ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ଉପରେ ସୁନେତ୍ରାଙ୍କ ଆଖି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଏନ୍‌ସିପି ରାଜ୍ୟସଭା ପ୍ରାର୍ଥୀ ଚୟନ କରିଛି। ଜୁନ ୨୬ ରାଜ୍ୟସଭା ପାଇଁ ନିର୍ବାଚନ ହେବ। ସୁନେତ୍ର ନିର୍ବିରୋଧ ଭାବେ ନିର୍ବାଚିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ସୁନେତ୍ରା ରାଜ୍ୟସଭା ସାଂସଦ ହୋଇ ନଥିଲେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବାକୁ ତାଙ୍କ ନଜର ରହିଲାଣି। ଏନେଇ ସେ ମିଡିଆରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।  ସୁନେତ୍ରା କହିଛନ୍ତି “ଯଦି କେନ୍ଦ୍ର ସରକାରରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ମୋତେ ସୁଯୋଗ ମିଳିଲା ତେବେ ମୁଁ ଏହି ଦାୟିତ୍ୱ ନେବି। ମୋତେ ଯେଉଁ ମନ୍ତ୍ରଣାଳୟ ଦିଆଯିବ ମୁଁ ସେହି ଦାୟିତ୍ୱକୁ ଭଲଭାବରେ ନିର୍ବାହ କରିବି।”ସୂଚନା ଥାଉକି ସୁନେତ୍ରା ୨୦୨୪ ଲୋକସଭା ନିର୍ବାଚନ ବାରାମତି ଆସନରୁ ନିର୍ବାଚନ ଲଢ଼ିଥିଲେ। ଏଥିରେ ନଣଦ ସୁପ୍ରିୟା ସୁଲେ ତାଙ୍କୁ ପରାସ୍ତ କରିଥିଲେ। ଲୋକସଭା ନିର୍ବାଚନ ହାରିବା ପରେ ଶୁକ୍ରବାର ଏନ୍‌ସିପି ସୁନେତ୍ରାଙ୍କୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ମନୋନୀତ କରିଛି। ଏନେଇ ଜୁନ ୧୮ ତାରିଖରେ ଏନ୍‌ସିପି ପ୍ରବକ୍ତା ସଞ୍ଜୟ ଟାଟ୍‌କାରେ କହିଛନ୍ତି ଯେ ସୁନେତ୍ରୀ ନିର୍ବିରୋଧୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେବେ।  ଏହାପରେ ସୁନେତ୍ରା କହିଛନ୍ତି ଯେ ଏନ୍‌ସିପି କର୍ମୀଙ୍କ ମଧ୍ୟରେ ଥିବା ଉତ୍ସାହ ତାଙ୍କୁ ବଳ ଦେଇଛି। ଲୋକସଭା ନିର୍ବାଚନ ପ୍ରଚାର ସମୟ

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ଉପରେ ସୁନେତ୍ରାଙ୍କ ଆଖି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଏନ୍‌ସିପି ରାଜ୍ୟସଭା ପ୍ରାର୍ଥୀ ଚୟନ କରିଛି। ଜୁନ ୨୬ ରାଜ୍ୟସଭା ପାଇଁ ନିର୍ବାଚନ ହେବ। ସୁନେତ୍ର ନିର୍ବିରୋଧ ଭାବେ ନିର୍ବାଚିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ସୁନେତ୍ରା ରାଜ୍ୟସଭା ସାଂସଦ ହୋଇ ନଥିଲେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବାକୁ ତାଙ୍କ ନଜର ରହିଲାଣି। ଏନେଇ ସେ ମିଡିଆରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।  

ସୁନେତ୍ରା କହିଛନ୍ତି “ଯଦି କେନ୍ଦ୍ର ସରକାରରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ମୋତେ ସୁଯୋଗ ମିଳିଲା ତେବେ ମୁଁ ଏହି ଦାୟିତ୍ୱ ନେବି। ମୋତେ ଯେଉଁ ମନ୍ତ୍ରଣାଳୟ ଦିଆଯିବ ମୁଁ ସେହି ଦାୟିତ୍ୱକୁ ଭଲଭାବରେ ନିର୍ବାହ କରିବି।”

