ଡେନମାର୍କର ପ୍ରଥମ ମଙ୍କିପକ୍ସ ଟିକାକୁ WHOର ମଞ୍ଜୁରୀ, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍

ନୂଆଦିଲ୍ଲୀ: ପ୍ରଥମ ମଙ୍କିପକ୍ସ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ । ଡେନମାର୍କ ବାୟୋକେଟ୍ କମ୍ପାନି ବାଭାରିଆନ୍‌ ନର୍ଡିକ୍‌ର ଏମ୍‌ଭିଏ-ବିଏନ୍‌ ଏମ୍‌ପକ୍ସ ଟିକାକୁ ମଞ୍ଜୁରୀ ମିଳିଛି । ଏହି ଟିକାକୁ ୪ ସପ୍ତାହ ବ୍ୟବଧାନରେ ୧୮ବର୍ଷା କିମ୍ବା ଉର୍ଦ୍ଧ୍ବ ରୋଗୀଙ୍କୁ ଦୁଇଟି ଡୋଜ୍ ଦିଆଯିବ । ଆଫ୍ରିକୀୟ ଦେଶଗୁଡ଼ିକରେ ବହୁଳ ଭାବେ ବ୍ୟାପିବାରେ ଲାଗିଛି ମାରାତ୍ମକ ମଙ୍କିପକ୍ସ । ଏହାକୁ ରୋକିବା ଲାଗି ଡବ୍ଲ୍ୟୁଏଚ୍‌ଓ ଡେନ୍‌ମାର୍କର ବାୟୋଟେକ୍‌ କମ୍ପାନୀ ବାଭାରିଆନ୍‌ ନର୍ଡିକ୍‌ର ଏମ୍‌ଭିଏ-ବିଏନ୍‌ ଏମ୍‌ପକ୍ସ ଟିକାକୁ ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛି । ଏହା ମଙ୍କିପକ୍ସ ନିରୋଧୀ ପ୍ରଥମ ଟିକା ଭାବେ ଡବ୍ଲ୍ୟୁଏଚ୍‌ଓର ତାଲିକାରେ ସାମିଲ ହୋଇଛି । ଏମ୍‌ପକ୍ସ ବିରୋଧରେ ଏହି ଟିକାର ପ୍ରିକ୍ୱାଲିଫିକେସନ ଆଫ୍ରିକା ଏବଂ ଅନ୍ୟ ଦେଶଗୁଡ଼ିକରେ ଥିବା ସଂକ୍ରମଣ ବିରୋଧରେ ଲଢ଼େଇକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଦେଖାଇବ ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍‌ ଅଧୋନମ୍‌ କହିଛନ୍ତି । ଏବେ ଟିକାର ବଡ଼ ମାତ୍ରାରେ ଉତ୍ପାଦନ ଏବଂ ସମାନ ଭାବେ ବଣ୍ଟନକୁ  ସୁନିଶ୍ଚିତ କରିବାକୁ ପଡ଼ିବ । ବିଶେଷକରି ବହୁଳ  ସଂକ୍ରମଣ ଥିବା ଦେଶଗୁଡ଼ିକୁ ଏହାକୁ ପ୍ରାଥମକିତା ଭିତ୍ତିରେ ପ୍ରଦାନ କରାଯିବା ଜରୁରି ବୋଲି ସେ ପ୍ରକାଶ କରିଛନ୍ତି । ଡବ୍ଲ୍ୟୁଏଚ୍‌ଓ ଅନୁସାରେ, ୧୮ ବର୍ଷ କିମ୍ବା ଅଧିକ ବୟସର ଲୋକଙ୍କୁ ଏହି  ଟିକା ଦିଆଯାଇପାରିବ । ୪ ସପ୍

ଡେନମାର୍କର ପ୍ରଥମ ମଙ୍କିପକ୍ସ ଟିକାକୁ WHOର ମଞ୍ଜୁରୀ, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍

ନୂଆଦିଲ୍ଲୀ: ପ୍ରଥମ ମଙ୍କିପକ୍ସ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ । ଡେନମାର୍କ ବାୟୋକେଟ୍ କମ୍ପାନି ବାଭାରିଆନ୍‌ ନର୍ଡିକ୍‌ର ଏମ୍‌ଭିଏ-ବିଏନ୍‌ ଏମ୍‌ପକ୍ସ ଟିକାକୁ ମଞ୍ଜୁରୀ ମିଳିଛି । ଏହି ଟିକାକୁ ୪ ସପ୍ତାହ ବ୍ୟବଧାନରେ ୧୮ବର୍ଷା କିମ୍ବା ଉର୍ଦ୍ଧ୍ବ ରୋଗୀଙ୍କୁ ଦୁଇଟି ଡୋଜ୍ ଦିଆଯିବ । 

