ରାଜନୀତି କରିବେ ହିଟ୍ମ୍ୟାନ! ଫଡନଭିସଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା
ମୁମ୍ବାଇ,୧୫।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଭେଟିଛନ୍ତି। ଗତ ୧୧ ମାସ ମଧ୍ୟରେ ଏହି ବୈଠକ ଦ୍ୱିତୀୟ ଥର ପାଇଁ ହୋଇଛି, ଯାହା ଯୋଗୁ ରୋହିତ ଶର୍ମାଙ୍କ ରାଜନୀତିରେ ସମ୍ଭାବ୍ୟ ପ୍ରବେଶ ସମ୍ପର୍କରେ ଆଲୋଚନା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ସହ ଫଟୋ ଶେୟାର କରି […] The post ରାଜନୀତି କରିବେ ହିଟ୍ମ୍ୟାନ! ଫଡନଭିସଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା appeared first on Dharitri Odia News.
ମୁମ୍ବାଇ,୧୫।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଭେଟିଛନ୍ତି। ଗତ ୧୧ ମାସ ମଧ୍ୟରେ ଏହି ବୈଠକ ଦ୍ୱିତୀୟ ଥର ପାଇଁ ହୋଇଛି, ଯାହା ଯୋଗୁ ରୋହିତ ଶର୍ମାଙ୍କ ରାଜନୀତିରେ ସମ୍ଭାବ୍ୟ ପ୍ରବେଶ ସମ୍ପର୍କରେ ଆଲୋଚନା ଜୋର ଧରିଛି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ସହ ଫଟୋ ଶେୟାର କରି ଲେଖିଛନ୍ତି, ଏହି ବର୍ଷ ମୋର ସରକାରୀ ବାସଭବନରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ସ୍ବାଗତ କରିବା, ତାଙ୍କ ସହିତ ସାକ୍ଷାତ କରିବା ଏବଂ କଥା ହେବା ମୋ ପାଇଁ ବହୁତ ଖୁସିର କଥା। ଟେଷ୍ଟ କ୍ରିକେଟରୁ ତାଙ୍କର ଅବସର ଏବଂ ପରବର୍ତ୍ତୀ ଯାତ୍ରା ପାଇଁ ମୁଁ ତାଙ୍କୁ ଶୁଭକାମନା ଜଣାଉଛି।
ରୋହିତ ଶର୍ମାଙ୍କ ଏହି ସାକ୍ଷାତକୁ ସାଧାରଣ ଔପଚାରିକତା ବାହାରେ ବିବେଚନା କରାଯାଉଛି। ଗତ ୧୧ ମାସ ମଧ୍ୟରେ ଏହା ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଦ୍ୱିତୀୟ ସାକ୍ଷାତ। ପୂର୍ବରୁ, ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ, ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିଥିଲେ।
ଏହି ବୈଠକଗୁଡ଼ିକର ରାଜନୈତିକ ସମୟ ଏବଂ ପ୍ରସଙ୍ଗ ଅନେକ ବିଶେଷଜ୍ଞଙ୍କୁ ବିଶ୍ୱାସ କରାଇଛି ଯେ, କ୍ରିକେଟରୁ ଅବସର ନେବା ପରେ ରୋହିତ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିପାରନ୍ତି।
ରୋହିତ ଶର୍ମାଙ୍କ ଜନ୍ମ ମହାରାଷ୍ଟ୍ରର ନାଗପୁରରେ ହୋଇଥିଲା। ସେ ମୁମ୍ବାଇ ରଣଜୀ ଦଳ ପାଇଁ ଘରୋଇ କ୍ରିକେଟ ଖେଳିଛନ୍ତି। ରାଜ୍ୟରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ତାଙ୍କର ସ୍ବଚ୍ଛ ଏବଂ ବିବାଦମୁକ୍ତ ଭାବମୂର୍ତ୍ତିକୁ ଦୃଷ୍ଟିରେ ରଖି, ସେ ଯେକୌଣସି ରାଜନୈତିକ ଦଳ ପାଇଁ ନିର୍ବଚନୀ ମୁହଁ ହୋଇପାରିବେ।
The post ରାଜନୀତି କରିବେ ହିଟ୍ମ୍ୟାନ! ଫଡନଭିସଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା appeared first on Dharitri Odia News.