ଟିମ୍ ଇଣ୍ଡିଆକୁ ୧୪୭ରନ୍ର ଟାର୍ଗେଟ
ମୁମ୍ବାଇ,୩।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୩ ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୧୪୬ରନ୍ରେ ଅଲଆଉଟ୍ ହୋଇଛି। ଫଳରେ ଭାରତକୁ ଜିତିବା ଲାଗି ୧୪୭ ରନ୍ର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜାଙ୍କୁ ୫ ଉଇକେଟ ମିଳିଛି। ପ୍ରଥମ ଇନିଂସରେ ମଧ୍ୟ ସେ ୫ ଉଇକେଟ ନେଇଥିଲେ। ତେବେ ଟିମ୍ ଇଣ୍ଡିଆ ଯଦି ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ଲକ୍ଷ୍ୟକୁ ହାସଲ କରିନିଏ ତେବେ ଏହା ଦ୍ୱିତୀୟ ସଫଳ ଚେସ୍ ହେବ। […] The post ଟିମ୍ ଇଣ୍ଡିଆକୁ ୧୪୭ରନ୍ର ଟାର୍ଗେଟ appeared first on Dharitri Odia News.
ମୁମ୍ବାଇ,୩।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୩ ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୧୪୬ରନ୍ରେ ଅଲଆଉଟ୍ ହୋଇଛି। ଫଳରେ ଭାରତକୁ ଜିତିବା ଲାଗି ୧୪୭ ରନ୍ର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜାଙ୍କୁ ୫ ଉଇକେଟ ମିଳିଛି। ପ୍ରଥମ ଇନିଂସରେ ମଧ୍ୟ ସେ ୫ ଉଇକେଟ ନେଇଥିଲେ। ତେବେ ଟିମ୍ ଇଣ୍ଡିଆ ଯଦି ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ଲକ୍ଷ୍ୟକୁ ହାସଲ କରିନିଏ ତେବେ ଏହା ଦ୍ୱିତୀୟ ସଫଳ ଚେସ୍ ହେବ।
ପ୍ରକାଶ ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ୨-୦ରେ ପଛୁଆ ରହିଛି। ଏମିତିରେ ଦଳ ମୁମ୍ବାଇ ଟେଷ୍ଟ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଖେଳିବା ଆଶାକୁ ଉଜ୍ଜିବିତ ରଖିବାକୁ ଚାହୁଁଛି। ଅପରପକ୍ଷେ ନ୍ୟୁଜିଲାଣ୍ଡ ମଧ୍ୟ ଏହାକୁ ଜିତି କ୍ଲିନ୍ ସୁଇପ୍ କରିବାକୁ ଆଶା ରଖିଛି।
The post ଟିମ୍ ଇଣ୍ଡିଆକୁ ୧୪୭ରନ୍ର ଟାର୍ଗେଟ appeared first on Dharitri Odia News.