ଓଲଟିଲା ବିଲାତି ବୋଝେଇ ଟ୍ରକ: ବୋହିନେଲେ ଲୋକେ
କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ନିକଟରେ ଏନଏଚ ୪୯ରେ ଆଜି ଏକ ବିଲାତି ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଚାଳକ ଆହତ ହୋଇଥିବାବେଳେ ବିଲାତି ଥିବା ଟ୍ରେ ଗୁଡ଼ିକ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି। ଟ୍ରକ ଓଲଟି ପଡିବାରୁ ବହୁ ବିଲାତି ତଳେ ପଡି ନଷ୍ଟ ହୋଇ ଯାଇଛି। ଆଖପାଖ ଲୋକ ମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରିଥିବା ବେଳେ କେତେକ ବିଲାତି ଗୋଟାଇ ଘରକୁ ନେଇ ଯାଇଛନ୍ତି। […] The post ଓଲଟିଲା ବିଲାତି ବୋଝେଇ ଟ୍ରକ: ବୋହିନେଲେ ଲୋକେ appeared first on Dharitri Odia News.
କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ନିକଟରେ ଏନଏଚ ୪୯ରେ ଆଜି ଏକ ବିଲାତି ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଚାଳକ ଆହତ ହୋଇଥିବାବେଳେ ବିଲାତି ଥିବା ଟ୍ରେ ଗୁଡ଼ିକ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି। ଟ୍ରକ ଓଲଟି ପଡିବାରୁ ବହୁ ବିଲାତି ତଳେ ପଡି ନଷ୍ଟ ହୋଇ ଯାଇଛି। ଆଖପାଖ ଲୋକ ମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରିଥିବା ବେଳେ କେତେକ ବିଲାତି ଗୋଟାଇ ଘରକୁ ନେଇ ଯାଇଛନ୍ତି। ବେପାରୀ ମାନେ ମଧ୍ୟ ଏହାକୁ ନେଇ ବିକ୍ରି କରିଛନ୍ତି। ବର୍ତ୍ତମାନ ବିଲାତି ଦାମ ଅଧିକ ଥିବା ବେଳେ ଏଭଳି ଘଟଣା ପରେ ବିଲାତି ଦାମ କିଛି ସମୟ ପାଇଁ କମିଯାଇଛି।
The post ଓଲଟିଲା ବିଲାତି ବୋଝେଇ ଟ୍ରକ: ବୋହିନେଲେ ଲୋକେ appeared first on Dharitri Odia News.