ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ…

ମୁମ୍ବାଇ/ବେଜିଂ,୧୮।୧୦: ମୁମ୍ବାଇରେ ତାଇୱାନର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର (ଟିଇସିସି)ର ନିକଟରେ ସ୍ଥାପିତ କାର୍ଯ୍ୟାଳୟକୁ ନେଇ ଚାଇନା ଭାରତ ସହ କୂଟନୈତିକ ବିରୋଧ କରିଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ତାଇୱାନ ଚାଇନା ଅଞ୍ଚଳର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେ କହିଛନ୍ତି, ତାଇୱାନ ଏବଂ ଦେଶ ମଧ୍ୟରେ ପାରସ୍ପରିକ ପ୍ରତିନିଧୀ କାର୍ଯ୍ୟାଳୟ ପ୍ରତିଷ୍ଠା ସମେତ କୂଟନୈତିକ ସମ୍ପର୍କ ବଜାୟ ରଖିଥିବା ଚାଇନା ସମସ୍ତ ପ୍ରକାରର ସରକାରୀ ଯୋଗାଯୋଗକୁ ଦୃଢ ଭାବରେ ବିରୋଧ […] The post ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ… appeared first on Dharitri Odia News.

ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ…

ମୁମ୍ବାଇ/ବେଜିଂ,୧୮।୧୦: ମୁମ୍ବାଇରେ ତାଇୱାନର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର (ଟିଇସିସି)ର ନିକଟରେ ସ୍ଥାପିତ କାର୍ଯ୍ୟାଳୟକୁ ନେଇ ଚାଇନା ଭାରତ ସହ କୂଟନୈତିକ ବିରୋଧ କରିଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ତାଇୱାନ ଚାଇନା ଅଞ୍ଚଳର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ସେ କହିଛନ୍ତି, ତାଇୱାନ ଏବଂ ଦେଶ ମଧ୍ୟରେ ପାରସ୍ପରିକ ପ୍ରତିନିଧୀ କାର୍ଯ୍ୟାଳୟ ପ୍ରତିଷ୍ଠା ସମେତ କୂଟନୈତିକ ସମ୍ପର୍କ ବଜାୟ ରଖିଥିବା ଚାଇନା ସମସ୍ତ ପ୍ରକାରର ସରକାରୀ ଯୋଗାଯୋଗକୁ ଦୃଢ ଭାବରେ ବିରୋଧ କରୁଛି। ଆମେ ଭାରତୀୟ ପକ୍ଷ ସହ ଏକ ଗୁରୁତର ବିରୋଧ କରିଛୁ।

ମାଓ କହିଛନ୍ତ, ଏକ ଚାଇନା ନୀତି ଉପରେ ଭାରତୀୟ ପକ୍ଷ ଏକ ଗମ୍ଭୀର ରାଜନ ନୈତିକ ପ୍ରତିଶ୍ରୁତି ଦେଇଛି ଏବଂ ଏହା ଚାଇନା-ଭାରତ ସମ୍ପର୍କ ପାଇଁ ରାଜନୈତିକ ଆଧାର ଭାବରେ କାର୍ଯ୍ୟ କରୁଛି। ଚାଇନା ଭାରତୀୟ ପକ୍ଷକୁ ଦେଇଥିବା ପ୍ରତିଶ୍ରୁତିକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନ ସହ ଜଡିତ ସମସ୍ୟାର ବିଚାର ଏବଂ ଉପଯୁକ୍ତ ସମାଧାନ କରିବାକୁ ଅନୁରୋଧ କରୁଛି। ତାଇୱାନ ସହିତ ଭାରତ କୌଣସି ପ୍ରକାରର ସରକାରୀ ଆଲୋଚନା କରିବା ଉଚିତ୍‌ ନୁହେଁ ଏବଂ ଚାଇନା-ଭାରତ ସମ୍ପର୍କର ଉନ୍ନତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ନାହିଁ।

ଭାରତରେ ଥିବା ଟିଇସିସି ମୁମ୍ବାଇରେ ଏକ ଶାଖା ଖୋଲି ଭାରତରେ ଏହାର କାର୍ଯ୍ୟାଳୟ ସଂଖ୍ୟାକୁ ତିନିକୁ ନେଇଛି। ଟିଇସିସିର ଦିଲ୍ଲୀ ଏବଂ ଚେନ୍ନାଇରେ ମଧ୍ୟ କାର୍ଯ୍ୟାଳୟ ଅଛି।

 

The post ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ… appeared first on Dharitri Odia News.