୧୨ ରାଜ୍ୟକୁ ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ନୂଆଦିଲ୍ଲୀ,୧୩ା୬: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟର ଲୋକମାନେ ପ୍ରବଳ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ଜୁନ୍ ୧୬ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ପ୍ରବଳ ଖରା ହେବା ସହ ଆଉ କିଛି ରାଜ୍ୟରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (ଆଇଏମଡି)। ଜୁନ୍ ୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ହିଟ୍ ଓ୍ବେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ଦକ୍ଷିଣ-ପଶ୍ଚିମ […] The post ୧୨ ରାଜ୍ୟକୁ ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ appeared first on Dharitri Odia News.
ନୂଆଦିଲ୍ଲୀ,୧୩ା୬: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟର ଲୋକମାନେ ପ୍ରବଳ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ଜୁନ୍ ୧୬ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ପ୍ରବଳ ଖରା ହେବା ସହ ଆଉ କିଛି ରାଜ୍ୟରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (ଆଇଏମଡି)।
ଜୁନ୍ ୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ହିଟ୍ ଓ୍ବେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶର ଅନେକ ରାଜ୍ୟରେ ପହଞ୍ଚିଛି। ଜାଣନ୍ତୁ କେଉଁ ରାଜ୍ୟରେ ମୌସୁମୀ ପ୍ରବେଶ କରିଛି ଏବଂ କେବେ ବର୍ଷା ଉତ୍ତର ଭାରତ ସମେତ ଅନ୍ୟ ରାଜ୍ୟରେ ପହଞ୍ଚିବ।
ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ଲୋକମାନେ ଆଶା କରୁଥିଲେ ମୌସୁମୀ ଠିକ୍ ସମୟରେ ରାଜ୍ୟରେ ପ୍ରବେଶ କରିବ, କିନ୍ତୁ ତାହା ହେଲା ନାହିଁ। ଫଳସ୍ବରୂପ, ଏହି ରାଜ୍ୟଗୁଡ଼ିକରେ ମୌସୁମୀ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ। ଏଥିସହିତ ଜୁନ୍ ୨୫ ପରେ ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଆସାମ, ସିକ୍କିମ ସମେତ ୧୨ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
The post ୧୨ ରାଜ୍ୟକୁ ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ appeared first on Dharitri Odia News.