ଦୈନିକ ଆସିବ ୧ ଲକ୍ଷ ମେଟ୍ରିକ ଟନ୍: ନରମିଲେ ମମତା, ବ୍ୟବସାୟୀ ଖୁସି

ଭୋଗରାଇ, ୨୦।୮ ( ପ୍ରଦୀପ ଦାସ ): ଦୀର୍ଘ ମାସେଧରି ପଶ୍ଚିମବଙ୍ଗ ସରକାର ଓଡିଶା ସମେତ ଭିନ୍ନ ରାଜ୍ୟକୁ ଆଳୁରପ୍ତାନି କଟକଣା ଲଗାଇବା ପରେ ମଙ୍ଗଳବାର ନିଷେଧାଜ୍ଞା ପରଦା ହଟାଇଛନ୍ତି। ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଘନ ଘନ ସରକାରଙ୍କ ଉପରେ ଚାପ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିବେଦନ ଓ ନିଜରାଜ୍ୟରେ ଆର. ଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟାରେ ଚିନ୍ତିତ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ନରମୀ […] The post ଦୈନିକ ଆସିବ ୧ ଲକ୍ଷ ମେଟ୍ରିକ ଟନ୍: ନରମିଲେ ମମତା, ବ୍ୟବସାୟୀ ଖୁସି appeared first on Dharitri Odia News.

ଦୈନିକ ଆସିବ ୧ ଲକ୍ଷ ମେଟ୍ରିକ ଟନ୍: ନରମିଲେ ମମତା, ବ୍ୟବସାୟୀ ଖୁସି

ଭୋଗରାଇ, ୨୦।୮ ( ପ୍ରଦୀପ ଦାସ ): ଦୀର୍ଘ ମାସେଧରି ପଶ୍ଚିମବଙ୍ଗ ସରକାର ଓଡିଶା ସମେତ ଭିନ୍ନ ରାଜ୍ୟକୁ ଆଳୁରପ୍ତାନି କଟକଣା ଲଗାଇବା ପରେ ମଙ୍ଗଳବାର ନିଷେଧାଜ୍ଞା ପରଦା ହଟାଇଛନ୍ତି। ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଘନ ଘନ ସରକାରଙ୍କ ଉପରେ ଚାପ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିବେଦନ ଓ ନିଜରାଜ୍ୟରେ ଆର. ଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟାରେ ଚିନ୍ତିତ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ନରମୀ ବାକୁ ବାଧ୍ୟ୍ୟ ହୋଇଛନ୍ତି।

ମଙ୍ଗଳବାର ଅପରାହ୍ନରେ କଲକାତା ନବାନ୍ନରେ ପ୍ରଗତିଶୀଳ ଆଳୁବ୍ୟବସାୟୀ ସମିତି, ଶୀତଳ ଭଣ୍ଡାରର ମାଲିକ, ଟାସ୍କ ଫୋର୍ସ ଏବଂ ପଶ୍ଚିମବଙ୍ଗ କୃଷିବିପଣୀ ମନ୍ତ୍ରୀ ବିଚାରାମ ମାନ୍ନା, ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ମଜୁମଦାର, ମୁଖ୍ୟ ଶାସନ ସଚିବ ବି.ପି ଗୋପାଳିକାଙ୍କ ସହ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଦୀର୍ଘ ସମୟ ଆଲୋଚନା ଓ ପର୍ଯ୍ୟାଲୋଚନା କରି ଓଡିଶାକୁ ଆଳୁ ରପ୍ତାନି ନେଇଁ ସବୁଜ ସଂକେତ ଦେଇଛନ୍ତି।

ତେବେ ଏହି ଘୋଷଣାରେ ମୁଖ୍ୟମନ୍ତ୍ରୀ କେଁ ରଖିଛନ୍ତି। ନିଜ ରାଜ୍ୟରେ ୭ ଦିନ ମଧ୍ୟରେ ଆଳୁର ବଜାରଦର ନିୟନ୍ତ୍ରଣ ରହିଲେ ଓଡିଶାକୁ ଆଳୁ ରପ୍ତାନି ସ୍ୱାଭାବିକ ହେବ ବୋଲି କହିଛନ୍ତି। ଏହି ଘୋଷଣା ହେବାପରେ ବଙ୍ଗୀୟ ଏବଂ ଓଡିଶା ଆଳୁବ୍ୟବସାୟୀ ମାନେ ଖୁସିବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ, ମାସେଧରି ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁରପ୍ତାନିପାଇଁ କଟକଣା ଲଗାଇଥିବାବେଳେ ଓଡ଼ିଶାରେ ଆଳୁର ସଙ୍କଟ ଦେଖାଦେଇଥିଲା। ଓଡ଼ିଶାକୁ ଗଳାବାଟଦେଇ ଦେଇ ଲୁଚା ଛପାରେ ଆଳୁ ଆସୁଥିବା ବେଳେ ବିଭିନ୍ନ ଜିଲାରେ ଆଳୁ କେଜିପ୍ରତି 50 ଟଙ୍କାରୁ 70 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏଭଳି ସ୍ଥିତିରେ ଓଡିଶା ସରକାର ୟୁପିରୁ ଆଳୁ ଆଣିବା ନେଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସହିତ ଆଲୋଚନା କରିଥିବା ଘୋଷଣା କରିଥିଲେ। ୟୁପି ଆଳୁ ବ୍ୟବସାୟୀ ଓ ଖାଉଟିଙ୍କ ପସନ୍ଦ ନଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓଡିଶାକୁ ଆଳୁରପ୍ତାନି ଘୋଷଣା ବ୍ୟବସାୟୀ ଓ ଖାଉଟିଙ୍କୁ ଖୁସି ଆଣିଦେଇଛି।

ଓଡିଶାକୁ ଦୈନିକ ୧ ଲକ୍ଷ ମେଟ୍ରିକ ଟନ ଆଳୁ ରପ୍ତାନି କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାର ବଙ୍ଗୀୟ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ମହାସଚିବ ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସ୍ୱତନ୍ତ୍ର ଭାବେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଫୋନ କରିଥିଲେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କ ଫୋନ ରିସିଭ କରିନଥିବାର ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଆଳୁ ରପ୍ତାନି କଟକଣା ହଟିବାପରେ ଓଡ଼ିଶାରେ ଆଳୁର ସଙ୍କଟ ଦୂର ହୋଇଥିବାର କୁହାଯାଉଛି।

The post ଦୈନିକ ଆସିବ ୧ ଲକ୍ଷ ମେଟ୍ରିକ ଟନ୍: ନରମିଲେ ମମତା, ବ୍ୟବସାୟୀ ଖୁସି appeared first on Dharitri Odia News.