ପରକୀୟା ପ୍ରୀତିରୁ ଆନାସ୍ଥେସିଆ ଦେଇ ସ୍ତ୍ରୀଙ୍କୁ ହତ୍ୟା
ଭୁବନେଶ୍ୱର,୩୧ା୧୦(ସତ୍ୟଜିତ୍ ରାଉତ): ଦୁଇ ପ୍ରେମିକାଙ୍କ ସହ ଥିବା ପରକୀୟା ପ୍ରୀତି ସମ୍ପର୍କ ମଝିରେ ବାଡ଼ ସାଜିଥିଲେ ସ୍ତ୍ରୀ। ଏଥିପାଇଁ ସ୍ତ୍ରୀଙ୍କୁ ସବୁଦିନ ପାଇଁ ହଟାଇବାକୁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର। ହତ୍ୟାକାଣ୍ଡ ପାଇଁ ଆନାସ୍ଥେସିଆକୁ କରିଥିଲେ ଅସ୍ତ୍ର। ଭରତପୁର ଥାନା ଅନ୍ତର୍ଗତ ସାମପୁର ଅଞ୍ଚଳରେ ଶୁଭଶ୍ରୀ ନାଏକଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ବୁଧବାର ଡିସିପି ପିନାକ ମିଶ୍ର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ନର୍ସ ପ୍ରେମିକାଙ୍କ ଭଡ଼ାଘରେ ଶୁଭଶ୍ରୀଙ୍କ […] The post ପରକୀୟା ପ୍ରୀତିରୁ ଆନାସ୍ଥେସିଆ ଦେଇ ସ୍ତ୍ରୀଙ୍କୁ ହତ୍ୟା appeared first on Dharitri Odia News.
ଭୁବନେଶ୍ୱର,୩୧ା୧୦(ସତ୍ୟଜିତ୍ ରାଉତ): ଦୁଇ ପ୍ରେମିକାଙ୍କ ସହ ଥିବା ପରକୀୟା ପ୍ରୀତି ସମ୍ପର୍କ ମଝିରେ ବାଡ଼ ସାଜିଥିଲେ ସ୍ତ୍ରୀ। ଏଥିପାଇଁ ସ୍ତ୍ରୀଙ୍କୁ ସବୁଦିନ ପାଇଁ ହଟାଇବାକୁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର। ହତ୍ୟାକାଣ୍ଡ ପାଇଁ ଆନାସ୍ଥେସିଆକୁ କରିଥିଲେ ଅସ୍ତ୍ର। ଭରତପୁର ଥାନା ଅନ୍ତର୍ଗତ ସାମପୁର ଅଞ୍ଚଳରେ ଶୁଭଶ୍ରୀ ନାଏକଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ବୁଧବାର ଡିସିପି ପିନାକ ମିଶ୍ର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ନର୍ସ ପ୍ରେମିକାଙ୍କ ଭଡ଼ାଘରେ ଶୁଭଶ୍ରୀଙ୍କ ଶରୀରରେ ବଳପୂର୍ବକ ଇଞ୍ଜେକ୍ସନ୍ ଦ୍ୱାରା ଆନାସ୍ଥେସିଆକୁ ଓଭର୍ ଡୋଜ୍ ଦିଆଯାଇ ହତ୍ୟା କରାଯାଇଥିଲା। ବ୍ୟବଚ୍ଛେଦ ବେଳେ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବାରୁ ପୋଲିସ ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ବାମୀ ପ୍ରଦ୍ୟୁମ୍ନ କୁମାର (୨୪)ଙ୍କ ସହ ଦୁଇ ପ୍ରେମିକାଙ୍କୁ ଗିରଫ କରିଛି। ଅଭିଯୁକ୍ତ ପ୍ରେମିକାଦ୍ୱୟ ହେଲେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ରୋଜି ପାତ୍ର(୧୯) ଓ ଗଜପତି ଜିଲା ସେରଙ୍ଗ ଅଞ୍ଚଳର ଏଜିତା ଭୂୟାଁ (୨୨)। ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ଜେଏମ୍ଏଫ୍ସି-୫ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବା ସହ କ୍ରାଇମ୍ ସିନ୍ ରିକ୍ରିଏଶନ୍ କରାଯିବ ବୋଲି ଡିସିପି ମିଶ୍ର କହିଛନ୍ତି।
