ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୯ ହାର୍ଡକୋର୍ ମାଓବାଦୀ
ସୁକମା(ଛତିଶଗଡ଼),୧୧।୧: ଛତିଶଗଡ଼ ସୁକମାରେ ୯ଜଣ ହାର୍ଡକୋର୍ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଛନ୍ତି। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ଜଣ ମାଓବାଦୀଙ୍କ ନାଁରେ ୪୩ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲ । ସୂଚନା ଯୋଗ୍ୟ, କିଛି ଦିନ ତଳେ ଛତିଶଗଡ଼ର ବିଜାପୁର ଜିଲାରେ ଯବାନମାନେ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍ଜି)ର […] The post ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୯ ହାର୍ଡକୋର୍ ମାଓବାଦୀ appeared first on Dharitri Odia News.
ସୁକମା(ଛତିଶଗଡ଼),୧୧।୧: ଛତିଶଗଡ଼ ସୁକମାରେ ୯ଜଣ ହାର୍ଡକୋର୍ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଛନ୍ତି। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ଜଣ ମାଓବାଦୀଙ୍କ ନାଁରେ ୪୩ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲ ।
ସୂଚନା ଯୋଗ୍ୟ, କିଛି ଦିନ ତଳେ ଛତିଶଗଡ଼ର ବିଜାପୁର ଜିଲାରେ ଯବାନମାନେ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍ଜି)ର ୮ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଗତ ୨ ବର୍ଷ ମଧ୍ୟରେ ମାଓବାଦୀମାନଙ୍କ ଛତିଶଗଡ଼ରେ ଏହା ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।
ଅନ୍ୟପକ୍ଷେ ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୮ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାହିଛନ୍ତି।୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବା ପ୍ରତିଜ୍ଞାକୁ ସେ ଦୋହରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ୯ଜଣ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିବା ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।
The post ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୯ ହାର୍ଡକୋର୍ ମାଓବାଦୀ appeared first on Dharitri Odia News.