗ୍ରେସ ଆତ୍ମସମୀକ୍ଷା କରିବା ସହ ଆତ୍ମବିଶ୍ଳେଷଣ କରିବାକୁ ମନମୋହନ କହିଛନ୍ତି।
The post ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କଲେ ମନମୋହନ: କହିଲେ… appeared first on Dharitri Odia News.