କିଛିଦିନ ତଳେ ପ୍ରଦ୍ୟୁମ୍ନ ଓ ତାଙ୍କ ଦୁଇ ପ୍ରେମିକା ସିଆର୍ପି ଛକରେ ଏକାଠି ହୋଇ ଶୁଭଶ୍ରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ରୋଜି କାମ କରୁଥିବା ଘରୋଇ ହସ୍ପିଟାଲରୁ ଆନାସ୍ଥେସିଆ ଲୁଚାଇ ଆଣିଥିଲେ। ଏପଟେ ଅକ୍ଟୋବର ୨୭ରେ ପ୍ରଦ୍ୟୁମ୍ନ ଶ୍ୱଶୁର ଘରକୁ ଯାଇ ଶୁଭଶ୍ରୀଙ୍କୁ ଆଣିବାକୁ ଅଡ଼ି ବସିଥିଲେ ମଧ୍ୟ ପରିବାର ଲୋକ ଅରାଜି ହୋଇଥିଲେ। ଜଣେ ଆଇନଜୀବୀଙ୍କ ନିକଟରେ ଲେଖାପଢ଼ା କରି ସାକ୍ଷୀଙ୍କ ଉପସ୍ଥିତିରେ ଛାଡ଼ିବାକୁ ପରିବାର ଲୋକ କହିଥିଲେ। ହେଲେ ବହୁମତେ ବୁଝାଇ ଶୁଭଶ୍ରୀଙ୍କୁ ପ୍ରଦ୍ୟୁମ୍ନ ସେହିଦିନ ନେଇଆସି କେସୁରାସ୍ଥିତ ଭଡ଼ାଘରକୁ ନେଇଥିଲେ। ଶୁଭଶ୍ରୀଙ୍କୁ ପ୍ରଦ୍ୟୁମ୍ନ ୨୮ ତାରିଖ ପୂର୍ବାହ୍ନ ୧୧ଟା ୩୦ ବେଳେ ରୋଜିଙ୍କ ଭଡ଼ାଘରକୁ ନେଇଯାଇଥିଲେ। ଶୁଭଶ୍ରୀଙ୍କ ଥଣ୍ଡା ହୋଇଥିବାରୁ ତାଙ୍କୁ ଇଞ୍ଜେକ୍ସନ୍ ଦେବେ ବୋଲି ଅଭିଯୁକ୍ତମାନେ କହିଥିଲେ। ପରେ ସାରେ ବଳପୂର୍ବକ ସମସ୍ତେ ମିଶି ଇଞ୍ଜେକ୍ସନ୍ ଦ୍ୱାରା ଅଧିକ ମାତ୍ରାରେ ଆନାସ୍ଥେସିଆ ଦେଇଦେଇଥିଲେ। ଫଳରେ ଶୁଭଶ୍ରୀ ଚେତାଶୂନ୍ୟ ହୋଇଯିବା ସହ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଅଭିଯୁକ୍ତମାନେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେପଟେ ପ୍ରଦ୍ୟୁମ୍ନ ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ପରିବାର ଲୋକେ ହତ୍ୟା ସନ୍ଦେହ କରିଥିଲେ। ମା’ ତପସ୍ବିନୀଙ୍କ ଏତଲାକ୍ରମେ ପୋଲିସ ଏକ ହତ୍ୟା ମାମଲା (ନଂ.୭୧୭/୨୦୨୪) ରୁଜୁ କରି ତଦନ୍ତ କରିଥିଲା। ବ୍ୟବଚ୍ଛେଦ ବେଳେ ମୃତ୍ୟୁ ଉପରୁ ପରଦା ହଟିଥିଲା। ପୋଲିସର ପଚରାଉଚରା ପରେ ପ୍ରଦ୍ୟୁମ୍ନ ସତ ମାନିଥିଲେ। ତେବେ ସର୍ଜରି ପୂର୍ବରୁ ଚେତାଶୂନ୍ୟ କରିବାକୁ ଏହି ଆନାସ୍ଥେସିଆ ଅଳ୍ପ ପରିମାଣରେ ଦିଆଯାଇଥାଏ। ଏହାକୁ ସାଧାରଣ ଲୋକ କିଣିପାରନ୍ତି ନାହିଁ ବୋଲି ଜଣେ ଡାକ୍ତର କହିଛନ୍ତି।

ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବିଜେବି ନଗରରେ ଶୁଭଶ୍ରୀଙ୍କ ଘର। ଶୁଭଶ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ପ୍ରେମ କରି ୨୦୨୦ରେ ବିବାହ କରିଥିଲେ। ବିବାହ ପରେ ଉଭୟ ଏକାଠି ରହୁଥିଲେ। ଅପରପକ୍ଷରେ ପ୍ରଦ୍ୟୁମ୍ନ ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ। ୨୦୨୩ରେ ସେଠାରେ ଏଜିତାଙ୍କ ସହ ପ୍ରଦ୍ୟୁମ୍ନଙ୍କ ସମ୍ପର୍କ ହୋଇଥିଲା। ସେହିପରି ଭରତପୁର ଥାନା ଅଞ୍ଚଳରେ ଥିବା ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଗତ ମାର୍ଚ୍ଚରେ ରୋଜିଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା। ପ୍ରଦ୍ୟୁମ୍ନ ଏକାସାଙ୍ଗରେ ତାଙ୍କ ଦୁଇ ପ୍ରେମିକାଙ୍କ ସହ କଥା ହେବା ସହ ସମୟ ବିତାଉଥିଲେ। ଏନେଇ ଶୁଭଶ୍ରୀ ଜାଣିବା ପରେ ଦାମ୍ପତ୍ୟ ଜୀବନରେ କଳି ଆରମ୍ଭ ହୋଇଥିଲା। ପ୍ରଦ୍ୟୁମ୍ନ ବିଭିନ୍ନ କାରଣକୁ ନେଇ ଶୁଭଶ୍ରୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କୁ ଗାଡ଼ିରେ ନେଇ ଠେଲି ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ଶୁଭଶ୍ରୀ ପରିବାରକୁ ଜଣାଇଥିଲେ। ଗତ ୬ମାସ ହେବ ଶୁଭଶ୍ରୀ ତାଙ୍କ ବାପଘରକୁ ଚାଲିଯାଇ ସେଠାରେ ରହୁଥିଲେ।
The post ପରକୀୟା ପ୍ରୀତିରୁ ଆନାସ୍ଥେସିଆ ଦେଇ ସ୍ତ୍ରୀଙ୍କୁ ହତ୍ୟା appeared first on Dharitri Odia News.