ସଂସଦରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଉ ଜଣାଉ ମଞ୍ଜ କଥା କହିଦେଲେ ଅଖିଳେଶ, ସମସ୍ତେ ହୋଇଗଲେ ତାଜୁବ
ନୂଆଦିଲ୍ଲୀ,୨୬।୬: ଲୋକସଭା ବାଚସ୍ପତି ହେବା ପରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏସପି ସଭାପତି ଅଖିଳେଶ ଯାଦବ। ତେବେ ଏହି ସମୟ ମଧ୍ୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଭୁଳି ନାହାନ୍ତି। କଥାରେ କଥାରେ ସେ ମଞ୍ଜ କଥାଟିକୁ କହି ଦେଇଛନ୍ତି। ସେ କହିଛନ୍ତି, ଲୋକସଭା ବାଚସ୍ପତି ଭାବେ ଆପଣ ବିରୋଧୀ ଦଳଙ୍କ ଉପରେ ସର୍ବଦା ନିୟନ୍ତ୍ରଣ ରଖିଛନ୍ତି। କିନ୍ତୁ ଆମେ ଆଶା କରୁଛୁ ଯେ ଶାସକ ଦଳର ଏମପିଙ୍କ ଉପରେ ମଧ୍ୟ ଆପଣଙ୍କର ନିୟନ୍ତ୍ରଣ […] The post ସଂସଦରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଉ ଜଣାଉ ମଞ୍ଜ କଥା କହିଦେଲେ ଅଖିଳେଶ, ସମସ୍ତେ ହୋଇଗଲେ ତାଜୁବ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୬: ଲୋକସଭା ବାଚସ୍ପତି ହେବା ପରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏସପି ସଭାପତି ଅଖିଳେଶ ଯାଦବ। ତେବେ ଏହି ସମୟ ମଧ୍ୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଭୁଳି ନାହାନ୍ତି। କଥାରେ କଥାରେ ସେ ମଞ୍ଜ କଥାଟିକୁ କହି ଦେଇଛନ୍ତି। ସେ କହିଛନ୍ତି, ଲୋକସଭା ବାଚସ୍ପତି ଭାବେ ଆପଣ ବିରୋଧୀ ଦଳଙ୍କ ଉପରେ ସର୍ବଦା ନିୟନ୍ତ୍ରଣ ରଖିଛନ୍ତି। କିନ୍ତୁ ଆମେ ଆଶା କରୁଛୁ ଯେ ଶାସକ ଦଳର ଏମପିଙ୍କ ଉପରେ ମଧ୍ୟ ଆପଣଙ୍କର ନିୟନ୍ତ୍ରଣ ରହିବ।
ଅଖିଳେଶ କହିଛନ୍ତି, ମୁଁ ଲୋକ ସଭା ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଉଛି। ଆପଣ ପୁନର୍ବାର ସ୍ପିକର ଭାବରେ ନିର୍ବାଚିତ ହୋଇଛନ୍ତ। ଆପଣଙ୍କର ୫ ବର୍ଷର ଅଭିଜ୍ଞତା ରହିଛି। ଯେଉଁ ପଦରେ ଆପଣ ବସିଛନ୍ତି, ଏହାର ଗୌରବମୟ ପରମ୍ପରା ରହିଛି। ଭେଦଭାବ ବିନା ଆମେ ଆଗକୁ ବଢିବା ସହ ଲୋକ ସଭାର ବାଚସ୍ପତି ଭାବରେ ଆପଣ ସମସ୍ତ ଦଳ ଏବଂ ଏମପିଙ୍କୁ ସମାନ ସୁଯୋଗ ଦେବେ। ନିରପେକ୍ଷତା ହେଉଛି ଏହି ମହାନ ପଦର ଦାୟିତ୍ୱ। ଆପଣଙ୍କଠାରୁ ଆଶା କରାଯାଏ ଯେ କୌଣସି ଜନସାଧାରଣ ପ୍ରତିନିଧିଙ୍କ ସ୍ବରକୁ ଦମନ କରାଯିବା ଉଚିତ ନୁହେଁ । କିମ୍ବା ବହିଷ୍କାର ପରି କୌଣସି କାର୍ଯ୍ୟର ପୁନରାବୃତ୍ତି ହେବା ଉଚିତ ନୁହେଁ ।
ଆପଣଙ୍କର ନିୟନ୍ତ୍ରଣ ଶାସକ ଦଳ ଉପରେ ମଧ୍ୟ ରହିବା ଉଚିତ। ଆପଣ ଗ୍ରହଣ କରୁଥିବା ପ୍ରତ୍ୟେକ ଠିକ ନିଷ୍ପତ୍ତି ସହିତ ଆମେ ଛିଡା ହୋଇଛୁ ବୋଲି ସେ କହିଛନ୍ତି।
The post ସଂସଦରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଉ ଜଣାଉ ମଞ୍ଜ କଥା କହିଦେଲେ ଅଖିଳେଶ, ସମସ୍ତେ ହୋଇଗଲେ ତାଜୁବ appeared first on Dharitri Odia News.