ନିଜେ ମରି ଆଉ କାହା ଦେହରେ ବଞ୍ଚି ରହିଲେ ଦମୟନ୍ତୀ

ଦମୟନ୍ତୀଙ୍କୁ ବ୍ରେନ୍‌ ଷ୍ଟୋକ୍‌ ହୋଇଥିବାରୁ ଆଇସିୟୁର ଆବଶ୍ୟକତା ପଡ଼ିଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ୧୫ ତାରିଖରୁ ତାଙ୍କୁ ଏମ୍‌ସ ଆଇସିୟୁରେ ଚିକିତ୍ସା ଚାଲିଥିଲା।

ନିଜେ ମରି ଆଉ କାହା ଦେହରେ ବଞ୍ଚି ରହିଲେ ଦମୟନ୍ତୀ

ନବମ ଶ୍ରେଣୀରେ ପଢ଼ୁଥିଲେ। କେତେ କ’ଣ ସ୍ୱପ୍ନ ଦେଖୁଥିଲେ। ହେଲେ ଜୀବନକୁ ଭଲ କରି ଦେଖିବା ପୂର୍ବରୁ ଅଫେରା ପଥରେ ଚାଲିଗଲେ ୧୪ ବର୍ଷର ଝିଅ ଦମୟନ୍ତୀ। ଦୀର୍ଘ ଦିନ ଧରି ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରି ଶେଷରେ ହାରିଗଲେ। ଆଉ ଜନ୍ମ ଦେଇଥିବା ବାପା-ମାଆଙ୍କୁ କନ୍ଦାଇ ଦେଇଗଲେ। ହେଲେ ବଞ୍ଚାଇ ଦେଇଗଲେ ଆଉ କାହା ଜୀବନ।

କେନ୍ଦୁଝର ବରେଇଗୋଡ଼ା ଗାଁର ଦୁଃଖବନ୍ଧୁ ମହାନ୍ତି ଭୁବନେଶ୍ୱରରେ ଅଟୋ ଚଳାଇ ପତ୍ନୀ ବନିତା ଓ ଝିଅ ଦମୟନ୍ତୀଙ୍କ ସହ ରହୁଥିଲେ। ନବମ ଶ୍ରେଣୀରେ ଦମୟନ୍ତୀ ପଢ଼ନ୍ତି। ଆଜକୁ ୫ ମାସ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବେଳେ ତାଙ୍କର କିଡନୀ ସମସ୍ୟା ଥିବା ଜଣାପଡ଼ିଥିଲା। ଏହା ପରେ ଡାକ୍ତରଙ୍କ ପରାମର୍ଶରେ ସେଠାରେ ତାଙ୍କ ଡାଏଲିସିସ୍‌ ଚାଲିଥିଲା। ଗତ ୧୫ ତାରିଖରେ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍କାନିଂ କରିବା ବେଳେ ବ୍ରେନ୍‌ ଷ୍ଟୋକ୍‌ ହୋଇଥିବା ଜଣାପଡ଼ିଥିଲା।

ଦମୟନ୍ତୀଙ୍କୁ ବ୍ରେନ୍‌ ଷ୍ଟୋକ୍‌ ହୋଇଥିବାରୁ ଆଇସିୟୁର ଆବଶ୍ୟକତା ପଡ଼ିଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ୧୫ ତାରିଖରୁ ତାଙ୍କୁ ଏମ୍‌ସ ଆଇସିୟୁରେ ଚିକିତ୍ସା ଚାଲିଥିଲା। ମାତ୍ର ଗତ ୪ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟୁନଥିଲା। ବ୍ରେନ୍‌କୁ ରକ୍ତ ସପ୍ଲାଏ ହେଉନଥିବାରୁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିବ ନାହିଁ ବୋଲି ଜଣାପଡ଼ିଥିଲା। କହିବାକୁ ଗଲେ ଏକ ପ୍ରକାର ଡେଡ୍‌ ହୋଇଯାଇଥିଲା।

ଦମୟନ୍ତୀଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ଜାଣିବା ପରେ ପରିବାର ଲୋକ ଅଙ୍ଗଦାନ କରିବା ପାଇଁ ରାଜି ହୋଇଥିଲେ। ପ୍ରୋଟୋକଲ୍‌ ଅନୁସାରେ ଦମୟନ୍ତୀଙ୍କ ଅପରେଶନ୍‌ କରାଯାଇଥିଲା। ଦମୟନ୍ତୀଙ୍କ ଲିଭର ବା ଯକୃତକୁ ରିଟ୍ରାଇଭ୍‌ କରାଯାଇଥିଲା। ଉକ୍ତ ଲିଭରକୁ ଗ୍ରୀନ୍‌ କରିଡରରେ ଭୁବନେଶ୍ୱର ବିମାନ ବନ୍ଦରକୁ ନିଆଯାଇଥିଲା। ସେଠାରୁ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ୍‌ ଲିଭର ଆଣ୍ଡ ବାଇଲଅରି ସାଇନ୍ସ (ILBS)କୁ ନିଆଯାଇଛି। ଆଜି ରାତିରେ ଜଣଙ୍କ ଦେହରେ ରୋପଣ କରାଯିବ। ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱର ପାଇଁ ଏହା ପ୍ରଥମ ଘଟଣା। ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ ବଞ୍ଚି ରହିବ। ଝିଅକୁ ହରାଇ ତାଙ୍କ ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାଙ୍କ ଲିଭର ଅନ୍ୟ ଜଣଙ୍କୁ ନୂଆ ଜୀବନ ଦେବ ଜାଣି ସେମାନେ ଗର୍ବିତ ବୋଲି ଉଭୟ କହିଛନ୍ତି।