ସୂଚନା ଥାଉକି ସୁନେତ୍ରା ୨୦୨୪ ଲୋକସଭା ନିର୍ବାଚନ ବାରାମତି ଆସନରୁ ନିର୍ବାଚନ ଲଢ଼ିଥିଲେ। ଏଥିରେ ନଣଦ ସୁପ୍ରିୟା ସୁଲେ ତାଙ୍କୁ ପରାସ୍ତ କରିଥିଲେ। ଲୋକସଭା ନିର୍ବାଚନ ହାରିବା ପରେ ଶୁକ୍ରବାର ଏନ୍‌ସିପି ସୁନେତ୍ରାଙ୍କୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ମନୋନୀତ କରିଛି। ଏନେଇ ଜୁନ ୧୮ ତାରିଖରେ ଏନ୍‌ସିପି ପ୍ରବକ୍ତା ସଞ୍ଜୟ ଟାଟ୍‌କାରେ କହିଛନ୍ତି ଯେ ସୁନେତ୍ରୀ ନିର୍ବିରୋଧୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେବେ।  

ଏହାପରେ ସୁନେତ୍ରା କହିଛନ୍ତି ଯେ ଏନ୍‌ସିପି କର୍ମୀଙ୍କ ମଧ୍ୟରେ ଥିବା ଉତ୍ସାହ ତାଙ୍କୁ ବଳ ଦେଇଛି। ଲୋକସଭା ନିର୍ବାଚନ ପ୍ରଚାର ସମୟରେ ନାଗରିକଙ୍କ ସହ ଆଲୋଚନା କରି ସେମାନେ ସାମ୍ନା କରୁଥିବା ସମସ୍ୟା ବିଷୟରେ ଜାଣିବାକୁ ପାଇଛି। ବର୍ତ୍ତମାନ ସାଂସଦ ହେଲେ ମୁଁ ସେହିସବୁ ସମସ୍ୟା ଦୂର କରିବି। ବାରାମତିରେ ଯେଉଁଭଳି ବିକାଶ ହୋଇଛି ସେହିପରି ଅନ୍ୟ ସହରରେ ବି ବିକାଶମୂଳକ କାର୍ଯ୍ୟ କରିବାକୁ ଚେଷ୍ଟା କରିବି ବୋଲି ସୁନେତ୍ରା କହିଛନ୍ତି। 

 ତେବେ ଲୋକସଭା ନିର୍ବାଚନରେ ତାଙ୍କର କାହିଁକି ପରାଜୟ ହେଲା ଦଳ ତାର ବିଶ୍ଲେଷଣ କରୁଛି ବୋଲି ସୁନେତ୍ରା କହିଛନ୍ତି। କହି ରଖୁଛୁ ଯେ ସୁନେତ୍ରୀ ୨୦୨୪ ଲୋକସଭା ନିର୍ବାଚନରେ ନଣଦ ସୁପ୍ରିୟାଙ୍କ ଠାରୁ ୧.୫୫ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏହାପରେ ନଣଦ ଓ ଭାଉଜଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ନିର୍ବାଚ ଜିତିବା ପରେ ସୁନେତ୍ରା ସୁପ୍ରିୟାଙ୍କୁ ବଧେଇ ଜଣାଇ ନଥିଲେ କି ତାଙ୍କ ମେସେଜ୍‌ର ଉତ୍ତର ଦେଇ ନଥିଲେ ବୋଲି ନିଜେ ସୁପ୍ରିୟା ଦି ଇଣ୍ଡିଆନ ଏକ୍ସପ୍ରେସ୍‌କୁ ପ୍ରତିକ୍ରିୟା ଦେଇ କହିଥିଲେ।