ମାଉସୀ ମା’ମନ୍ଦିରରେ ପହଞ୍ଚିଲେ ତିନି ଠାକୁର
ରାଇକିଆ,୭।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ନେତ୍ରୌତ୍ସବ, ନବ ଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା। ପରେ ରଥଯାତ୍ରା ନେଇ ନୀତିକାନ୍ତି ହୋଇଥିଲା। ବିଡ଼ିଓ ସୀମାଞ୍ଚଳ ମଣ୍ଡଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । ମଧ୍ୟାହ୍ନରେ ରଥ ସଂସ୍କାର କାର୍ଯ୍ୟ ଥାନା ଅଧିକାରୀ ଆଶୁତୋଷ ପାଇକରାୟଙ୍କ ଦ୍ୱାରା ହୋଇଥିଲା। ବିଡିଓ ସୀମାଞ୍ଚଳ ଛେରାପହଁରା କରିଥିଲେ। ଅପରାହ୍ନ ୩ଟାରେ ତିନିଠାକୁର ପହଣ୍ଡି ବିଜେ ହୋଇ ରଥ ଉପରେ ବିଜେ […] The post ମାଉସୀ ମା’ମନ୍ଦିରରେ ପହଞ୍ଚିଲେ ତିନି ଠାକୁର appeared first on Dharitri Odia News.
ରାଇକିଆ,୭।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ନେତ୍ରୌତ୍ସବ, ନବ ଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା। ପରେ ରଥଯାତ୍ରା ନେଇ ନୀତିକାନ୍ତି ହୋଇଥିଲା। ବିଡ଼ିଓ ସୀମାଞ୍ଚଳ ମଣ୍ଡଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । ମଧ୍ୟାହ୍ନରେ ରଥ ସଂସ୍କାର କାର୍ଯ୍ୟ ଥାନା ଅଧିକାରୀ ଆଶୁତୋଷ ପାଇକରାୟଙ୍କ ଦ୍ୱାରା ହୋଇଥିଲା। ବିଡିଓ ସୀମାଞ୍ଚଳ ଛେରାପହଁରା କରିଥିଲେ। ଅପରାହ୍ନ ୩ଟାରେ ତିନିଠାକୁର ପହଣ୍ଡି ବିଜେ ହୋଇ ରଥ ଉପରେ ବିଜେ କରିଥିଲେ।
ପ୍ରବଳ ବର୍ଷା ସତ୍ତ୍ୱେ ହଜାରହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହୋଇ ୬ଟାରେ ରଥ ମାଉସୀ ମା‘ ମନ୍ଦିରରେ ପହଞ୍ଚିଥିଲା । ଜଗନ୍ନାଥ ପୂଜା କମିଟି ସଭାପତି ସତ୍ୟବାନ ପାତ୍ର ଏବଂ ସମ୍ପାଦକ ବାଇନାଥ ଦାସଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
The post ମାଉସୀ ମା’ମନ୍ଦିରରେ ପହଞ୍ଚିଲେ ତିନି ଠାକୁର appeared first on Dharitri Odia News.