ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଫୁଲ ଓ ରଙ୍ଗୋଲିରେ ସଜେଇ ହୋଇଥିଲା ଲୋକସେବା ଭବନ। ତେବେ ଗୁରୁବାର ବିଧିବଦ୍ଧ ଭାବେ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି କାର୍ଯ୍ୟ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନରେ ପ୍ରବେଶ କରିଥିଲେ। ଏହା ପରେ କ୍ୟାବିନେଟ୍ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ଲୋକସେବା ଭବନରେ ବିଧିବଦ୍ଧ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଅସ୍ମିତା ସଂରକ୍ଷଣ […] The post ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଫୁଲ ଓ ରଙ୍ଗୋଲିରେ ସଜେଇ ହୋଇଥିଲା ଲୋକସେବା ଭବନ। ତେବେ ଗୁରୁବାର ବିଧିବଦ୍ଧ ଭାବେ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି କାର୍ଯ୍ୟ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନରେ ପ୍ରବେଶ କରିଥିଲେ। ଏହା ପରେ କ୍ୟାବିନେଟ୍ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ।
ଲୋକସେବା ଭବନରେ ବିଧିବଦ୍ଧ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବା ନେଇ ସେ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରାଯିବ।
ଏଥିସହିତ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏକ କମିଶନ ଗଠନ କରାଯିବ। ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତି ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ। ପ୍ରତି ଜିଲାର କଳା ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିଭିନ୍ନ ଐତିହ୍ୟ ପୀଠର ବିକାଶ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବେ। ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ। ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ନ ଥିଲେ। ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି କାର୍ଯ୍ୟ କରୁଥିଲେ। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଥିଲା।
ରାଜ୍ୟ ଅତିଥି ଭବନ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଥିବା ବେଳେ ମୁଖ୍ୟମନ୍ତ୍ରୀ ସେଠାରେ ବସି ବୈଠକ କରୁଥିଲେ। ମାତ୍ର ଗୁରୁବାରଠାରୁ ଲୋକସେବା ଭବନର ତୃତୀୟ ମହଲାରେ ଥିବା କାର୍ଯ୍ୟାଳୟରେ ବସି କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।
The post ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.