ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କଲେ ବରଗଡ଼ର ସରକାରୀ କର୍ମଚାରୀ, ସମ୍ମାନିତ ହେଲେ ଜିଲାର ୧୫ ବୁଣାକାର

ବରଗଡ,୩।୪(ପ୍ରେମାନନ୍ଦ ଖମାରୀ) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନକ୍ରମେ ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪, ଓଡ଼ିଆ ନବବର୍ଷ ଯାଏ ପ୍ରଥମଥର କରି ପାଳନ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୫’ର ତୃତୀୟ ଦିବସକୁ ପାରମ୍ପରିକ ପୋଷାକ ପରିଧାନ ଦିବସ ରୂପେ ପାଳିତ ହୋଇଛି । ଏହି ଅବସରରେ ଆମ ସ୍ବାଭିମାନ ଓ ପରିଚୟ ବହନ କରୁଥିବା ସ୍ବଦେଶୀ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ନିମନ୍ତେ ବରଗଡ଼ ଜିଲାର ସମସ୍ତ ସରକାରୀ କର୍ମଚାରୀ ଆମ ଅଞ୍ଚଳର ସମ୍ବଲପୁରୀ […] The post ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କଲେ ବରଗଡ଼ର ସରକାରୀ କର୍ମଚାରୀ, ସମ୍ମାନିତ ହେଲେ ଜିଲାର ୧୫ ବୁଣାକାର appeared first on Dharitri Odia News.

ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କଲେ ବରଗଡ଼ର ସରକାରୀ କର୍ମଚାରୀ, ସମ୍ମାନିତ ହେଲେ ଜିଲାର ୧୫ ବୁଣାକାର

ବରଗଡ,୩।୪(ପ୍ରେମାନନ୍ଦ ଖମାରୀ) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନକ୍ରମେ ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪, ଓଡ଼ିଆ ନବବର୍ଷ ଯାଏ ପ୍ରଥମଥର କରି ପାଳନ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୫’ର ତୃତୀୟ ଦିବସକୁ ପାରମ୍ପରିକ ପୋଷାକ ପରିଧାନ ଦିବସ ରୂପେ ପାଳିତ ହୋଇଛି । ଏହି ଅବସରରେ ଆମ ସ୍ବାଭିମାନ ଓ ପରିଚୟ ବହନ କରୁଥିବା ସ୍ବଦେଶୀ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ନିମନ୍ତେ ବରଗଡ଼ ଜିଲାର ସମସ୍ତ ସରକାରୀ କର୍ମଚାରୀ ଆମ ଅଞ୍ଚଳର ସମ୍ବଲପୁରୀ ପାରମ୍ପରିକ ପୋଷାକ ପରିଧାନ କରି ନିଜ ନିଜର କର୍ମକ୍ଷେତ୍ରକୁ ଓହ୍ଲାଇବା ସହ ନିଜ ମୋବାଇଲରେ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଏଥିସହ ହସ୍ତତନ୍ତ ପୋଷକ ପରିଧାନକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଏବଂ ଗ୍ରାମ୍ୟ ଅର୍ଥନୀତିକୁ ଆହୁରି ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାପାଇଁ ନିବେଦନ କରିଛନ୍ତି ।

ଏହି କ୍ରମରେ ହସ୍ତତନ୍ତ ପୋଷକ ପରିଧାନକୁ ଅଧିକ ଆଦୃତ କରିବା ସହ ପ୍ରଚାର ପ୍ରସାର କରିବା ପାଇଁ ସ୍ଥାନୀୟ ଟାଉନ ହଲ୍‌ଠାରେ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ପୋଷାକ ପରିଧାନ (ଫ୍ୟାନ୍ସି ଡ୍ରେସ୍‌) ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲାର ସମସ୍ତ ବୁଣାକାରମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଆୟୋଜିତ କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲା ପ୍ରଶାସନ ଦାରା ସମ୍ବର୍ଦ୍ଧିତ କରାଯାଇଛି । ହସ୍ତତନ୍ତ ତଥା ବୟନ ଶିଳ୍ପ ବିଭାଗ ଏବଂ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରୀଛାତ୍ର ପୋଷାକ ପରିଧାନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜିଲାର ୧୫ ଜଣ ସନ୍ଥ କବି ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ମାନିତ କରଯାଇଥିଲା। ସେମାନେ ହେଲେ ବରପାଲିର ଡଃ ସୁରେନ୍ଦ୍ର ମେହେର, କ୍ଷେତ୍ର ମୋହନ ମେହେର, ଭିକାରି ମେହେର, ଦୟାଳୁ ମେହେର, କଳାବତୀ ମେହେର, ସ୍ବରନାଲଟ ମେହେର, ମକରଧଜ ମେହେର, କାପବାରିର ମୁରଲୀ ମେହେର, ଭକ୍ତରାଜ ମେହେର, ଦେବକୀ ମେହେର , ସରସରାର ରୁଷଭ ମେହେର, ଚିଚିଣ୍ଡାର ହରେକୃଷ୍ଣ ମେହେର, କଟପାଲିର ଇଶର ମେହେର, ବରଗଡର ରାମକୃଷ୍ଣ ମେହେର ଏବଂ ଝିଲିମିଣ୍ଡାର ହରିଲାଲ ମେହେର ।

The post ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କଲେ ବରଗଡ଼ର ସରକାରୀ କର୍ମଚାରୀ, ସମ୍ମାନିତ ହେଲେ ଜିଲାର ୧୫ ବୁଣାକାର appeared first on Dharitri Odia News.