ଆଫ୍ରିକୀୟ ଦେଶଗୁଡ଼ିକରେ ବହୁଳ ଭାବେ ବ୍ୟାପିବାରେ ଲାଗିଛି ମାରାତ୍ମକ ମଙ୍କିପକ୍ସ । ଏହାକୁ ରୋକିବା ଲାଗି ଡବ୍ଲ୍ୟୁଏଚ୍‌ଓ ଡେନ୍‌ମାର୍କର ବାୟୋଟେକ୍‌ କମ୍ପାନୀ ବାଭାରିଆନ୍‌ ନର୍ଡିକ୍‌ର ଏମ୍‌ଭିଏ-ବିଏନ୍‌ ଏମ୍‌ପକ୍ସ ଟିକାକୁ ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛି । ଏହା ମଙ୍କିପକ୍ସ ନିରୋଧୀ ପ୍ରଥମ ଟିକା ଭାବେ ଡବ୍ଲ୍ୟୁଏଚ୍‌ଓର ତାଲିକାରେ ସାମିଲ ହୋଇଛି । ଏମ୍‌ପକ୍ସ ବିରୋଧରେ ଏହି ଟିକାର ପ୍ରିକ୍ୱାଲିଫିକେସନ ଆଫ୍ରିକା ଏବଂ ଅନ୍ୟ ଦେଶଗୁଡ଼ିକରେ ଥିବା ସଂକ୍ରମଣ ବିରୋଧରେ ଲଢ଼େଇକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଦେଖାଇବ ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍‌ ଅଧୋନମ୍‌ କହିଛନ୍ତି । ଏବେ ଟିକାର ବଡ଼ ମାତ୍ରାରେ ଉତ୍ପାଦନ ଏବଂ ସମାନ ଭାବେ ବଣ୍ଟନକୁ  ସୁନିଶ୍ଚିତ କରିବାକୁ ପଡ଼ିବ । ବିଶେଷକରି ବହୁଳ  ସଂକ୍ରମଣ ଥିବା ଦେଶଗୁଡ଼ିକୁ ଏହାକୁ ପ୍ରାଥମକିତା ଭିତ୍ତିରେ ପ୍ରଦାନ କରାଯିବା ଜରୁରି ବୋଲି ସେ ପ୍ରକାଶ କରିଛନ୍ତି । 

ଡବ୍ଲ୍ୟୁଏଚ୍‌ଓ ଅନୁସାରେ, ୧୮ ବର୍ଷ କିମ୍ବା ଅଧିକ ବୟସର ଲୋକଙ୍କୁ ଏହି  ଟିକା ଦିଆଯାଇପାରିବ । ୪ ସପ୍ତାହ ବ୍ୟବଧାନରେ ଦୁଇଟି ଡୋଜ୍‌ ନେବାକୁ ପଡ଼ିବ । ଟିକାକୁ   ୮ ସପ୍ତାହ ପାଇଁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଗଚ୍ଛିତ ରଖାଯାଇପାରିବ । ୧୮ ବର୍ଷରୁ କମ୍‌ ବୟସର ଲୋକଙ୍କୁ ଟିକା ନେବାକୁ ଅନୁମତି ନ ଥିଲେ ହେଁ ଆବଶ୍ୟକ ସ୍ଥଳେ ଶିଶୁ ତଥା ପିଲାଙ୍କୁ  ଦିଆଯାଇପାରିବ । ଏହାର ସିଙ୍ଗିଲ୍‌ ଡୋଜ୍‌ ୭୬% ପର୍ଯ୍ୟନ୍ତ ପ୍ରଭାବୀ । ଦୁଇଟି ଡୋଜ୍‌ର ପ୍ରଭାବ ୮୦% ରୁ ଉର୍ଦ୍ଧ୍ବ ରହିବ । ଆମେରିକାରେ ବାଭାରିଆନ୍‌ ନର୍ଡିକ୍‌ ଭାକ୍ସିନ୍‌ ଜିନେଓସ୍‌ ଭାବେ ମଧ୍ୟ ଜଣା,   ଯାହା କି ପୂର୍ବରୁ ବସନ୍ତ ରୋଗ ଲାଗି ମଞ୍ଜୁରି ପାଇଥିଲା । ଏକମାତ୍ର ନନ୍‌-ରିପ୍ଲିକେଟିଂ ଏମ୍‌ପକ୍ସ ଭାକ୍ସିନ୍‌ ଭାବେ ଏହା ଆମେରିକା, ସୁଇଜରଲାଣ୍ଡ୍‌, ସିଙ୍ଗାପୁର ଏବଂ କାନାଡା,   ୟୁଏ/ଇଏଏ, ବ୍ରିଟେନରେ ଅନୁମତି ପାଇଥିଲା । 

ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋରେ ବ୍ୟାପକ ଭାବେ ସଂକ୍ରମଣ  ବ୍ୟାପିବା ପରେ ଗତ ଅଗଷ୍ଟ ୧୪ରେ ମଙ୍କିପକ୍ସକୁ  ବୈଶ୍ୱିକ ସଙ୍କଟ ଘୋଷଣା କରାଯାଇଥିଲା । ୨୦୨୨  ପରଠାରୁ ଅଦ୍ୟାବଧି ୧୨୦ ଦେଶରେ ୧ ଲକ୍ଷ ୩  ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  କେବଳ ୨୦୨୪ରେ ୨୫ ହଜାରରୁ ଉର୍ଦ୍ଧ୍ବ ମାମଲା ରହିଛି । ଆଫ୍ରିକୀୟ ଦେଶରେ ଚଳିତ ବର୍ଷ ଏହି   ରୋଗରେ ଅନ୍ୟୁନ ୭୨୩ ଜଣଙ୍କ ମୃତ୍ୟୁ ଘଟିଲାଣି ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି ।