ଆବାସିକ ବିଦ୍ୟାଳୟରେ ବ୍ୟାପୁଛି ମ୍ୟାଲେରିଆ
ରାୟଗଡ଼ା,୮।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଡିପ୍ଥେରିଆ ସଂକ୍ରମଣ ଭୟ ମନରୁ ଲିଭି ନ ଥିବାବେଳେ ଏବେ ମ୍ୟାଲେରିଆ ଏବଂ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଜିଲାର ସମସ୍ତ ବ୍ଲକ୍ରେ ମ୍ୟାଲେରିଆ ଏକ ପ୍ରକାର କାୟାବିସ୍ତାର କରିବାରେ ଲାଗିଛି । ବିଶେଷକରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀଛାତ୍ର ସ୍କୁଲକୁ ଫେରିଥିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ […] The post ଆବାସିକ ବିଦ୍ୟାଳୟରେ ବ୍ୟାପୁଛି ମ୍ୟାଲେରିଆ appeared first on Dharitri Odia News.
ରାୟଗଡ଼ା,୮।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଡିପ୍ଥେରିଆ ସଂକ୍ରମଣ ଭୟ ମନରୁ ଲିଭି ନ ଥିବାବେଳେ ଏବେ ମ୍ୟାଲେରିଆ ଏବଂ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଜିଲାର ସମସ୍ତ ବ୍ଲକ୍ରେ ମ୍ୟାଲେରିଆ ଏକ ପ୍ରକାର କାୟାବିସ୍ତାର କରିବାରେ ଲାଗିଛି । ବିଶେଷକରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀଛାତ୍ର ସ୍କୁଲକୁ ଫେରିଥିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ୧୧ଟି ବ୍ଲକ୍ର ସମସ୍ତ ସ୍କୁଲରେ ପିଲାଙ୍କ ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ପାଇଁ ଜିଲା ମଙ୍ଗଳ ଅଧିକାରୀ ଗତ ୨ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି କରିଥିଲେ। ଉକ୍ତ ଚିଠିକୁ ଭିତ୍ତିକରି ଜିଲା ମଙ୍ଗଳ ବିଭାଗ ପକ୍ଷରୁ ବର୍ତ୍ତମାନ ଜିଲାର ସମସ୍ତ ସ୍କୁଲ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସମେତ ସମସ୍ତ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ସ୍ବାସ୍ଥ୍ୟ ବିଭାଗ। ମେଡିକାଲ ଟିମ୍ ପ୍ରତ୍ୟେକ ସ୍କୁଲକୁ ଯାଇ ଛାତ୍ରୀଛାତ୍ରଙ୍କ ରକ୍ତ ନମୁନା ପରୀକ୍ଷା କରୁଥିବା ସ୍ବାସ୍ଥ୍ୟ ବିଭାଗ ଓ ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ପ୍ରକାରେ, କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ବେଲକଣା ଏବଂ ତଳ ଅଞ୍ଚଳବାଡ଼ିରେ ଥିବା ଆବାସିକ ଆଶ୍ରମ ବିଦ୍ୟାଳୟରେ ଥିବା ୨୩୦ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ରକ୍ତ ନମୁନା ସଂଗ୍ରହକରି ପରୀକ୍ଷଣ କରାଯାଇଥିଲା। ୧୦୩ ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ରହିଥିବା ଜଣାପଡିଛି। ସେଥିମଧ୍ୟରୁ ୧୫ ଜଣଙ୍କୁ ଜ୍ୱର ହୋଇଥିବା ବେଳେ ମ୍ୟାଲେରିଆ ଆକ୍ରାନ୍ତ ଲକ୍ଷଣ ଦେଖାଯାଇଛି। ବଳକା ଛାତ୍ରୀଛାତ୍ରଙ୍କୁ ଜ୍ୱର ଓ ଅନ୍ୟ କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ମଧ୍ୟ ରକ୍ତ ପରୀକ୍ଷାରେ ମ୍ୟାଲେରିଆ ବାହାରିଥିବା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବିଦ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ କରିବା ପରେ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ପ୍ରକାରେ ଗତ ବର୍ଷ ୨୨୨୬ ଛାତ୍ରୀଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ଥିଲେ। ତେବେ ମ୍ୟାଲେରିଆ ଜଣାପଡିବା ପରେ ବର୍ତ୍ତମାନ ସମସ୍ତଙ୍କୁ ମ୍ୟାଲେରିଆ ପ୍ରତିଷେଧକ ଟିକା ପ୍ରଦାନ କରାଯାଉଛି।
ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ବହୁ ରୋଗୀ ମ୍ୟାଲେରିଆ ଆକ୍ରାନ୍ତ ରହିଥିବା ଦେଖିବାକୁ ମିଳିଛି। ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ଆବଶ୍ୟକ ଶଯ୍ୟା ନ ଥିବାରୁ ମ୍ୟାଲେରିଆ ଆକ୍ରାନ୍ତ ମେଡିକାଲ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ରବିବାର ସୁଦ୍ଧା ପ୍ରାୟ ୧୭ ଜଣ ମ୍ୟାଲେରିଆ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ତୃଣମୂଳସ୍ତରରେ ଆବଶ୍ୟକ ସଚେତନତା ଅଭାବରୁ ଆଜି ବି ଲୋକେ ନିରାକରଣ ପଦକ୍ଷେପ ନେଉ ନ ଥିବାରୁ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ତେଣୁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହୋଇଛି । ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳଙ୍କୁ ପଚାରିବାରୁ ମେଡିକାଲ ଟିମ୍ ଏବେ ସମସ୍ତ ସ୍କୁଲରେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହ ଚିକିତ୍ସାକରି ସମସ୍ତଙ୍କୁ ଟିକା ପ୍ରଦାନ କରାଯାଉଥିବା କହିଛନ୍ତି।
The post ଆବାସିକ ବିଦ୍ୟାଳୟରେ ବ୍ୟାପୁଛି ମ୍ୟାଲେରିଆ appeared first on Dharitri Odia News.