ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏସବୁ, ମାନସିକ ସ୍ଥିତି ରହିବ ସୁଦୃଢ଼

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ବ୍ରେକ୍‌ଫାଷ୍ଟ ଖାଆନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କେତେକାଂଶରେ ବୃଦ୍ଧି ପାଇଥାଏ। ପ୍ରଥମ କଥା ହେଲା ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ ତାହା ନର୍ଦ୍ଧାରଣ କରନ୍ତୁ। ହାଲୁକା ଖାଦ୍ୟକୁ ବ୍ରେକଫାଷ୍ଟ ଖାଦ୍ୟତାଲିକାରେ ସାମିଲ୍‌ କରନ୍ତୁ। ପ୍ରତିଦିନ ବ୍ରେକ୍‌ଫାଷ୍ଟରେ […] The post ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏସବୁ, ମାନସିକ ସ୍ଥିତି ରହିବ ସୁଦୃଢ଼ appeared first on Dharitri Odia News.

ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏସବୁ, ମାନସିକ ସ୍ଥିତି ରହିବ ସୁଦୃଢ଼

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ବ୍ରେକ୍‌ଫାଷ୍ଟ ଖାଆନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କେତେକାଂଶରେ ବୃଦ୍ଧି ପାଇଥାଏ। ପ୍ରଥମ କଥା ହେଲା ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ ତାହା ନର୍ଦ୍ଧାରଣ କରନ୍ତୁ। ହାଲୁକା ଖାଦ୍ୟକୁ ବ୍ରେକଫାଷ୍ଟ ଖାଦ୍ୟତାଲିକାରେ ସାମିଲ୍‌ କରନ୍ତୁ। ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଜୁସ୍‌ ପିଅନ୍ତୁ, କାରଣ ଏଥିରେ କ୍ୟାଲୋରୀ ଭରି ରହିଛି। ଏହି ସମୟରେ ଏପରି ଖାଦ୍ୟ ଆଦୌ ଖଆନ୍ତୁ ନାହିଁ, ଯେପରି ଆପଣଙ୍କୁ ଦିନତମାମ ଭାରି ଭାରି ଲାଗିବ। ସକାଳୁ ଖାଲି ପେଟରେ ତେଲଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ, ତେଣୁ ଏଥିରେ ଏପରି ଖାଦ୍ୟ ସାମିଲ କରନ୍ତୁ, ଯାହା ମନକୁ ଖୁସି ରଖିବା ସହ ମାନସିକତାକୁ ସୁସ୍ଥ ରଖିବାରେ ସହାୟକ ହେବ ଓ ସକାରାତ୍ମକ ଭାବନା ସୃଷ୍ଟି କରିବ। ଯଦି ପ୍ରତିଦିନ ଆପଣ ବ୍ୟାୟାମ କରୁଛନ୍ତି ତେବେ କିଛି ସମୟ ପରେ ହିଁ ବ୍ରେକ୍‌ଫାଷ୍ଟ କରନ୍ତୁ। ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ତଟକା ଫଳମୂଳ ଖାଆନ୍ତୁ। ଏହାବ୍ୟତୀତ ବ୍ରେଡ, ବିସ୍କୁଟ ମଧ୍ୟ ଖାଇପାରିବେ।

The post ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏସବୁ, ମାନସିକ ସ୍ଥିତି ରହିବ ସୁଦୃଢ଼ appeared first on Dharitri Odia News.